ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ଭାରତୀୟ ପରିଚାଳନା ଚୟନ କରିଛି। ପାଞ୍ଚ ଖେଳାଳି ବେଞ୍ଚରେ ବସିବେ। ବେଞ୍ଚରେ ବସିଥିବା ଖେଳାଳିଙ୍କ ମଧ୍ୟରେ କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ ନାମ ଅଛି । ଅଭ୍ୟାସ ମ୍ୟାଚରେ କେ.ଏଲ ରାହୁଲ ଏକ ଚମତ୍କାର ଶତକ ହାସଲ କରିଥିଲେ ମଧ୍ୟ ଏହା ସତ୍ତ୍ୱେ ତାଙ୍କୁ ଡବ୍ଲୁଟିଏସି ଫାଇନାଲ ଦଳରେ ସୁଯୋଗ ଦିଆଯାଇ ନ ଥିଲା।
ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍ର ଫାଇନାଲରେ ରୋହିତ ଶର୍ମା-ଶୁଭମନ ଗିଲଙ୍କୁ ଓପନର୍ ଭାବେ ମନୋନୀତ କରିଛନ୍ତି। ଏଥି ସହିତ ହନୁମା ବିହାରୀ ମଧ୍ୟ ଏହି ଦଳରେ ମନୋନୀତ ହୋଇଛନ୍ତି, ଯିଏକି ନିକଟରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଥିଲେ। ୧୫ ଜଣିଆ ଦଳରେ ରିଦ୍ଧିମାନ ସାହା, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି। ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ ଏବଂ ମହମ୍ମଦ ସିରାଜ।
ଫାଇନାଲ ପାଇଁ ଭାରତୀୟ ଦଳରେ କେଏଲ ରାହୁଲ, ଶାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର ଏବଂ ଅକ୍ସର ପଟେଲଙ୍କୁ ସ୍ଥାନ ଦିଆଯାଇ ନାହିଁ। କୌତୁହଳର ବିଷୟ ହେଉଛି କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଏବେ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଉଭୟ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ କେ.ଏଲ ରାହୁଲ ଅଭ୍ୟାସ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏହା ସତ୍ତ୍ୱେ ୧୫ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ମୟଙ୍କ ମଧ୍ୟ ଦୁଇ ଦ୍ୱିଶତକ ହାସଲ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ୧୫ଜଣ ଖେଳାଳି ମଧ୍ୟ ସ୍ଥାନ ପାଇ ନାହାନ୍ତି। ଏଥି ସହିତ ଆଇପିଏଲ ୨୦୨୧ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ଶୁବମନ ଗିଲଙ୍କୁ ବିଶ୍ୱ ଟେଷ୍ଟ ସିରିଜର ଫାଇନାଲ ପାଇଁ ରୋହିତ ଶର୍ମାଙ୍କ ପାର୍ଟନର ଓପନର୍ ଭାବରେ ମନୋନୀତ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.