ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାଗଡ଼ ଜିଲା ବୈଦେଶ୍ୱର ଥାନା ସୋରଡା ଗ୍ରାମର ସୁନୀଲ ରାଉତରାୟ(୩୩) ଓରଫ କାର୍ତ୍ତିକ। ତାଙ୍କ ନିକଟରୁ ପୋଲିସ ୧୧ ମୋବାଇଲ୍, ୨୮ ମୋବାଇଲ୍ ସିମ୍କାର୍ଡ, ୧୪ ଏଟିଏମ୍ କାର୍ଡ,୧୫ ଚେକ୍ବୁକ୍ ଓ ୩ ବ୍ୟାଙ୍କ ପାସ୍ବୁକ୍ ଜବତ କରିଛି।
ସାଇବର କ୍ରାଇମ୍ରେ ଠକେଇର ଶିକାର ହୋଇଥିବା ସ୍ଥାନୀୟ ସରବାହାଲର ଦେବଶ୍ଳୋକ ଶର୍ମାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଝାରସୁଗୁଡା ଟାଉନ୍ ଥାନା କେସ୍ (ନଂ.୨୬୨/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଏହାର ରହସ୍ୟ ଉନ୍ମୋଚନ ପାଇଁ ଟାଉନ୍ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ସାଇବର ସେଲ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା ା ଏହି ଟିମ୍ ଘଟଣାର ରହସ୍ୟ ଉନ୍ମୋଚନ କରିଛି ବୋଲି ଏସ୍ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍ପି ଦାସ କହିଛନ୍ତି, ଏପ୍ରିଲ୍ ୨୯ତାରିଖରେ ଦେବଶ୍ଳୋକଙ୍କ ନିକଟକୁ ଏକ ଫୋନ୍କଲ୍ ଆସିଥିଲା। ମୁଁ ତୋର ସାଙ୍ଗ କହୁଛି। ଦେବଶ୍ଳୋକ ବୁଝି ନ ପାରି ରାଉରକେଲାରୁ ନାୟକବାବୁ କହୁଛନ୍ତି କି ବୋଲି ପଚାରିଥିଲେ। ହଁ ନାୟକବାବୁ କହୁଛି, ମୋତେ ୧୦ହଜାର ଟଙ୍କା ଜରୁରୀ ଅଛି। ସୁନୀଲ ରାଉତରାୟଙ୍କ ଗୁଗଲ୍ ପେ ନମ୍ବରରେ ପଠାଇଦେବୁ ବୋଲି କହିଥିଲେ। ଏ ମୋବାଇଲ୍ ନମ୍ବର ତୁମର ନୁହେଁ ବୋଲି ଦେବଶ୍ଳୋକ ପଚାରିବାରୁ ସେ ଅନ୍ୟ ନମ୍ବରରୁ ଫୋନ୍ କରିଛି ବୋଲି କହିଥିଲେ। ଏଥିରେ ବିଶ୍ୱାସ କରି ଦେବଶ୍ଳୋକ ୧୦ହଜାର ଟଙ୍କା ଗୁଗଲ୍ ପେ’ରେ ପଠାଇଥିଲେ। ପରେ ତାଙ୍କ ନିକଟକୁ ଟଙ୍କା ପଠାଇବାର ସ୍କ୍ରିନଶଟ୍ ଆସିଥିଲା। କନ୍ଫର୍ମ ପାଇଁ ସେହି ନମ୍ବରରେ ଫୋନ୍ କରିବାରୁ ତାହା ବନ୍ଦ ଥିଲା। ଏ ସମ୍ପର୍କରେ ଦେବଶ୍ଳୋକ ରାଉରକେଲାର ନାୟକବାବୁଙ୍କୁ ପଚାରିବାରୁ ସେ ଏସବୁ କିଛି ଜାଣିନାହାନ୍ତି ବୋଲି କହିଥିଲେ। ପରେ ଦେବଶ୍ଳୋକ ଠକେଇର ଶିକାର ହୋଇଥିବା ଜାଣି ୧୦ହଜାର ଟଙ୍କା ଆଉ ମିଳିବନାହିଁ ବୋଲି ଭାବିନେଇଥିଲେ। ଏକମାସ ପରେ ମେ ୨୮ତାରିଖରେ ସେ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ଜଣଙ୍କ ଏଭଳି ଉପାୟରେ ୧୦ରୁ ୨୦ ହଜାର ଟଙ୍କା ଠକେଇ କରିଥାଏ। ଖୋର୍ଦ୍ଧା, କଟକ ଆଦି ଜିଲାର ଲୋକଙ୍କୁ ଠକିଥିବା ଜଣାପଡିଛି। ଝାରସୁଗୁଡା ଜିଲାର ୬ଜଣ ଠକାମିର ଶିକାର ହୋଇଛନ୍ତି। ଏଭଳି ଉପାୟରେ ସେ ଲକ୍ଷ ଲକ୍ଷ ଟଙ୍କା ଠକିଥିବାବେଳେ ଏସବୁ ଟଙ୍କା ସାଙ୍ଗସାଥୀଙ୍କ ସହିତ ଖର୍ଚ୍ଚ କରିଦେଇଥିବା ଅଭିଯୁକ୍ତ ଜଣଙ୍କ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ କୋର୍ଟରୁ ପୋଲିସ ରିମାଣ୍ଡରରେ ଆଣିବ ବୋଲି ଏସ୍ପି ଦାସ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ନିର୍ମଳ ମହାପାତ୍ର ଓ ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.