ଖଇରା,୪ା୬(ଡି.ଏନ୍.ଏ.): ବାତ୍ୟା ‘ୟାସ୍’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା ତଥା ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପଲିଥିନ ଓ କ୍ଷତିପୂରଣ ଅର୍ଥ ପ୍ରଦାନ କରା ନ ଯିବା ଦାବିରେ ୫ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ ତଥା ଗଣ୍ଡିବେଡ଼ ରାଜସ୍ବ ନିରୀକ୍ଷକାଙ୍କୁ ଗଣ୍ଡିବେଡ଼ ରାଜସ୍ବ କାର୍ଯ୍ୟାଳୟ ପରିସରରେ ତାଲା ବନ୍ଦ କରି ଅଟକ ରଖିଛନ୍ତି। ପଲିଥିନ ଓ କ୍ଷତିପୂରଣ ଅର୍ଥ ବାବଦ ଚେକ୍ ନ ମିଳିବା ପର୍ଯ୍ୟନ୍ତ ଗ୍ରାମବାସୀ ଅଧିକାରୀଙ୍କୁ ନ ଛାଡିବା ଜିଦ୍ରେ ଅଟଳ ଅଛନ୍ତି। ରାଜ୍ୟ ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ନିକଟସ୍ଥ ପାର୍ବତୀପୁର, ଶ୍ୟାମସୁନ୍ଦରପୁର, ଚକାପଦା, ଝାଟିଆ, ଚକ୍ରଧରପୁର, ନନ୍ଦୁର ଇତ୍ୟାଦି ଗ୍ରାମବାସୀ ଗେଟ୍ରେ ତାଲା ଦେଇ ଧାରଣାରେ ବସି ରହିଛନ୍ତି। ତହସିଲଦାର ମହେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ୯୦ଜଣଙ୍କୁ ପଲିଥିନ ଦିଆସରିଛି। ଅନ୍ୟମାନଙ୍କୁ ତଦନ୍ତ ପରେ ପ୍ରଦାନ କରାଯିବ ବୋଲି କହିଛନ୍ତି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.