ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ହାତରୁ ମେହେନ୍ଦୀ ଓ ପାଦରୁ ଅଳତା ଲିଭିନି ହେଲେ ଜଳିଲା ଜୁଇ l ଏମିତି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲା ରମ୍ଭା ସହରରେ ଘଟିଥିବା ଦେଖିବାକୁ ମିଳିଛି। ବିବାହକୁ ମାସେ ପୂରିନି ଏକ ନବବଧୂକୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ନେଇ ଖୋଦ୍ ନବବଧୂଙ୍କ ମା’ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି।
ଖବର ନେବାରେ ଜଣାପଡ଼ିଛି, କୋଦଳା ଥାନା ଅଧିନସ୍ଥ ସଂକୁ ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି ସାହୁ ମେ’ ୧୯ର ହିନ୍ଦୁ ରୀତିନୀତି ଅନୁଯାୟୀ ରମ୍ଭା ସହର ବଡ଼ ଉପୁଲିଆ ସାହିର ଭୀମ ନାହାକଙ୍କ ପୁଅ ରମେଶଙ୍କୁ ବିବାହ କରିଥିଲେ। ହେଲେ ମଙ୍ଗଳବାର ରାତିରେ ଶ୍ରଦ୍ଧାଞ୍ଜଳି ଆତ୍ମହତ୍ୟା କରିଥିବା ପୁଅଘର ପକ୍ଷରୁ ଶ୍ରଦ୍ଧାଞ୍ଜଳିଙ୍କ ପରିବାରକୁ ଖବର ଦିଆଯାଇଥିଲା। ଏ ନେଇ ଶ୍ରଦ୍ଧାଞ୍ଜଳିଙ୍କ ମା’ ସୁଜ୍ଞାନୀ ସାହୁ ରମ୍ଭା ଥାନାରେ ତାଙ୍କ ଝିଅକୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ୨୭୩/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ରମ୍ଭା ଥାନାଧିକାରୀ ଦିପ୍ତୀ ରଞ୍ଜନ ବେହେରା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.