ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଲଖମରା ଏବଂ ଚର୍ଦାପାଲି ଗ୍ରାମ ଦେଇ ପ୍ରବାହିତ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇିଛି । ଜିଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ପୋଲ ନିର୍ମାଣର ଆବଶ୍ୟକତା ନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଟୁଇଟ କରିବା ପରେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅଙ୍ଗ ନଦୀ ଉପରେ ପ୍ରସ୍ତାବିତ ପୋଲ ନିର୍ମାଣ ପାଇଁ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି।
ସୂଚନା ଯୋଗ୍ୟ, ପୋଲ ନ ଥିବା ଯୋଗୁ ଚର୍ଦାପାଲି ସମେତ ବିଭିନ୍ନ ଗ୍ରାମର ଲୋକେ ଯାତାୟତ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବା ସହିତ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଅନ୍ୟପକ୍ଷରେ ଏଭଳି ସମସ୍ୟା ଯୋଗୁ ସେମାନେ ପଡୋଶୀ ଛତିଶଗଡ଼ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତେବେ ପୋଲ ନିର୍ମାଣ ଦାବିରେ ଗ୍ରାମବାସୀ ପୂର୍ବରୁ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ଛତିଶଗଡରେ ମିଶିବା ନେଇ ଚେତାବନୀ ଦେଇଥିଲେ।
Posted inଆମ ଜିଲା ଖବର, ବରଗଡ଼ View All
ଗଞ୍ଜାମର ଏହି ବ୍ଲକ ସମ୍ପୂର୍ଣ୍ଣ କରୋନା ମୁକ୍ତ
ଛତ୍ରପୁର,୨୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସହ ସକ୍ରିୟଙ୍କ ସଂଖ୍ୟା ବହୁତ କମ୍ ଥିବାରୁ ଜିଲା ଗ୍ରୀନ୍ ଜୋନରେ ରହିଛି। ଅପରପକ୍ଷରେ ଜିଲାର ୨୨...
କୋଭିଡ୍ଜନିତ ମୃତ୍ୟୁ ଅଡିଟ୍ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ଖାରଜ
କଟକ ଅଫିସ,୨୫।୬: କୋଭିଡ୍ଜନିତ ମୃତ୍ୟୁର ଅଡିଟ୍ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁବାର ହାଇକୋର୍ଟ ମୁଖ୍ୟବିଚାରପତି ଏସ୍. ମୁରଲୀଧର ଏବଂ ବିଚାରପତି ଏସ୍.କେ. ପାଣିଗ୍ରାହୀଙ୍କୁ ନେଇ...
୨ ସାଇବର ଠକ ଗିରଫ
କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା...
ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ
ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ।...
ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...
ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା
ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...


