କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା ଦୋକାନ ଖୋଲିବାକୁ ଅନୁମତି ରହିଥିଲା। ଏବେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି। ଏହି ସମୟରେ ପୂର୍ବଭଳି ଅତ୍ୟାବଶ୍ୟକ ସାମଗ୍ରୀ ଖୋଲିବାକୁ ଅନୁମତି ଦିଆଯାଇଛି। ଫଳରେ ଫୁଟପାଥ, ଉଠାଦୋକାନୀ ଏବଂ ଅନ୍ୟାନ୍ୟ ଦୋକାନୀଙ୍କ ଜୀବନ ଜୀବିକା ଠପ୍‌ ହୋଇଯାଇଛି। ଗତ ଦୁଇ ବର୍ଷ ହେବ କରୋନା ପାଇଁ ବହୁ ବେପାରୀଙ୍କ ଜୀବନ ଜୀବିକା ପେଷି ହୋଇଗଲାଣି।

ଖୋର୍ଦ୍ଧା ସହରକୁ ଦୈନିକ ୧୦ରୁ ୧୨ଟନ କଦଳୀ ଟ୍ରକ୍‌ ଆନ୍ଧ୍ରପ୍ରଦେଶରୁ ଆସୁଛି। ଏଠାରେ ୪ଟି ବଡ଼ ଗୋଦାମ ରହିଛି। କଦଳୀ ଆସିବା ପରେ ୨ଶହରୁ ଊର୍ଦ୍ଧ୍ୱ ଫୁଟପାଥ ବ୍ୟବସାୟୀ କଦଳୀ କିଣିଥାନ୍ତି। ବେପାର ପରେ ଟଙ୍କା ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ବେପାର ଠପ୍‌ ହୋଇଯାଇଛି। ପର୍ବପର୍ବାଣିରେ ଅଧିକ କଦଳୀ ବିକ୍ରି ହୋଇଥାଏ। ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି। ଦୋକାନ ଖୋଲିବା ଲାଗି ଅଳ୍ପ ସମୟ ଦିଆଯାଉଛି। ଏପରି ଚାଲିଲେ, ଦୋକାନ ବନ୍ଦ କରିବାକୁ ପଡ଼ିବ।
– ଅକ୍ଷୟ କୁମାର ସାହୁ,
କଦଳୀ ବ୍ୟବସାୟୀ
ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଲକ୍‌ଡାଉନ ଯୋଗୁ ଦୋକାନ ବନ୍ଦ ରହିିଛି। ଦୋକାନ ବନ୍ଦ ରହିଥିଲେ ମଧ୍ୟ ଭଡ଼ା ଦେବାକୁ ପଡୁଛି। ଅର୍ଡର ଅଛି, କାମ କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଆଗକୁ ରଥଯାତ୍ରା, ଦଶହରା ରହିଛି। ଏହି ସମୟରେ ରୋଜଗାର ହୋଇଥାଏ। ମେ’ ମାସରୁ ଦୋକାନ ବନ୍ଦ ରହିଛି। ଧାରକରଜ ବଢିଲାଣି। କିପରି ପରିବାର ଚଳାଇବୁ ଚିନ୍ତା ଘାରୁଛି।
– ରାଜକିଶୋର ଦଳାଇ, ଟେଲରିଂ ଦୋକାନୀ
ଲକ୍‌ଡାଉନରେ ଦୋକାନ ଖୋଲିବା ଉପରେ କଟକଣା ରହିଛି। ପୂର୍ବରୁ ଦୈନିକ ସକାଳ ୭ଠାରୁ ରାତି ୧୧ଟା ମଧ୍ୟରେ ୧ହଜାର ଟଙ୍କା ରୋଜଗାର ହେଉଥିଲା। ଦୋକାନ ବନ୍ଦ ଯୋଗୁ ଘର ଚଳାଇବା କଷ୍ଟକର ହୋଇପଡିଲାଣି। ବେପାର ନ ଥିବାରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛୁ।
– ରାକେଶ ସାହୁ,
ଜଳଖିଆ ଦୋକାନୀ
ଚା’ ଦୋକାନରୁ ଯାହା ରୋଜଗାର ହୁଏ, ପରିବାର ଚଳିଥାଏ। ଲକ୍‌ଡାଉନ ଯୋଗୁ ବେପାର ବନ୍ଦ ରହିଛି। ହାତରେ ଅନ୍ୟ କୌଣସି କାମଧନ୍ଦା ନାହିଁ। ବେପାର ନ ଥିବାରୁ ଯାହା ସଞ୍ଚି ଥିଲୁ ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଆଗକୁ ଦୋକାନ ଖୋଲିବାକୁ ଅନୁମତି ନ ଦିଆଗଲେ ଅବସ୍ଥା ଦୁର୍ବିଷହ ହୋଇପଡିବ।
– ପ୍ରମୋଦ କୁମାର ଦାସ,
ଚା’ ଦୋକାନୀ
ଲକ୍‌ଡାଉନ ଯୋଗୁ ବେପାର ବନ୍ଦ ରହିଛି। ଧାରକରଜ କରି ବାହାର ରାଜ୍ୟରୁ ଲୁଗା ଆଣିଥିଲି। ତାହା ଘରେ ସାଇତି ରଖିଛି। ବେପାର ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ଏବେ ବାଧ୍ୟରେ ବଜାରରୁ ଶାଗ କିଣି ରାସ୍ତା ପାର୍ଶ୍ୱରେ ବିକ୍ରି କରୁଛିି। ପରିବାର ଚଳାଇବା ଲାଗି ଯେ କୌଣସି କାମ କରିବାକୁ ପଡ଼ିବ ବୋଲି କହିଛନ୍ତି।
– ଜିତେନ୍ଦ୍ର ମଣ୍ଡଳ,
ଲୁଗା ବ୍ୟବସାୟୀ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.