ମୁମ୍ବାଇ,୧।୬: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଜୁନ୍ ୨ରେ ବ୍ରିଟେନ ଗସ୍ତରେ ଯିବ। ଭାରତୀୟ ପୁରୁଷ ଦଳ ଏବଂ ମହିଳା ଦଳ ସମାନ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଭାରତୀୟ ଦଳର ଏହି ଗସ୍ତ ବହୁତ ଲମ୍ବା ହେବାକୁ ଯାଉଛି। ଖେଳାଳିମାନେ ଦୀର୍ଘ ଦିନ ଧରି ପରିବାରଠାରୁ ଦୂରରେ ରହିବାକୁ ନେଇ ଚିନ୍ତିତ ଥିଲେ, କିନ୍ତୁ ଇଂଲଣ୍ଡ ଯିବା ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଏକ ଖୁସି ଖବର ପାଇଛନ୍ତି, ଯାହାଫଳରେ ଏବେ ସେମାନେ ପରିବାର ବିଷୟରେ ଚିନ୍ତା କରିବେ ନାହିଁ। ଭାରତୀୟ ଖେଳାଳି, କୋଚିଂ ଏବଂ ସପୋର୍ଟ ଷ୍ଟାଫଙ୍କୁ ପରିବାରକୁ ସାଥିରେ ନେବା ପାଇଁ ଅନୁମତି ଦିଆଯାଇଛି। ଭାରତୀୟ ପୁରୁଷ ଦଳ ଇଂଲଣ୍ଡରେ ପ୍ରାୟ ଚାରିମାସ ରହିବେ।
ବ୍ରିଟେନ ସରକାର ଭାରତୀୟ ପୁରୁଷ ଓ ମହିଳା ଖେଳାଳିଙ୍କ ପରିବାରକୁ ମଧ୍ୟ ଏହି ଭ୍ରମଣରେ ଯିବାକୁ ଅନୁମତି ଦେଇଛନ୍ତି। ଭାରତୀୟ ଦଳ ଏବେ ମୁମ୍ବାଇର ଏକ ହୋଟେଲରେ କ୍ୱାରାଣ୍ଟାଇନରେ ଅଛନ୍ତି। ସମସ୍ତ ଖେଳାଳି ପରିବାର ସହିତ ଏକ ଚାର୍ଟାର୍ଡ ବିମାନରେ ଯିବେ ଏବଂ ଜୁନ ୩ରେ ଲଣ୍ଡନରେ ପହଞ୍ଚିବେ। ସେଠାରୁ ଉଭୟ ଦଳ ସାଉଥମ୍ପଟନ ଯିବେ, ସେଠାରେ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡିବ। ଏହା ପରେ ମହିଳା ଦଳ ବ୍ରିଷ୍ଟଲ ଅଭିମୁଖେ ଯିବେ, ଯେଉଁଠାରେ ସେମାନେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବେ। ଏଥି ସହିତ ପୁରୁଷ ଦଳ ସାଉଥମ୍ପଟନରେ ପ୍ରଶିକ୍ଷଣ ଆରମ୍ଭ କରିବେ ବୋଲି ଆଶା କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.