E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଅସ୍ଥି କଳସର ଦୁଃଖ
7:25 amJune 7, 2021

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ

କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ ଅସ୍ଥିରେ ପରିଣତ ହୋଇଗଲା ପରେ ତା’ର ପୁଣି ଗୋଟାଏ ଦୁଃଖ କ’ଣ ଯେ! କରୋନା ମହାସଂହାରର ଶିକାର ହୋଇ କାଳରେ ହେଉ କି ଅକାଳରେ ସଂସାର ଛାଡ଼ିଥିବା ଲୋକଟି ବରଂ ଖୁସି ହେବା କଥା ଯେ ତା’ ଭାଗ୍ୟକୁ ତାକୁ ନିଅଁା ଟିକିଏ ମିଳିଛି। ଅନ୍ୟ ହତଭାଗ୍ୟମାନଙ୍କ ପରି ତା’ ମୃତ ଶରୀରକୁ ନଦୀଗର୍ଭରେ ଫିଙ୍ଗିଦିଆଯାଇ ନାହିଁ କି ହସ୍‌ପିଟାଲ ପଛପଟ ନର୍ଦ୍ଦମା ଡ୍ରେନରେ ଫୋପାଡ଼ି ଦିଆଯାଇ ନାହିଁ! ପୁଣି ସେ ମହାମାରୀ କରୋନାରେ ମରିଥିବା ଭଳି ପାପ କରିଥିବା ପଡ଼ୋଶୀ ବା ଆତ୍ମୀୟସ୍ବଜନ ଶ୍ମଶାନରେ ତା’ର ଶବ ସତ୍କାର କରିବାକୁ ଅସ୍ବୀକାର କରିବାରୁ ସାଇକେଲ ବା ଟ୍ରଲିରିକ୍‌ସାରେ ବୁହାହୋଇ ଶ୍ମଶାନ ଆସିନାହିଁ କି ଜେସିବି ମେଶିନର ଲୌହଦାନବ ଦ୍ୱାରା ବିରାଟ ଗର୍ତ୍ତ ମଧ୍ୟରେ ନିପତିତ ହୋଇନାହିଁ! ଅହୋଭାଗ୍ୟ ତାହାର ଯେ ତାକୁ ଦାହ କରାଯାଇଛି!
କରୋନାର ଦ୍ୱିତୀୟ ଲହରର ବିଭୀଷିକା ପ୍ରଥମ ଲହରଠୁଁ ଯେ କେତେ ଭୟଙ୍କର, ତାହା ଏବେ ନିତିଦିନ ଆମ ଆଖିରେ ପଡ଼ୁଛି। କେଉଁଠି ପନ୍ଦର ଦିନ ମଧ୍ୟରେ ପରିବାରର ସବୁ ମହିଳାଙ୍କୁ ଦାରୁଣ ବୈଧବ୍ୟ ଭୋଗିବାକୁ ଠେଲିଦେଇ ବାପା ଓ ତାଙ୍କର ଦୁଇ ପୁଅ ଆଖିବୁଜି ଦେଲେଣି ତ ଅନ୍ୟ କେଉଁଠି ସଂସାରକୁ ଭଲକରି ଚିହ୍ନି ନ ଥିବା କୁନି କୁନି ଶିଶୁମାନଙ୍କୁ ଅନାଥ କରି ବାପା ମା’ ଦୁହେଁ ସଂସାର ଛାଡ଼ିଲେଣି। ବଡ଼ ଅବ୍ୟକ୍ତ ଏ ବେଦନା! ବଡ଼ ଅସହ୍ୟ ଏ ଦୁଃଖ! କରୋନାର ଏହି ଭୟଙ୍କର ରୂପକୁ ନିଜ ମାନସଚକ୍ଷୁରେ ପ୍ରତ୍ୟକ୍ଷ କରି ପ୍ରଥମ ଲହରର ଶେଷ ଆଡ଼କୁ ଜଣେ ବିଶେଷଜ୍ଞ ଚେତାବନୀ ଶୁଣାଇ କହିଥିଲେ, ”କରୋନା ଜୀବନର ସଂଜ୍ଞା ବଦଳାଇ ଦେବା ସହିତ ବଦଳାଇଦେବ ସମ୍ପର୍କର ପରିଭାଷା।“ ପ୍ରକୃତରେ କେଡ଼େ ଅର୍ଥପୂର୍ଣ୍ଣ ଭବିଷ୍ୟବାଣୀଟିଏ କରି ନ ଥିଲେ ସେଇ ମହାଶୟ। କରୋନାଠୁ ଦୂରେଇ ରହିବା ପାଇଁ ତୁହାକୁ ତୁହା କର୍ଣ୍ଣପଟରେ ପ୍ରତିଧ୍ୱନିତ ହେଉଥିବା ସାମାଜିକ ଦୂରତାର ଆହ୍ବାନଠାରୁ ବଳିଯାଉଛି କରୋନା ପରର ବଢ଼ି ବଢ଼ି ଯାଉଥିବା ବ୍ୟକ୍ତିଗତ ଦୂରତାର ଅଚିନ୍ତନୀୟ ବେଦନା।
ଥରେ କରୋନା ସଂକ୍ରମିତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହେଲାପରେ କେହି କାହାର ଖବର ରଖିପାରୁ ନାହାନ୍ତି। ଭାଗ୍ୟ ସଳଖ ଥିଲେ ନିଜ ହାତରେ ନିଜ ପରିବାରଟିକୁ ଗଢ଼ିଥିବା ଲୋକଟି କେଇଦିନର ଚିକିତ୍ସା ପରେ ପୁଣି ତା’ ପରିବାର ଭିତରକୁ ଫେରିଆସୁଛି। ମାତ୍ର ଯେଉଁ ହତଭାଗ୍ୟମାନେ ଏହି ସୌଭାଗ୍ୟରୁ ବଞ୍ଚିତ, ସେମାନଙ୍କ ମୃତ ଶରୀର ସିଧା ଯାଉଛି ହସ୍‌ପିଟାଲରୁ ଶ୍ମଶାନ। ନିଜ ପୁଅ ନାତିଙ୍କ ଚାରିକାନ୍ଧରେ ଶେଷଯାତ୍ରା କରିବାର ସ୍ବପ୍ନ ଦେଖିଥିବା ମଣିଷଟି ମରିଗଲା ପରେ ସେମାନଙ୍କ ପାଇଁ ଅସ୍ପୃଶ୍ୟ ହୋଇପଡ଼ୁଛି। ତା’ ଶବାଧାର ଉପରେ ଫୁଲଟିଏ ପଡ଼ୁନାହିଁ କି ଶବଦାହ ପୂର୍ବରୁ ଶୁଭୁନାହିଁ ବୈଦିକ ରୀତିମତେ ବ୍ରାହ୍ମଣର ମନ୍ତ୍ରପାଠ। ବାସ୍‌, କେବଳ ସରକାରୀ ଯୋଜନା ଅନୁସାରେ ସରକାରୀ ଅଧିକାରୀଙ୍କ ଦ୍ୱାରା ସମ୍ପନ୍ନ ହେଉଛି ତା’ର ଆନୁଷ୍ଠାନିକ ଶେଷଗତି। ୟେ କରୋନା ରାକ୍ଷସ କେତେ ନିର୍ଦ୍ଦୟ, ନିଷ୍ଠୁର ସତେ।
କରୋନାର ନିଷ୍ଠୁରତାଠୁ ବଳିଯାଉଛି କେତେକ କ୍ଷେତ୍ରରେ ସରକାରୀ ଅଧିକାରୀମାନଙ୍କ ଅବିମୃଶ୍ୟକାରୀ କାର୍ଯ୍ୟ ସଂସ୍କୃତି। କେଉଁଠି ଆଦୌ ହସ୍‌ପିଟାଲ ନ ଯାଇ ପଜିଟିଭ୍‌ ଚିହ୍ନଟ ପରେ ନିଜ ଘରେ ନିଃସଙ୍ଗବାସରେ ଥିବା ପୀଡ଼ିତଙ୍କ ପାଖକୁ କରୋନା ପରିଚାଳନା କରୁଥିବା ସରକାରୀ ଦପ୍ତରରୁ ଚିକିତ୍ସା କିପରି ଚାଲିଛି ବୋଲି ଜିଜ୍ଞାସା ପ୍ରକଟର ବାର୍ତ୍ତା ଆସୁଥିଲାବେଳେ ଅଧିକାରୀ ଜଣକ ଏ କଥା କହି ଚମକାଇ ଦେଉଛନ୍ତି ଯେ ରେକର୍ଡ କହୁଛି ପୀଡ଼ିତ ଏବେ ନିଜ ଘରେ ନୁହେଁ, ହସ୍‌ପିଟାଲରେ ଅଛନ୍ତି। ପୁଣି ଆକ୍ରାନ୍ତଙ୍କ ମୃତ୍ୟୁର ଦଶାହ ପାଳନରେ ବ୍ୟସ୍ତ ଥିବା ପୁଅଙ୍କ ପାଖକୁ ବାପାଙ୍କ ସ୍ବାସ୍ଥ୍ୟ କିପରି ଅଛି ବୋଲି ଟେଲିଫୋନ ଆସୁଛି, ସେମିତି ଆଉ ଏକ ଦପ୍ତରରୁ। ଟିଭି ପରଦାରେ ଦେଖିବାକୁ ମିଳୁଛି କୋଟି କୋଟି ଟଙ୍କା ବ୍ୟୟରେ ସ୍ବତନ୍ତ୍ର ଭାବେ ନିର୍ମିତ କୋଭିଡ୍‌ ହସ୍‌ପିଟାଲର ପାଇଖାନା ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଶୋଇ ରହିଥିବା ରୋଗୀର ହୃଦୟ ବିଦାରକ ଦୃଶ୍ୟ। କୋଭିଡ୍‌ ପରିଚାଳନାର ଏ ସମସ୍ତ ଅବ୍ୟବସ୍ଥା ସତ୍ତ୍ୱେ ତଥାପି କିଛି କର୍ତ୍ତବ୍ୟନିଷ୍ଠ କରୋନା ଯୋଦ୍ଧା ଦେବତାଙ୍କ ଭଳି ଆବିର୍ଭୂତ ହେଉଛନ୍ତି କେଉଁଠି ନିଜ ଦୁଇବର୍ଷର ଶିଶୁପୁତ୍ରକୁ ଘରେ ଛାଡ଼ି ରୋଗୀ ସେବାରେ ନିୟୋଜିତ ଥିବା ନର୍ସ ରୂପରେ ତ ଅନ୍ୟ କେଉଁଠି ଆଠମାସର ଗର୍ଭବତୀ ପୋଲିସ କନ୍‌ଷ୍ଟେବଳ ରୂପରେ। ପୁଣି କେଉଁଠି ନିଜ ସହକର୍ମୀ ଡାକ୍ତରଙ୍କ କରୋନାରେ ଅକାଳ ବିୟୋଗ ପରେ ତଥାପି ନିଜ ନିରାପତ୍ତାକୁ ପଛରେ ପକାଇ ରୋଗୀସେବାରେ ଲାଗିଥିବା ଡାକ୍ତରଙ୍କ ରୂପରେ ତ ଆଉ କେଉଁଠି କରୋନା ମୃତକଙ୍କ ଶବ ସତ୍କାର କରିବାକୁ ଜ୍ଞାତିପରିଜନ ଅସ୍ବୀକାର କରିବା ପରେ ନିଜେ ପି.ପି.ଇ. କିଟ୍‌ ପିନ୍ଧି ଶବଦାହ କରୁଥିବା ତହସିଲଦାରଙ୍କ ରୂପରେ। ତେବେ ସେ ଯାହା ହେଉ, ଶାସନ ପରିଚାଳନା କରୁଥିବା ସରକାର କରୋନାର ଉଦ୍ଦଣ୍ଡ ଉପତ୍ାତ ମଧ୍ୟରେ ଦିଗହରା ହୋଇ କେତେ ଭୁଲ୍‌ ବା ଠିକ୍‌ କରୁଛନ୍ତି, ତାହା ଏକ ଭିନ୍ନ ସମୀକ୍ଷାର ବିଷୟ। ମାତ୍ର ଯେତେବେଳେ କରୋନାର ବିଷାକ୍ତ ପଞ୍ଝା ମଧ୍ୟରେ ସଂସ୍କାରଗତ ସମ୍ପର୍କ ଓ ମାନବୀୟ ସଂସ୍କୃତି ବିପନ୍ନ ହୋଇପଡ଼େ, ସେତେବେଳେ ଲାଗେ କରୋନା କେବଳ ମଣିଷକୁ ମାରୁ ନାହିଁ, ମଣିଷତ୍ୱକୁ ବି ମାରି ଚାଲିଛି ବାରମ୍ବାର। ଖବର ପ୍ରକାଶ ପାଇଛି, ଉତ୍ତରପ୍ରଦେଶର ବଳରାମପୁର ନିକଟରେ ଏକ ନଦୀ ପୋଲ ଉପରୁ ଜଣେ କରୋନା ମୃତକଙ୍କ ଶବକୁ ନଦୀ ଗର୍ଭକୁ ଫିଙ୍ଗୁଥିବା ଜଣେ ଯୁବକ ପୋଲିସ ହାତରେ ଧରାପଡ଼ିଛି ଏବଂ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଏହା ଯେ ନିଜେ କରୋନା ଆକ୍ରାନ୍ତ ହେବା ଭୟରେ ଦାହ ସଂସ୍କାର ପରିବର୍ତ୍ତେ ଶବକୁ ନଦୀରେ ଫିଙ୍ଗି ଚୁପଚାପ ଚାଲିଯାଉଥିବା ଯୁବକଟି ହେଉଛି ସେହି ହତଭାଗ୍ୟ ମୃତକଙ୍କ ପୁଅ। ନିଜ ଜନ୍ମଦାତା ବାପାଙ୍କ ପ୍ରତି ପୁଅର ଆଚରଣ ଯେତେବେଳେ ଏମିତି, ସେତେବେଳେ କୌଣସି ସମ୍ପର୍କ ନ ଥାଇ, କେବଳ ସରକାରୀ କର୍ତ୍ତବ୍ୟ ପାଳନ କରିବାକୁ ଶହ ଶହ ଶବ ଗଙ୍ଗାନଦୀରେ ଭସାଇ ଦେଇଥିବା କର୍ମଚାରୀମାନଙ୍କୁ ଆମେ ଦୋଷଦେବା କାହିଁକି?
ଆମ ରାଜ୍ୟର ବଲାଙ୍ଗୀର ସହରର ଉପକଣ୍ଠରେ ଥିବା ଏକ ଶ୍ମଶାନରୁ ବିଚିତ୍ର ଖବରଟିଏ ଆସିଛି। ପ୍ରତି ଶବଦାହ ପାଇଁ ସରକାରୀ ଯୋଜନାରେ ସାତ ହଜାର ଟଙ୍କାର ବ୍ୟୟବରାଦ ଥିଲେ ହେଁ ଖର୍ଚ୍ଚ କାଟ କରିବାକୁ ଗୋଟିଏ ଜୁଇରେ ତିନିଟି ଶବକୁ ଏକତ୍ର ଏମିତି ଦାହ କରାଯାଉଛି ଯେ ଭସ୍ମୀଭୂତ ଜୁଇରୁ ନିଜ ସମ୍ପର୍କୀୟଙ୍କ ଅସ୍ଥି ସଂଗ୍ରହ କରିବାକୁ ଜଗି ରହୁଥିବା ଲୋକ ଖାଲି କଳସୀ ଧରି ନିରାଶରେ ଫେରୁଛନ୍ତି। ମାନବତାର କଥା ଚୁଲିକୁ ଯାଇ, ମରିଗଲା ପରେ ମଣିଷର ଶବକୁ ବି ଉପଯୁକ୍ତ ସମ୍ମାନ ଦେଇ ଦାହ ସଂସ୍କାର କରିବାକୁ ଏକ ନିମ୍ନତମ ମାନବୀୟ ଦାୟିତ୍ୱ ବୋଲି ଆମ ସମ୍ବିଧାନ ସ୍ଥିର କରିଛି। ଅଥଚ କାହା ସ୍ବାର୍ଥରେ କିଛି ଖର୍ଚ୍ଚକାଟ ପାଇଁ ଶବ ପ୍ରତି ଏ ଅସମ୍ମାନ! ଏମିତି ଅମାନବୀୟ ଆଚରଣ!
ସେମିତି ପୁଣି ସୁନ୍ଦରଗଡ଼ର କଥା। ଅବଶ୍ୟ ଏଠାରେ ସ୍ଥିତି ଭିନ୍ନ ପ୍ରକାରର। ବଲାଙ୍ଗୀରର ଉପର ବର୍ଣ୍ଣିତ ଶ୍ମଶାନରେ ବିନା ଅସ୍ଥିରେ ଖାଲି କଳସୀ ଧରି ସମ୍ପର୍କୀୟମାନେ ଫେରି ଯାଉଥିବା ବେଳେ ସୁନ୍ଦରଗଡ଼ରେ ଅସ୍ଥିଭର୍ତ୍ତି କଳସୀମାନେ ପଡ଼ି ରହିଛନ୍ତି ବହୁ ସଂଖ୍ୟାରେ ସମ୍ପର୍କୀୟମାନଙ୍କୁ ଅପେକ୍ଷା କରି। ସୁନ୍ଦରଗଡ଼ର ଏହି ଶ୍ମଶାନରେ କରୋନା ମୃତକଙ୍କ ଦାହ ସଂସ୍କାର କରିବାକୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଅପେକ୍ଷା କରି କରି ନିରାଶ ହେଲା ପରେ ସେଠାରେ ନିୟୋଜିତ କେତେକ ସ୍ବେଚ୍ଛାସେବୀ ମଶାଣିବନ୍ଧୁମାନେ ନିଜେ ଶବଦାହ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ପ୍ରାୟ କୋଡ଼ିଏ ପ୍ରତିଶତ ସମ୍ପର୍କୀୟମାନେ ସେମାନଙ୍କର ଚିହ୍ନିତ ଅସ୍ଥି କଳସ ନେଇ ଯାଇଥିବାବେଳେ ବାକି ଅଶୀ ପ୍ରତିଶତ ସେମିତି ପଡ଼ି ରହିଛି ଶ୍ମଶାନରେ ସେମାନଙ୍କ ସମ୍ପର୍କୀୟଙ୍କୁ ଅପେକ୍ଷା କରି, ନଦୀରେ ବିସର୍ଜନ ଅପେକ୍ଷାରେ, ନିଜ ନିଜର କଥିତ ମୁକ୍ତି ଅପେକ୍ଷାରେ। ଅତ୍ୟନ୍ତ କ୍ଷୋଭର ସହ ଜଣେ ମଶାଣି ବନ୍ଧୁ କହୁଥିଲେ, ଯେଉଁମାନେ ଚାଲିଗଲେ, ଆମେ ସେମାନଙ୍କର କେହି ନୋହୁଁ। କରୋନାକୁ ଡରି ସେମାନଙ୍କ ସମ୍ପର୍କୀୟମାନେ ଶବଦାହ କରିବାକୁ ତ ଆସିଲେ ନାହିଁ, ଗତ କିଛିଦିନ ଧରି ଏଠାରେ ଛପନଟି ଅସ୍ଥିକଳସ ପଡ଼ି ରହିଥିଲେ ମଧ୍ୟ ତାକୁ ନେବାକୁ କେହି ଜଣେ ବି ଆସୁନାହାନ୍ତି। ବାଧ୍ୟ ହୋଇ ଆମକୁ ହିଁ ସେ ସବୁକୁ ନଦୀରେ ବିସର୍ଜନ କରିବାକୁ ପଡ଼ିବ।
କ’ଣ କହିବା ସମ୍ପର୍କର ଏ ପ୍ରକାର ବିଭ୍ରାଟକୁ। ସଂସ୍କାରର ଏମିତି ଅବକ୍ଷୟକୁ ଅସ୍ଥି କଳସକୁ ନଦୀ ଗର୍ଭରେ ବିସର୍ଜନ ଦେଲେ ମୃତକଙ୍କ ଆମତ୍ା ମୋକ୍ଷ ପାଇବ କି ନାହିଁ, ତାହାର କିଛି ପ୍ରମାଣ ନାହିଁ। ପୁଅ ନାତି ବା ସେମିତି କେହି ସମ୍ପର୍କୀୟ ମୁଖାଗ୍ନି ଦେଇ ଦାହ ସଂସ୍କାର ନ କଲେ ଆମତ୍ାର ସତ୍‌ଗତି ହେବ ନାହିଁ ବୋଲି ଯେଉଁ ବିଶ୍ୱାସ ଲୋକମୁଖରେ ପ୍ରଚଳିତ ଅଛି, ତାହା କେବଳ ଏକ ଅନ୍ଧବିଶ୍ୱାସ ହୋଇପାରେ। ସ୍ବାମୀ ବିବେକାନନ୍ଦ ଏକଦା କହିଥିଲେ, ଜନ୍ମ ସହ ମୃତ୍ୟୁ ସଂଯୁକ୍ତ ହୋଇ ରହିବା ଏକ ଅବଧାରିତ ସତ୍ୟ। ପ୍ରଥମେ ଭାବୁଥିଲି ଜନ୍ମମୃତ୍ୟୁର ଏହି ମାୟାଚକ୍ର ମଧ୍ୟରୁ ମୁକୁଳିବାର ଏକମାତ୍ର ସାଧନ ହେଉଛି ନିର୍ବାଣ। ମାତ୍ର ପରେ ଜାଣିଲି ନିର୍ବାଣର ବହୁତ ଊର୍ଦ୍ଧ୍ୱରେ ଥାଏ ମାନବତା ଓ ମାନବୀୟ ସଂସ୍କୃତି। ଏହି ମାନବତା ଓ ମାନବୀୟ ସଂସ୍କୃତିର ମୂଲ୍ୟ ବିନିମୟରେ ମୁଁ କେବେ ବି ନିର୍ବାଣ ଚାହିଁବିନି, କେବେ ବି ନୁହେଁ। ବିଡ଼ମ୍ବନାର ବିଷୟ ହେଉଛି ଏହା ଯେ ଗତ ଦେଢ଼ ବର୍ଷ ଧରି କରୋନାର ଭୟ ଆମ ସମସ୍ତଙ୍କୁ ଏତେ ଅଧିକ ଜୀବନମନସ୍କ କରିଦେଇଛି ଯେ ଆମେ ନିଜକୁ ଯେତେ ଅଧିକ ଭଲ ପାଉଛୁ, ସେତେ ଦୂରେଇ ଆସୁଛୁ ଅବଶିଷ୍ଟ ଅନ୍ୟମାନଙ୍କଠୁ। ପରିଣାମ ହେଉଛି ଅତ୍ୟନ୍ତ ପ୍ରତ୍ୟାଶିତ। ଆମେ ମଣିଷ ବୋଲାଉଛୁ, ମାତ୍ର ମଣିଷତ୍ୱ ହରାଇ ବସୁଛୁ!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଭୁବନେଶ୍ୱର
ମୋ- ୮୮୯୫୬୨୪୧୦୫


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ପ୍ରତିବାଦର ସ୍ବର

ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...

ଏଇ ଭାରତରେ

ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍‌ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...

ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌ ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...

କରୋନା ଓ ଏକ୍‌ମୋ ଯନ୍ତ୍ର

ଡା.ପ୍ରଫୁଲ୍ଲ କୁମାର ଦାସ ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି।...

ସହନଶୀଳତା ଆବଶ୍ୟକ

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳଠାରୁ ଏବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗ...

ଅସହାୟ ଜି ୭

ବ୍ରିଟେନ୍‌ କର୍ନଓ୍ବାଲ୍‌ର କାର୍ବିସ୍‌ ବେ’ଠାରେ ୧୧ରୁ ୧୩ ଜୁନ୍‌ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...

ବାଇଡେନ୍‌ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ

ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏଇ ଭାରତରେ
Next Post Next post:
ସାତ ଦଶନ୍ଧି ପରେ ବି ଅପରିପକ୍ୱ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts