ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର

୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରି ବହୁ ପ୍ରକାର ଗବେଷଣା ପରେ ୧୯୦୧ ମସିହାରେ ମନୁଷ୍ୟ ଶରୀରରେ ‘ଏ’, ‘ବି’ ଏବଂ ‘ଓ’ ରକ୍ତ ଗ୍ରୁପ୍‌ ଉଦ୍ଭାବନ କରିଥିଲେ। ୧୯୦୨ ମସିହାରେ ଡା. ଲ୍ୟାଣ୍ଡଷ୍ଟେନରଙ୍କର ଦୁଇ ଜଣ ଛାତ୍ର ଓ ବୈଜ୍ଞାନିକ ଡା. ଷ୍ଟରଲି ଏବଂ ଡା. ଡିକାଷ୍ଟେଲୋ ‘ଏବି’ ନାମକ ଚତୁର୍ଥ ରକ୍ତ ଗ୍ରୁପ୍‌ ଉଦ୍ଭାବନ କରିଥିଲେ। ‘ଏ’, ‘ବି’ ଏବଂ ‘ଓ’ ରକ୍ତ ଗ୍ରୁପର ଆବିଷ୍କାର ପାଇଁ ଡା. କାରଲ ଲ୍ୟାଣ୍ଡଷ୍ଟେନରଙ୍କୁ ଭେଷଜ ବିଜ୍ଞାନ ପାଇଁ ୧୯୩୦ ମସିହାରେ ସମ୍ମାଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ୧୮୬୫ ମସିହା ଜୁନ ୧୪ ତାରିଖରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ଠାରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ନୋବେଲ ପୁରସ୍କାର ଗ୍ରହଣ ବେଳକୁ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିସାରିଥିଲେ। ୧୯୪୩ ମସିହାରେ ସେ ଇହଜଗତରୁ ବିଦାୟ ନେଇଥିଲେ ମଧ୍ୟ ରକ୍ତ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ।
୨୦୦୪ ମସିହା ଠାରୁ ଡା. କାରଲ ଲ୍ୟାଣ୍ଡଷ୍ଟେନରଙ୍କ ଜନ୍ମ ଦିନ (ଜୁନ ୧୪ ତାରିଖ)କୁ ସାରା ବିଶ୍ୱରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ଓ ତାଙ୍କୁ ମନେରଖିବା ପାଇଁ ‘ବିଶ୍ୱ ରକ୍ତଦାତା ଦିବସ’ ରୂପେ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ରକ୍ତଦାତା ଦିବସର ବାର୍ତ୍ତାଟି ହେଲା – ”ରକ୍ତଦାନ କରନ୍ତୁ ଓ ସାରା ମାନବ ସମାଜକୁ ସଚେତନ କରାନ୍ତୁ“।
ପ୍ରତେକ ବ୍ୟକ୍ତି ସୁସ୍ଥ ଥିବା ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ଭାବେ ଜୀବନରେ ଥରେ ହେଉ ପଛେ ରକ୍ତଦାନ କରିବା ଉଚିତ। ଯିଏ ଥରେ ରକ୍ତଦାନ କରିଛି ସେ ଆଉ ଅଟକି ଯାଇ ନାହିଁ। ଠିକ ସମୟ ବ୍ୟବଧାନରେ ନିୟମିତ ରକ୍ତଦାନ କରି ରକ୍ତଦାତା ପାଲଟି ଯାଇଛି। କେବଳ ସେତିକି ନୁହେଁ, ଜଣେ ରକ୍ତଦାତା ଯେତେବେଳେ ରକ୍ତଦାନ ପ୍ରକ୍ରିୟା ସହିତ ଯୋଡି ହୋଇ ରହେ ସେ ରକ୍ତ ବିଜ୍ଞାନ ବିଷୟରେ ଜ୍ଞାନ ଆହରଣ କରେ ଓ ଅନ୍ୟକୁ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାଏ। ତେଣୁ ରକ୍ତଦାତା ସମୟକ୍ରମେ ଜଣେ ପ୍ରବର୍ତ୍ତକ ବା ମୋଟିଭେଟର ପାଲଟିଯାଏ। ଚଳିତ ବର୍ଷ ବାର୍ତ୍ତାର ଲକ୍ଷ୍ୟ ହେଉଛି ନିଜେ ରକ୍ତଦାନ କରନ୍ତୁ ଓ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାନ୍ତୁ- ତେବେ ଯାଇ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହିବ ନାହିଁ କିମ୍ବା ଅନ୍ୟ ଅର୍ଥରେ ଡାକ୍ତରଖାନାରେ ବହୁ ସମସ୍ୟାରେ ଥିବା ରୋଗୀ ରକ୍ତ ପାଇବା ପାଇଁ ଅଧିକ ଯନ୍ତ୍ରଣା ପାଇବ ନାହିଁ।

-ଦିଲ୍ଲୀପ ଦାଶଶର୍ମା
ପ୍ରତିଷ୍ଠାତା ସଭାପତି, ଓଡ଼ିଶା ସ୍ବେଚ୍ଛାକୃତ ରକ୍ତଦାତା ଓ ପ୍ରବତ୍ତର୍ର୍କ ସଂଘ, ଓଡ଼ିଶା
ମୋ: ୮୯୮୪୦୦୭୬୦୦

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.