ଝାରସୁଗଡ଼ା ଅଫିସ୍,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍ ହସ୍ପିଟାଲ୍ରେ କନକତୋରା ଗ୍ରାମର ନନ୍ଦଲାଲ୍ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦ ତାରିଖରେ ମୃତ୍ୟୁ ଘଟିଥିଲା। ବୃଦ୍ଧ ନନ୍ଦଲାଲ୍ଙ୍କ ନିକଟରୁ ସୁନାଚେନ୍ ଓ ୧୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ତାଙ୍କର ପୁଅ ପ୍ରଶାନ୍ତ ବିଶ୍ୱାଳ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକିରି କୋଭିଡ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଝାରସୁଗଡ଼ା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଝାରସୁଗୁଡା ଟାଉନ୍ ଥାନା ପୋଲିସ ଏକ ମାମଲା(ନଂ.୨୭୩।୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଭିଡ୍ ହସ୍ପିଟାଲ୍ ତଦାରଖ ଦାୟିତ୍ୱରେ ଥିବା ହାଇଟେକ୍ ହସ୍ପିଟାଲ୍ର ଠିକାଶ୍ରମିକ ଠେଲକୁଲିର ଜଗୁନ୍ ବାଗ, ଓଏମ୍ପି ଭୂଇଁଆପଡାର ଟାର୍ଜ୍ଜନ ଘାସି, ଝାରସୁଗୁଡ଼ା ମଙ୍ଗଳବଜାରର ଦୋହିତ୍ ସିନ୍ଧିରିଆ ଓ ସୁନା ଚେନ୍ କିଣିଥିବା କମଳ କିଶୋର ସୁନା(୩୮)। ପୋଲିସ ତାଙ୍କ ନିକଟରୁ ଚୋରି ହୋଇଥିବା ସୁନା ଚେନ ଜବତ କରିଛି।
ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଛି, ବୃଦ୍ଧ ନନ୍ଦଲାଲ୍ଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଶ୍ମଶାନକୁ ନେବା ପାଇଁ ଠିକାଶ୍ରମିକମାନେ ପ୍ୟାକିଂ କରିଥିଲେ। ଏହି ସମୟରେ ସୁନାଚେନ କାଢି ନେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.