ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି। ଏହି କାରଣରୁ କରୋନା ସଂକ୍ରମିତ ରୋଗୀମାନେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏପରି ପରିସ୍ଥିତିରେ ପୁଣେର ଏକ କମ୍ପାନୀ ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ ପ୍ରସ୍ତୁତ କରିଛି। ଏହି ମାସ୍କ ୩ଡି ପ୍ରିଣ୍ଟିଂ ଏବଂ ଔଷଧର ମିଶ୍ରଣରୁ ନିର୍ମିତ କରାଯାଇଛି। ଯାହା ସଂସ୍ପର୍ଶରେ ଆସୁଥିବା ଭୂତାଣୁକୁ ନିଷ୍କ୍ରିୟ କରିଥାଏ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସୂଚନା ଦେଇଛି ଯେ ଥିଙ୍କର୍ ଟେକ୍ନୋଲୋଜି ଇଣ୍ଡିଆ ପିଭି ଲିମିଟେଡ (Thincr Technologies India Private Limited) ଦ୍ୱାରା ବିକଶିତ ଏହି ମାସ୍କରେ ଆଣ୍ଟି-ଭାଇରାଲ ଏଜେଣ୍ଟର ଆବରଣ ରହିଛି। ଏକ ପରୀକ୍ଷଣରୁ ଜଣାପଡିଛି ଯେ, ଏହି ଆବରଣ SARS-CoV 2କୁ ନିଷ୍କ୍ରିୟ କରିଥାଏ। ବିଭାଗ କହିଛି ଯେ ଏହି ଆବରଣରେ ସୋଡିୟମ ଓଲେଫିନ ସଲଫୋନେଟ୍ ଆଧାରିତ ମିଶ୍ରଣ ବ୍ୟବହାର କରାଯାଇଛି। ଯେତେବେଳେ ଏହି ଆବରଣ ସଂସ୍ପର୍ଶରେ କରୋନା ଭୂତାଣୁ ଆସେ, ତାହାର ବାହାର ଝିଲ୍ଲୀ ନଷ୍ଟ ହୋଇଯାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.