ଖଇରା,୪ା୬(ଡି.ଏନ୍.ଏ.): ବାତ୍ୟା ‘ୟାସ୍’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା ତଥା ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପଲିଥିନ ଓ କ୍ଷତିପୂରଣ ଅର୍ଥ ପ୍ରଦାନ କରା ନ ଯିବା ଦାବିରେ ୫ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ ତଥା ଗଣ୍ଡିବେଡ଼ ରାଜସ୍ବ ନିରୀକ୍ଷକାଙ୍କୁ ଗଣ୍ଡିବେଡ଼ ରାଜସ୍ବ କାର୍ଯ୍ୟାଳୟ ପରିସରରେ ତାଲା ବନ୍ଦ କରି ଅଟକ ରଖିଛନ୍ତି। ପଲିଥିନ ଓ କ୍ଷତିପୂରଣ ଅର୍ଥ ବାବଦ ଚେକ୍ ନ ମିଳିବା ପର୍ଯ୍ୟନ୍ତ ଗ୍ରାମବାସୀ ଅଧିକାରୀଙ୍କୁ ନ ଛାଡିବା ଜିଦ୍ରେ ଅଟଳ ଅଛନ୍ତି। ରାଜ୍ୟ ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ନିକଟସ୍ଥ ପାର୍ବତୀପୁର, ଶ୍ୟାମସୁନ୍ଦରପୁର, ଚକାପଦା, ଝାଟିଆ, ଚକ୍ରଧରପୁର, ନନ୍ଦୁର ଇତ୍ୟାଦି ଗ୍ରାମବାସୀ ଗେଟ୍ରେ ତାଲା ଦେଇ ଧାରଣାରେ ବସି ରହିଛନ୍ତି। ତହସିଲଦାର ମହେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ୯୦ଜଣଙ୍କୁ ପଲିଥିନ ଦିଆସରିଛି। ଅନ୍ୟମାନଙ୍କୁ ତଦନ୍ତ ପରେ ପ୍ରଦାନ କରାଯିବ ବୋଲି କହିଛନ୍ତି ।
ଆହୁରି ୩ ଦିନ ବର୍ଷା
ଭୁବନେଶ୍ବର,୨୪।୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା...
ଟିକାକୁ ନେଇ ଟଣାଓଟରା: ଓଡ଼ିଶାରେ ୬୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର...
ଭୁଲ୍ ସୁଧାରିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍
ଭୁବନେଶ୍ୱର,୬।୬(ବ୍ୟୁରୋ): ଅନେକ ସମୟରେ ପୋଲିସର ଅବହେଳା ଓ ଅସାବଧାନତା ଯୋଗୁ ଅଭିଯୁକ୍ତମାନେ ଖସିପଳାଇବାରେ ସକ୍ଷମ ହେଉଛନ୍ତି। ବଳାତ୍କାର, ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ ହୋଇଥିବା...
୧୦ରେ ବର୍ଷର ପ୍ରଥମ, ଶେଷ ବଳୟ ସୂର୍ଯ୍ୟୋପରାଗ
ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍ଲାଣ୍ଡ...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍
ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ...
ଡିଭାଇଡରରେ ପିଟିହେଲା କାର୍: ଏକାସାଙ୍ଗରେ ଚାଲିଗଲେ ମା’, ପୁଅ
ବ୍ରହ୍ମପୁର ଅଫିସ,୨୪।୬: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ମା’ ପୁଅଙ୍କ ଏମ୍କେସିଜି ମେଡିକାଲରେ ଗୁରୁବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ର ପି.ଲକ୍ଷ୍ମୀ (୪୫)...
କରୋନାରୁ ସୁସ୍ଥ ହୃଦ୍ରୋଗୀ ହାର୍ଟ ଚେକ୍ ଅପ୍ କରିବାକୁ ପରାମର୍ଶ
ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ...


