ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର

ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର ନଦୀକୂଳ ଘଞ୍ଚ ବୁଦା ମୂଳେ କୁମ୍ଭୀର ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀର ସନ୍ତସନ୍ତିଆ, ଘଞ୍ଚ ବୁଦା ମୂଳ ଉଚ୍ଚ ସ୍ଥାନରେ ହେନ୍ତାଳ, ଖରି ଗଛ ପତ୍ର କାଠି କୁଟା ଓ ଘାସକୁ ସଂଗ୍ରହ କରି ଦୁଇ ଫୁଟ୍‌ ଉଚ୍ଚରେ ସଜେଇ ରଖି ତାହା ଭିତରେ ଅଣ୍ଡା ଦେଇଥାଏ। କାଉ, କୁକୁର, ବିଲୁଆ ଆଦି ଯନ୍ତୁମାନଙ୍କଠାରୁ ଦୂରେଇ ରଖିବାକୁ ବସା ମଧ୍ୟରେ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିଥାଏ। ଏହାର କିଛି ଦୂରରେ ମା’ କୁମ୍ଭୀର ଅଣ୍ଡାକୁ ଶତ୍ରୁ କବଳରୁ ରକ୍ଷା ପାଇଁ ଜଗି ରହିଥାଏ। ଯଦି କିଏ ଅଣ୍ଡା ଦେଇଥିବା ବସା ପାଖକୁ ଯାଏ ଜଗି ରହିଥିବା ମା’ କୁମ୍ଭୀର ଅତର୍କିତ ଆକ୍ରମଣ କରିଥାଏ। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ନଦୀର ସନ୍ତସନ୍ତିଆ, ପାଣି ଗଡାଣି ସ୍ରୋତରେ କୁମ୍ଭୀର ଆଶ୍ରୟ ନିଅନ୍ତି। ବର୍ଷର ଜୁନ୍‌, ଜୁଲାଇରେ କୁମ୍ଭୀର ପ୍ରଜନନ ସମୟ ହୋଇଥାଏ। ବ୍ଲକର ଅରଡ, ଏକଲପୁର ନିକଟ ଗୋବରୀ ନଦୀ କୂଳ, ରାମଚଣ୍ଡୀ ଗଳିଆ ନଦୀ କୂଳ ଘଞ୍ଚ ବୁଦା ମୂଳେ ମା’ କୁମ୍ଭୀର ସୁରକ୍ଷିତ ସ୍ଥାନ ଭାବି ବସା ବାନ୍ଧିଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏହି ବସାରୁ କିଛି ଅଣ୍ଡାକୁ ବିଲୁଆ, କୁକୁର, କାଉ ନେଇ ଯାଉଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ କୁମ୍ଭୀରଙ୍କ ବସା ଠାବ କରି ଗଣନା କରାଯାଏ। ବ୍ଲକର ଗୋବରୀ, ଲୁଣା, ରାମଚଣ୍ଡୀ ଗଳିଆ ନଦୀ, ବତୀଘର ଟୁବି ଓ ଖୋଳା ନଦୀ ସମେତ ମହାନଦୀ ତଳିଆ ନଦୀ ଯୋର, ନାଳ ଆଦି ସନ୍ତସନ୍ତିଆ ସ୍ଥାନରେ କୁମ୍ଭୀର ଆଡ୍ଡା ଜମାଇଛନ୍ତି। ସାଧାରଣତଃ ଏହି ଅଞ୍ଚଳରେ ବଉଳା ଜାତୀୟ କୁମ୍ଭୀର ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏହି କୁମ୍ଭୀରମାନେ ଛେଳି, ମେଣ୍ଢା, ଗାଈ, ମଇଁଷି ଓ ମଣିଷଙ୍କୁ ଆକ୍ରମଣ କରିଥାନ୍ତି। ସ୍ଥାନୀୟ ଲୋକ ନଦୀ ମଧ୍ୟରେ ମାଛ ଧରିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ନଜିର ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.