ବିନା ଭକ୍ତରେ ସ୍ନାନ କଲେ ମହାପ୍ରଭୁ

ଖୋର୍ଦ୍ଧା ଅଫିସ,୨୪ା୬: ଖୋର୍ଦ୍ଧା ଜାଗୁଳାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ଦେବସ୍ନାନ ଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପରେ ଗଜ ବେଶରେ ଦର୍ଶନ ଦେଇଛନ୍ତି।
ଗୁରୁବାର ଭୋର୍‌ ୪ଟାରେ ଦ୍ବାରଫିଟା, ୪.୩୦ରେ ମଙ୍ଗଳ ଆଳତି,ମଇଲମ, ଅବକାଶ, ତଡପଲାଗି ନୀତି ବଢ଼ି ୭ଟାରେ ଗୋପାଳ ବଲ୍ଲଭ ଭୋଗ ଲାଗି ହୋଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ୧୦ଟାରେ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୦ଟାରେ ଚତୁର୍ଦ୍ଧା ବିଗ୍ରହ ସ୍ନାନ ମଣ୍ଡପରେ ବିଜେ କରିଥିଲେ। ପ୍ରଥମେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ପରେ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ବିଜେ କରିଥିଲେ। ପରେ ମଣ୍ଡପରେ ଅନ୍ୟ ନୀତି ସମ୍ପନ୍ନ ହୋଇଥିଲା। କାରୁଣ୍ୟ କୁଣ୍ଡରୁ ଜଳ ଆସିବା ପରେ ଚତୁର୍ଦ୍ଧା ବିଗ୍ରହ ଅଭିମନ୍ତ୍ରିତ ସୁବାସିତ ଜଳରେ ସ୍ନାନ କରିଥିଲେ। ବେଶ ଲାଗି ପରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ୬ଟାରେ ଚତୁର୍ଦ୍ଧା ବିଗ୍ରହ ପହଣ୍ଡି ହୋଇ ଅଣସର ଗୃହରେ ବିଜେ କରିବେ ବୋଲି ମନ୍ଦିର ମୁଖ୍ୟ ପୂଜକ ମହନ୍ତ କମଳ ଲୋଚନ ମହାରାଜ ସୂଚନା ଦେଇଛନ୍ତି। ସ୍ବଳ୍ପ ସଂଖ୍ୟକ ସେବାୟତରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତି ଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.