କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି

ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍‌ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍‌ମେଣ୍ଟର୍‌: କୋଭିଡ୍‌-୧୯ ଆଣ୍ଡ୍‌ ଏଲ୍ଡର୍‌ଲି’ ପ୍ରକାଶ କରିଛି। ଏହି ରିପୋର୍ଟ ‘ଘରେ’ ଓ ‘ବୃଦ୍ଧାଶ୍ରମରେ’ ରହୁଥିବା ବୟସ୍କଙ୍କ ଜୀବନରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ଏବଂ ଆହ୍ବାନର ମୂଲ୍ୟାଙ୍କନ କରିଛି। କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଥିବା ସେଥିଲେ ଉଲ୍ଲେଖ ରହିଛି।
ଏଜ୍‌ ଇଣ୍ଡିଆ ଭାରତର ୬ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇରେ କରିଥିବା ସର୍ଭେରେ ୩,୫୨୬ ଜଣଙ୍କୁ ସାମିଲ କରିଥିଲା। ଏମାନଙ୍କ ମଧ୍ୟରୁ କୋଭିଡ୍‌ ଯୋଗୁ ୨୦.୮% ବରିଷ୍ଠ ନାଗରିକ ସେମାନଙ୍କ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ହରାଇଛନ୍ତି। କରୋନା କାଳରେ ଜୀବନକୁ ନେଇ ସେମାନଙ୍କ ମତ ଲୋଡ଼ାଯାଇଥିଲା। ୫୦.୮% ବରିଷ୍ଠ ନାଗରିକ ଉନ୍ନତ ଚିକିତ୍ସା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ମତ ରଖିଥିଲେ। ସେହିଭଳି ୪୪.୪% ଟିକା ଉପଲବ୍ଧତା, ୩୮.୭% ଠିକ୍‌ ସମୟରେ ଔଷଧ ଓ ଇଞ୍ଜେକ୍ସନ ଉପଲବ୍ଧତା ରହିବା ଦରକାର ବୋଲି କହିଛନ୍ତି। ସେହିପରି କୋଭିଡ୍‌ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ୪୨.୧% ବରିଷ୍ଠ ନାଗରିକ ଅଧିକ ଚିନ୍ତିତ ଥିଲେ। ୩୪.୨% ଏକାକୀ ହୋଇଯିବେ ଓ ୧୧.୫% ଲୋକଙ୍କର ମୃତ୍ୟୁର ଭୟ ଥିଲା। ସମାଜରେ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ୁଥିବା ୪୩.୧% ବରିଷ୍ଠ ନାଗରିକ କହିଛନ୍ତି। ୧୫.୬% ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ୪୫.୬% ଅସମ୍ମାନ ଓ ୨୩.୧% ପିଟିବା/ଚାପୁଡ଼ା ଖାଇଥିବା କହିଛନ୍ତି। ୬୨.୧% ଦୁର୍ବ୍ୟବହାରର ଶିକାର ହେବାର ଆଶଙ୍କା କରିଛନ୍ତି। ସେମାନଙ୍କ ମତରେ, ମୁଖ୍ୟ ଦୁର୍ବ୍ୟବହାରକାରୀମାନେ ହେଲେ ପୁଅ ୪୩.୮%, ବୋହୂ ୨୭.୮% ଓ ଝିଅ ୧୪.୨%। ସେହିପରି ଆର୍ଥିକ ନିର୍ଯାତନା ୬୧.୬%, ମାନସିକ ନିର୍ଯାତନା ୬୦.୧% ଓ ଶାରୀରିକ ନିର୍ଯାତନା ସଂକ୍ରାନ୍ତରେ ୫୮.୬% ମତ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।
ହେଲ୍ପ ଏଜ୍‌ ଇଣ୍ଡିଆ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ୱେବିନାରରେ ଓଡ଼ିଶା ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର ଅଧ୍ୟକ୍ଷତା କରି କହିଲେ, ପ୍ରକାଶିତ ରିପୋର୍ଟରେ ବରିଷ୍ଠ ନାଗରିକଙ୍କ ଭୟ, ଚିନ୍ତା, ଏକାକୀପଣ ଏବଂ ନିର୍ଭରଶୀଳତା ଯୋଗୁ ଦୁର୍ବ୍ୟବହାରର ଆଶଙ୍କା ସ୍ପଷ୍ଟ ଭାବେ ବାରିହୋଇପଡୁଛି। ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ତଥ୍ୟ ରଖିଥିଲେ। ଭୁବନେଶ୍ୱର ଏମ୍‌ସର ଡା. ସ୍ବୟଂପ୍ରଜ୍ଞା ପରିଡ଼ା କୋଭିଡ୍‌ ସତର୍କତା ଓ ଟିକାକରଣ ସଂକ୍ରାନ୍ତରେ ମତ ରଖିଥିଲେ। ରାଜ୍ୟ ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ଟିକାକରଣ ତଥା ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.