ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହି ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଉତ୍ପନ୍ନ ହୋଇଛି। ଏହି କାରଣରୁ ଜାଣିଶୁଣି ଚାଇନା କରୋନା ଭାଇରସ୍ ଛାଡିଥିବା ସାରା ବିଶ୍ୱରେ ଆଲୋଚନା ହେଉଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିବାଦୀୟ ଲ୍ୟାବକୁ ଚାଇନା ପୁରସ୍କାର ପାଇଁ ମନୋନୀତ କରିଛି।
କୋଭିଡ-୧୯ ଉପରେ ଉତ୍କୃଷ୍ଟ ଗବେଷଣା କରିବା ଦିଗରେ କରାଯାଇଥିବା ପ୍ରୟାସ ପାଇଁ ଉହାନ ଲ୍ୟାବ୍କୁ ଚାଇନାର ଏକାଡେମୀ ଅଫ ସାଇନ୍ସ ଦ୍ୱାରା ମନୋନୀତ କରାଯାଇଛି। ଚାଇନାର ଏକାଡେମୀ ଅଫ ସାଇନ୍ସ କହିଛି ଯେ, ଉହାନ ଲ୍ୟାବ ଦ୍ୱାରା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ହେତୁ ଏହା କରୋନା ଭୁତାଣୁର ଉତ୍ପତ୍ତି, ମହାମାରୀ ବିଜ୍ଞାନ ଏବଂ ଏହାର ରୋଗ ସମ୍ବନ୍ଧୀୟ ଯାନ୍ତ୍ରିକ କୌଶଳ ବୁଝିବାରେ ସାହାଯ୍ୟ କରିଛି। ଫଳସ୍ବରୂପ, କରୋନା ଭୂତାଣୁ ବିରୁଦ୍ଧରେ ଔଷଧ ଏବଂ ଟିକା ତିଆରି ପାଇଁ ରାସ୍ତା ସଫା ହୋଇଥିଲା। ଏଥି ସହିତ, ଉହାନ ଲ୍ୟାବ ମହାମାରୀର ବିସ୍ତାର ତଥା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଏବଂ ବୈଷୟିକ ସହାୟତା ପ୍ରଦାନ କରିଥିଲା। ଏକାଡେମୀ ଅନୁଯାୟୀ, ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ଅନୁସନ୍ଧାନ କରୋନା ମହାମାରୀ ରୋକିବା ଏବଂ କରୋନା ଟିକା ସୃଷ୍ଟି ଦିଗରେ ଏକ ଅଦ୍ୱିତୀୟ ଅବଦାନ ରଖିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.