ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍ଲାଣ୍ଡ ଓ ରୁଷିଆର କିଛି ଅଞ୍ଚଳରେ ଏବଂ ଆମେରିକା, ୟୁରୋପ, ଏସିଆ ମହାଦେଶର ଅନେକ ଅଞ୍ଚଳରେ ଆଂଶିକ ଦେଖାଯିବ। ତେବେ ଭାରତରେ କେବଳ ଜମ୍ମୁ-କଶ୍ମୀରର ଖୁବ୍କମ୍ ଅଞ୍ଚଳରେ ୧୦%ରୁ କମ୍ ଆଂଶିକ ଦେଖାଯିବ। କିନ୍ତୁ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ତାଙ୍କ ସୂଚନାନୁସାରେ, ଭାରତୀୟ ସମୟ ଅପରାହ୍ନ ପ୍ରାୟ ୧ଟା ୪୨ରୁ ପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ରେ ଶେଷ ହେବ। ଅପରାହ୍ନ ୪ଟା ୧୧ରେ ସର୍ବାଧିକ ପରାଗ ଘଟିବ। ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଅଲଗା ହେବ। ଭାରତରେ ପରବର୍ତ୍ତୀ ସୂର୍ଯ୍ୟୋପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ।
ପରାଗକୁ ନେଇ ଡ. ପଟ୍ଟନାୟକ କହିଛନ୍ତି, ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାର ଯଥା ଆଂଶିକ, ପୂର୍ଣ୍ଣ ଓ ବଳୟ ସୂର୍ଯ୍ୟୋପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। କଦବା କ୍ୱଚିତ୍ ମିଶ୍ରିତ ଅର୍ଥାତ୍ ଏକା ପରାଗରେ ପୂର୍ଣ୍ଣ ଓ ବଳୟ ପରାଗ ମିଶିକରି ଦେଖାଯାଏ। ଚନ୍ଦ୍ର ପୃଥିବୀର ନିକଟତର ଥିଲେ ଆମକୁ ପ୍ରାୟ ୧୨% ବଡ ଦେଖାଯାଏ। ଏହି ସମୟରେ ସୂର୍ଯ୍ୟୋପରାଗ ଘଟିଲେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡାଇ ଦେଇଥାଏ ଓ ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୁଏ। କିନ୍ତୁ ଆମଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଆମକୁ ଛୋଟ ଦେଖାଯାଏ ଓ ସେହି ଅବସ୍ଥାରେ ପରାଗ ଘଟିଲେ ଛୋଟ ଦେଖାଯାଉଥିବା ଚନ୍ଦ୍ରଟି ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଘୋଡାଇ ପାରେନାହିଁ ଓ ସୂର୍ଯ୍ୟ ଚାରିପାଖରେ ଏକ ବଳୟ ଦେଖାଯାଏ। ଏହାକୁ ବଳୟ ସୂର୍ଯ୍ୟୋପରାଗ କୁହାଯାଏ।
‘ପାଖରେ ଟଙ୍କା ନାହିଁ ଘର ଚଳିବ କେମିତି’
ରାଉରକେଲା/ସୁନ୍ଦରଗଡ଼,୪।୬: ଲକଡାଉନ ଓ ଶଟଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଦୀର୍ଘ ଦିନ ହେଲା ଦୋକାନ ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ସେମାନଙ୍କ...
କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି।...
‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍ ଆକ୍ରାନ୍ତ’
ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍ ସମସ୍ୟାରେ ପୀଡିତ ହେଉଛନ୍ତି ।...
ଏୟାରଲିଫ୍ଟ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ; କରୋନା ଆକ୍ରାନ୍ତ ପରେ ଅଛନ୍ତି ଗୁରୁତର
ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ। ମଙ୍ଗଳବାର ତାଙ୍କୁ ଏୟାରଲିଫ୍ଟ ହୋଇ ଚିକିତ୍ସା ପାଇଁ କୋଲକାତା...
ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ଗୁରୁବାର ରାତିରେ ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି।...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
୧୭ ଜିଲାରେ ଘଡଘଡି ସହ ବର୍ଷା
ଭୁବନେଶ୍ବର,୩।୬: ରାଜ୍ୟର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର...
ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସେ ୧ବର୍ଷ ୧୦ମାସ ଧରି...


