ପ୍ୟାରିସ, ୧୧।୬-
ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ଫାଇନାଲରେ ଏହି ଆମେରିକା-ବ୍ରିଟେନ ଯୋଡ଼ି ରୁଷିଆର ଅସଲାନ କାରାତ୍ସେଭ ଓ ଏଲିନା ଭେସନିନାଙ୍କୁ ୨-୬, ୬-୪, ୧୦-୫ ସେଟ୍ରେ ପରାସ୍ତ କରିଛନ୍ତି। ଏଥିସହ ସାଲିସବୁରୀ ଫ୍ରେଞ୍ଚ୍ ଓପନର ମୁଖ୍ୟ ଡ୍ର’ରେ ୩୯ ବର୍ଷର ଟାଇଟଲ ଶୂନ୍ୟତାର ଅନ୍ତ ଘଟାଇଛନ୍ତି। ମୁଖ୍ୟ ଡ୍ର’ର ୫ ଇଭେଣ୍ଟ ମଧ୍ୟରୁ ଶେଷ ବ୍ରିଟିଶ୍ ଖେଳାଳିଭାବେ ଜନ୍ ଲୟଡ ୧୯୮୨ରେ ମିକ୍ସଡ ଡବଲ୍ସ ଟାଇଟଲ ଜିତିଥିଲେ। ସେ ଅଷ୍ଟ୍ରେଲିଆର ଓ୍ବେଣ୍ଡି ଟର୍ନବୁଲଙ୍କୁ ସାଥିକରି ଖେଳିଥିଲେ। ଉଭୟ କ୍ରାକ୍ଜିକ୍ ଏବଂ ସାଲିସବୁରୀ ସେମାନଙ୍କ ପାର୍ଟନର ସହ ଡବଲ୍ସ ଇଭେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରୁ ହାରି ଯାଇଥିଲେ। ଫଳରେ ସେମାନେ ମିକ୍ସଡ ଡବଲ୍ସ ଉପରେ ଫୋକସ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.