ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍କୁ ବୋରିସ୍ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍ କମିଙ୍ଗ୍ସ ଲିକ୍ କରିଦେଇଛନ୍ତି।
ଏହି ଚାଟ୍ରେ ବୋରିସ୍ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ଙ୍କ ବିଷୟରେ କରିଥିବା ଦେଖିବାକୁ ମିଳିଛି। କମିଙ୍ଗ୍ସ ଏକ ଲମ୍ବା ବ୍ଲଗ୍ ପୋଷ୍ଟରେ ଏହି ଅଭିଯୋଗ କରିଛନ୍ତି ଯେ, ମ୍ୟାଟ୍ କରୋନା ସମୟର ବିଫଳତା ବିଷୟରେ ମିଛ କହିଥିଲେ। କମିଙ୍ଗ୍ସ ଏହି ହ୍ବାଟ୍ସଆପ୍ ଚାଟ୍ର ଏକ ସ୍କ୍ରିନ୍ଶଟ୍ ବି ଶେୟାର କରିଛନ୍ତି। କମିଙ୍ଗ୍ସଙ୍କ ଅନୁଯାୟୀ, ଏହି ସ୍କ୍ରିନ୍ଶଟ୍ ଗତବର୍ଷ ମାର୍ଚ୍ଚ ୨୬ର। ଏଥିରେ କମିଙ୍ଗ୍ସ ଏବଂ ବୋରିସ୍ ବ୍ରିଟେନର କୋଭିଡ୍ ପରୀକ୍ଷା କ୍ଷମତା ବିଷୟରେ କଥାବାର୍ତ୍ତା ହୋଇଛନ୍ତି। ଏହି ଚାଟ୍ ସମୟରେ ବୋରିସ୍ ଅତି ନିରାଶ ହୋଇ କହିଛନ୍ତି ଯେ, ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ଙ୍କୁ କୌଣସି ଭରସା ନାହିଁ। ସେହିପରି ଏପ୍ରିଲ ୨୭ର ଏକ ଚାଟ୍କୁ ମଧ୍ୟ କମିଙ୍ଗ୍ସ ଲିକ୍ କରିଛନ୍ତି। ଏହି ଚାଟ୍ରେ ବୋରିସ୍ ସ୍ପଷ୍ଟ କହିଛନ୍ତି ଯେ, ପିପିଇ କିଟ୍ ପାଇଁ ମ୍ୟାଟ୍ ହିଁ ଦାୟୀ। ଏହି ଦାୟିତ୍ୱ ତାଙ୍କ ସ୍ଥାନରେ କ୍ୟାବିନେଟ୍ କାର୍ଯ୍ୟାଳୟ ମନ୍ତ୍ରୀ ମାଇକେଲ୍ ଗୋଭ୍ଙ୍କୁ ଦିଆଯିବା ଉଚିତ୍।
ଏହି ଚାଟ୍ ଆଧାରରେ କମିଙ୍ଗ୍ସ ବୋରିସଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ବ୍ଲଗ୍ ପୋଷ୍ଟରେ ଲେଖିଛନ୍ତି, ମ୍ୟାଟ୍ କରୋନା ସମୟରେ ପରୀକ୍ଷା କରୁଛନ୍ତି। ପିପିଇ କିଟ୍ ନେଇ ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରମାଣିତ ହୋଇଛି। ଏହାକୁ ବୋରିସ୍ କଡ଼ା ସମାଲୋଚନା କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.