୧୭ ଯାଏ ଓଏଚ୍‌ଆର୍‌ସିକୁ ସର୍ବସାଧାରଣ ପ୍ରବେଶ ମନା

ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ପୂର୍ବରୁ ମେ ୩୧ ପର୍ଯ୍ୟନ୍ତ ପ୍ରବେଶ ବନ୍ଦ ରହିଥିବାବେଳେ ଏବେ ପୁଣି ଅବଧି ବଢାଇ ଦିଆଯାଇଛି। ଏହାସହ କର୍ମଚାରୀମାନେ ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବେ। ଲୋକଙ୍କ ଅଭିଯୋଗର ପଞ୍ଜୀକରଣ ଏବଂ ଯାଞ୍ଚ ନିୟମିତ ଭାବରେ ଜାରି ରହିବ। ଏହି ସମୟ ମଧ୍ୟରେ ଶୁଣାଣି ପାଇଁ କେବଳ ଜରୁରୀ ମାମଲା ଗ୍ରହଣ କରାଯିବା ସହ ଅନ୍‌ଲାଇନ୍‌ (ohrc@nic.in) ମାଧ୍ୟମରେ ଅଭିଯୋଗ ଆବେଦନ କରିହେବ। ସେହିପରି ଆବେଦନକାରୀ ଓଏଚ୍‌ଆର୍‌ସି ସେଲ୍‌ ନଂ.୮୭୬୩୬୪୨୦୮୦ରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ଯୋଗାଯୋଗ କରିପାରିବେ। ଏହାସହ କମିଶନ ଅଧ୍ୟକ୍ଷଙ୍କ ଅନୁମତି ମିଳିବା ପରେ ଅତିଜରୁରୀ ମାମଲାଗୁଡିକୁ ଗ୍ରହଣ କରାଯାଇ ଭର୍ଚୁଆଲ୍‌ ମୋଡ୍‌ରେ ଶୁଣାଣି କରାଯିବ ବୋଲି କମିଶନଙ୍କ ସଚିବ ଜଣାଇଛନ୍ତି। ସୂଚନାଯୋଗ୍ୟ, ତୋଷାଳୀ ଭବନରେ କାର୍ଯ୍ୟ କରୁଥିବା ଓଏଚ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ସଂକ୍ରମଣ ବ୍ୟାପିବା ସହ ଜଣେ କର୍ମଚାରୀଙ୍କର ଗତ କିଛିଦିନ ତଳେ ମୃତ୍ୟୁ ଘଟିବା ପରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.