ମୁମ୍ବାଇ,୩।୬: ଭାରତୀୟ ପୁରୁଷ କ୍ରିକେଟ ଦଳ ୧୦୪ ଦିନିଆ ଇଂଲଣ୍ଡ ଗସ୍ତରେ ଗୁରୁବାର ବାହାରିଛି। ଉଭୟ ମହିିଳା ଏବଂ ପୁରୁଷ ଦଳ ଏକ ଗସ୍ତରେ ଯାଇଛନ୍ତି। ଜୁନ୍ ୧୮ରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତ। ଏହା ପରେ ଇଂଲଣ୍ଡ ସହିତ ପାଞ୍ଚ ଟେଷ୍ଟ ସିରିଜ ଖେଳାଯିବ। ଭାରତୀୟ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଗୋଟିଏ ଟେଷ୍ଟ ବ୍ୟତୀତ ତିନୋଟି ଏକଦିବସୀୟ ଏବଂ ତିନୋଟି ଟି-୨୦ ମ୍ୟାଚ ଖେଳିବାକୁ ପଡିବ। ଭାରତୀୟ ଅଧିନାୟକ ବିରାଟ କୋହଲି ଗସ୍ତ ପୂର୍ବରୁ କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲ ପାଇଁ ତାଙ୍କ ଦଳର ସୀମିତ ପ୍ରସ୍ତୁତି ପାଇଁ ଚିନ୍ତିତ ନୁହେଁ। କାରଣ ସେ ବିଶ୍ୱାସ କରନ୍ତି ଯେ, ଅତୀତରେ ଇଂଲଣ୍ଡରେ ଖେଳିବାର ଅଭିଜ୍ଞତା ତାଙ୍କୁ ପରିସ୍ଥିତି ବିଷୟରେ ଖାପ ଖୁଆଇବାକୁ ଯଥେଷ୍ଟ। କରୋନା ମହାମାରୀ ମଧ୍ୟରେ କ୍ରିକେଟରମାନେ ମାନସିକ ସ୍ତରରେ କ୍ଲାନ୍ତ ବାୟୋ ବବୁଲରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି।
ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ପୁରୁଷ କ୍ରିକେଟ ଦଳ ନମ୍ବର ୧ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଡବ୍ଲୁଟିସି ଫାଇନାଲରେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.