Categories: ଖେଳ

ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଏବେ ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୩।୬: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିଥାଏ। କ୍ରିକେଟ ମଇଦାନରେ ମଧ୍ୟ ଅନେକ ଖେଳାଳି ନିଜର ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଡେବ୍ୟୁ ମ୍ୟାଚ୍‌ରେ ଏପରି କିଛି କରିଥିଲେ, ଯାହା ଅନ୍ୟପକ୍ଷେ କରିବା ସହଜ ହେବ ନାହିଁ। ସେ ହେଲେ ଲେଗ୍‌ବ୍ରେକ୍‌ ଗୁଗଲି ପାଇଁ ଖ୍ୟାତ ପୂର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରଓ୍ବାନୀ। ୧୯୮୮ରେ ୧୯ ବର୍ଷ ବୟସରେ ଏହି ଭାରତୀୟ ସ୍ପିନର ଡେବ୍ୟୁ ଟେଷ୍ଟ କ୍ରିକେଟ ଖେଳିଥିଲେ। ଚେନ୍ନାଇରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ମ୍ୟାଚ୍‌ ଥିଲା। ସେତେବେଳେ ଭାରତୀୟ ଅଧିନାୟକ ରବି ଶାସ୍ତ୍ରୀ ହିରଓ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ପରେ ଯାହା ହେଲା ତାହା ଇତିହାସ ହୋଇ ରହିଛି।

ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩୮୨ ରନ୍‌ କରିଥିଲା। ଏହାର ଜବାବ ଦେବାକୁ ପଡ଼ିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍‌କୁ ୧୮୪ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତୀୟ ଦଳ। ଏହା ପଛରେ ହିରଓ୍ବାନୀଙ୍କ ବଡ଼ ହାତ ରହିଥିଲା। ସେ ୧୮.୩ ଓଭର ବୋଲିଂ କରି ୮ ଉଇକେଟ ନେଇଥିଲେ। ପ୍ରଥମ ପାଳିରେ ହିରଓ୍ବାନୀଙ୍କ ଐତିହାସିକ ବୋଲିଂ କେବଳ ଟ୍ରେଲର୍‌ ଥିଲା। ଦ୍ୱିତୀୟ ପାଳିରେ ଭାରତ ୨୧୭/୮ ରେ ପାଳି ଘୋଷଣା କରିଥିଲା। ଏଣୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୬ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ହିରଓ୍ବାନୀ ଦ୍ୱିତୀୟ ପାଳିରେ ୧୫.୨ ଓଭର ବୋଲିଂ କରିଥିଲେ। ଏଥିରେ ସେ ୭୫ ରନ୍‌ ଦେଇ ପୁଣି ୮ ଉଇକେଟ ନେଇଥିଲେ। ଏଭଳି ଭାବେ ଗୋଟିଏ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ନିଜର ଡେବ୍ୟୁକୁ ସ୍ମରଣୀୟ କରିଦେଇଥିଲେ ହିରଓ୍ବାନୀ। ଆଜି ମଧ୍ୟ ଏହି ପ୍ରଦର୍ଶନ ସର୍ବଶ୍ରେଷ୍ଠ ବୋଲି ରେକର୍ଡ ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.