ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରୀଛାତ୍ର ଏବଂ ଅଭିଭାବକ। ଏହି ଚିନ୍ତା ଏବେ ଦୂର କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ବରିଷ୍ଠ ଶିକ୍ଷାବିତ୍ ଏବଂ ସିଏଚ୍ସିଏସ୍ଇ ଅଧିକାରୀଙ୍କୁ ନେଇ ଗଠନ କରାଯିବ।
କେମିତି ଓ କେଉଁ ଆଧାରରେ ମୂଲ୍ୟାୟନ କରାଯିବ, କିପରି ରେଜଲ୍ଟ ପ୍ରକାଶ ପାଇବ ସେନେଇ କମିଟି ବିଚାରବିମର୍ଷ କରିବ। ମତାମତ ଆଧାରରେ ସରକାର ନିଷ୍ପତ୍ତି ନେବେ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ଓ ଆଇସିଏସ୍ଇ ରେଜଲ୍ଟ ଯେବେ ବାହାରିବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ମଧ୍ୟ ସେହି ସମୟରେ ପ୍ରକାଶ ପାଇବ। ଛାତ୍ରୀଛାତ୍ର ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.