ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଭାରତର ଯୁବ ପ୍ରତିଭାଙ୍କ ପ୍ରତିପୋଷଣର ଶ୍ରେୟ ଦିଆଯାଏ। ସେ ଏବେ ଭାରତର ଅଣ୍ଡର-୧୯ ଏବଂ ‘ଏ’ ସ୍ତର ଦଳର ପ୍ରଶିକ୍ଷକ(କୋଚ୍) ଥିବା ସମୟର ଯୋଜନା ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି। କୋଚ୍ ଥିବା ସମୟରେ ସେ ଗସ୍ତରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳୁ ବୋଲି ନିଶ୍ଚିତ କରୁଥିଲେ। ହେଲେ ତାଙ୍କ ସମୟରେ ଏଭଳି ହେଉ ନଥିଲା। ଯଦି ‘ଏ’ ଟିମ୍ ସହ ଗସ୍ତ କରୁଥାନ୍ତି ତେବେ ବିନା ମ୍ୟାଚ୍ ଖେଳି ଏଠାରୁ ଯିବେ ନାହିଁ ବୋଲି ଦ୍ରାବିଡ ଆଗରୁ ଖେଳାଳିମାନଙ୍କୁ କହୁଥିଲେ। କାରଣ ତାଙ୍କର ଜୁନିୟରସ୍ତରରେ ଖେଳିବାର ଅଭିଜ୍ଞତା ରହିଥିଲା। ‘ଏ’ ଟିମ୍ ସହ ଗସ୍ତରେ ଯାଇ ମ୍ୟାଚ୍ ଖେଳିବାର ସୁଯୋଗ ନ ପାଇଲେ ଅତ୍ୟନ୍ତ ଖରାପ ଲାଗୁଥିବା ଦ୍ରାବିଡ କହିଛନ୍ତି। ଏହାଛଡ଼ା ଭାରତୀୟ କ୍ରିକେଟରମାନେ ବର୍ତ୍ତମାନ ଦୁନିଆର ସବୁଠାରୁ ଫିଟ୍ ଖେଳାଳି ଭାବେ ବିବେଚିତ ହେଉଛନ୍ତି। ହେଲେ ଏକ ସମୟରେ ଖେଳାଳିମାନଙ୍କ ପାଖରେ ଫିଟ୍ନେସର ଜ୍ଞାନ ନ ଥିଲା। ଏଣୁ ସେମାନେ ଅଷ୍ଟ୍ରେଲିୟ ଏବଂ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କୁ ଇର୍ଷା କରୁଥିଲେ ବୋଲି ଦ୍ରାବିଡ ମଧ୍ୟ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.