Categories: ଖେଳ

ଆଇସିୟୁରେ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍‌ ମିଲ୍‌ଖା ସିଂ କୋଭିଡ୍‌-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍‌ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫୋନରେ ତାଙ୍କ ସହ କଥା ହୋଇଛନ୍ତି। ଗୁରୁବାରଠାରୁ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ଅପେକ୍ଷାକୃତ ଭଲ ରହିଛି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି। ଶରୀରରେ ଅକ୍ସିଜେନସ୍ତର କମିବା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବିଭିନ୍ନ ମେଡିକାଲ ପାରାମିଟର ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ପିଜିଆଇଏମ୍‌ଇଆର ମୁଖପାତ୍ର ପ୍ରଫେସର ଆଶୋକ କୁମାର କହିଛନ୍ତି। ଏକ ୩ ଜଣିଆ ଡାକ୍ତର ଦଳ ମିଲ୍‌ଖାଙ୍କ ଉପରେ ନଜର ରଖିଛନ୍ତି। ମିଲ୍‌ଖାଙ୍କ ପୁଅ ଜୀଭ ମଧ୍ୟ ପିତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି କହିଛନ୍ତି ଓ ଫୋନ୍‌ରେ କଥା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିତାଙ୍କ ସହ କଥା ହୋଇଥିବାରୁ ତାଙ୍କ କୃତଜ୍ଞତା ଜଣାଉଛି ବୋଲି ଜୀଭ ଟୁଇଟ କରି ଜଣାଇଛନ୍ତି।
ପୂର୍ବରୁ କରୋନ ସଂକ୍ରମଣ କାରଣରୁ ମିଲ୍‌ଖା ମୋହାଲିର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ରବିବାର ଛାଡ଼ ପାଇଥିଲେ। ତେବେ ଘରେ ସେ ଅକ୍ସିଜେନ ସପୋର୍ଟରେ ରହିଥିଲେ। ତାଙ୍କ ୮୨ ବର୍ଷୀୟା ପତ୍ନୀ ମଧ୍ୟ ସମାନ କାରଣ ପାଇଁ ଫୋର୍ଟିସ ହସ୍ପିଟାଲର ଆଇସିୟୁରେ କ୍ରମାଗତ ଭାବେ ରହିଆସୁଛନ୍ତି। ଦୁବାଇରୁ ମେ’ ୧୨ ତାରିଖରେ ଜୀଭ ଚଣ୍ଡିଗଡରେ ପହଞ୍ଚିଥିଲେ। ତାଙ୍କ ବଡ଼ ଭଉଣୀ ମୋନା ମିଲ୍‌ଖା ସିଂ ମଧ୍ୟ ଆମେରିକାରେ ଜଣେ ଡାକ୍ତର ଭାବେ ଅବସ୍ଥାପିତ। ସେ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ଘରେ କାମ କରୁଥିବା ବ୍ୟକ୍ତିମାନଙ୍କଠାରୁ ମିଲ୍‌ଖା ସଂକ୍ରମିତ ହେବା ଆଶଙ୍କା କରାଯାଉଛି।
ଉଲ୍ଲେଖଥାଉ କି ମିଲ୍‌ଖା ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ୪୦୦ ମିଟର ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କର ଟାଇମିଂ ଜାତୀୟ ରେକର୍ଡ ଭାବେ ୩୮ ବର୍ଷଧରି ବଜାୟ ରହିଥିଲା। ୧୯୯୮ରେ ପରମଜିତ୍‌ ସିଂ ତାଙ୍କର ଏହି ରେକର୍ଡ ଭାଙ୍ଗିଥିଲେ। ମିଲ୍‌୦ଖା ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କୁ ୧୯୫୯ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.