ମହାମାରୀରେ ଭଗବାନଙ୍କ ଭୂମିକା

ସହଦେବ ସାହୁ

କୋଭିଡ୍‌-୧୯ ରୋଗର ଭୂତାଣୁ କରୋନା ଭାଇରସ୍‌ ଆକ୍ରମଣ ହେଲେ ଆମେ ଭଗବାନଙ୍କୁ ଡାକୁଛୁ। ସେ କାହିଁକି ଶୁଣୁନାହାନ୍ତି ଏ ବିଷୟରେ ଟିକେ ଚିନ୍ତା କରିବାର ବେଳ ଆସିଛି। ବସ୍ତୁ ବା ସ୍ଥାନ ସମ୍ପର୍କରେ ଆମର ଜ୍ଞାନ ଆଲୋକ ଜରିଆରେ ଆସିଥାଏ। ଭଗବାନ ଅଦୃଶ୍ୟ, କାରଣ ତାଙ୍କଠାରୁ ଆଲୋକ ଆମ ପାଖକୁ ଆସୁନାହିଁ। ଯେମିତି ଗୋଟିଏ ଅନ୍ଧକାର ଘରେ କଳା ବିରାଡ଼ିଟିଏ ଥିଲେ, ତା’ ଦେହ ଆମକୁ ଦିଶିବ ନାହିଁ। ଆମେ ଯଦି ଇନ୍‌ଫ୍ରାରେଡ ରଶ୍ମି ଦ୍ୱାରା ପଢ଼ି ପାରୁଥିବା ଚଷମା ପିନ୍ଧିଥିବା, ତେବେ ଅନ୍ଧକାରରେ ଥିବା କଳା ବିରାଡ଼ିକୁ ଦେଖିପାରିବା, କାରଣ ବିରାଡ଼ି ଦେହର ଉତ୍ତାପ ଇନ୍‌ଫ୍ରାରେଡ୍‌ ରଶ୍ମି ବିକିରଣ କରେ। ଏହା କହିବାର ଅର୍ଥ, କେବଳ ଆଲୋକ ମାଧ୍ୟମରେ ଦେଖାଯାଉଥିବା ବସ୍ତୁଗୁଡ଼ିକ ଅଛି, ଆଉ ଅଦୃଶ୍ୟ ବସ୍ତୁଗୁଡ଼ିକ ନାହିଁ – ଏଭଳି କହିବା ଯୁକ୍ତିଯୁକ୍ତ ନୁହେଁ। ଏକ୍ସ-ରେ, ଗାମା-ରେ ଆଦି ବିଭିନ୍ନ ପ୍ରକାର ରଶ୍ମି ଅଦୃଶ୍ୟ ହେଲେ ମଧ୍ୟ ଯେଉଁ ସ୍ତରରୁ ଆସିଥାଏ, ସେଇ ସ୍ତର ବା ବସ୍ତୁକୁ ଜଣାଇଦିଏ। ଏହି କାରଣରୁ ମହାକାଶର ଅଧିକାଂଶ ଅଞ୍ଚଳ ଶୂନ୍ୟ ଦେଖାଯାଉଥିଲେ ମଧ୍ୟ ତା’ ପ୍ରକୃତରେ ଶୂନ୍ୟ ନୁହେଁ। ଆକାଶରେ ଯେଉଁ କଳା ଜିନିଷକୁ ଆମେ ସାଧାରଣ ଭାବରେ ଦେଖିପାରୁନା ସେଗୁଡ଼ିକ ନିଶ୍ଚୟ ଅଛନ୍ତି। ଆମ ଦେଖିବା ଉପରେ ସେମାନଙ୍କ ଅବସ୍ଥିତି ନିର୍ଭର କରୁ ନାହିଁ। ସମୟ ସମ୍ପର୍କରେ ଆମର ଯେଉଁ ଧାରଣା ତା’ ଦୃଶ୍ୟମାନ ଆଲୋକର ବେଗ ଉପରେ ଆଧାରିତ। ବେଗ ତ ଦୂରତା ଉପରେ ନିର୍ଭର କରେ। ସ୍ଥାନ ନିର୍ଦ୍ଦିଷ୍ଟ ନ ହେଲେ ସମୟର ଜ୍ଞାନ ଆସିବ ନାହିଁ। ତେଣୁ ସ୍ଥାନର ସୃଷ୍ଟି ସଙ୍ଗେ ସଙ୍ଗେ ସମୟର ସୃଷ୍ଟି ହୋଇଛି।
ଜଗତର ସୃଷ୍ଟି ସମୟରେ ଯେଉଁ ବୈଜ୍ଞାନିକ ତଥ୍ୟ ଆଜିକାଲି ପ୍ରାୟ ସର୍ବସମ୍ମତିକ୍ରମେ ଗ୍ରହଣୀୟ ହୋଇଆସିଛି ସେହି ମତ ଅନୁଯାୟୀ ଆରମ୍ଭରେ ଏକ ନିରାକାର ବିନ୍ଦୁ ଥିଲା, ତାହା ଏତେ ଚାପରେ ଥିଲା ତହିଁରୁ ଜନ୍ମୁଥିବା ଉତ୍ତାପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଲା, ବୈଜ୍ଞାନିକମାନେ ଏହାକୁ ବିଗ୍‌ବ୍ୟାଙ୍ଗ୍‌ କହନ୍ତି। ବିସ୍ଫୋରଣ ଫଳରେ ବାଷ୍ପ ବାଦଲ ଚାରିଆଡ଼େ ବ୍ୟାପିବାରେ ଲାଗିଲା। ବିସ୍ଫୋରଣର ପୂର୍ବରୁ କ’ଣ ଥିଲା, ତାହା ଆମ ପକ୍ଷେ ଅବାନ୍ତର, କାରଣ ସେତେବେଳେ ଯାହାକିଛି ଘଟିଥାଉ ନା କାହିଁକି ତାହା ଆମର ବର୍ତ୍ତମାନର ଘଟଣାବଳୀକୁ କୌଣସି ପ୍ରକାରେ ପ୍ରଭାବିତ କରୁନାହିଁ। ଧର୍ମଗୁରୁମାନେ କହନ୍ତି ଯେ ପରମେଶ୍ୱର ଅତୀତରେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ବିଶ୍ୱ ସୃଷ୍ଟି କରିଥିଲେ। ସେ ଯେପରି ଭାବରେ ତିଆରି କରିଥିଲେ ଆଜି ମଧ୍ୟ ସେଇଭଳି ଅଛି। ଅର୍ଥାତ୍‌ ବିବର୍ତ୍ତନବାଦ ମିଛ। ବୋମା ବିସ୍ଫୋରଣ କରିବା ପାଇଁ ଯେପରି ବାଣୁଆଟିଏ ଦରକାର, ବିଗ୍‌ବ୍ୟାଙ୍ଗ ଭଳି ପ୍ରଚଣ୍ଡ ବିସ୍ଫୋରଣ ପଛରେ ପରମେଶ୍ୱର ଥିବେ। କିନ୍ତୁ ଥରେ ବାଣ ଫୁଟିଗଲେ ବାଣୁଆର ଭୂମିକା ସରିଯାଏ, ବିସ୍ଫୋରଣ ତା’ର ନିୟମ ଆନୁଯାୟୀ ବ୍ୟାପେ। ସେହିଭଳି ସୃଷ୍ଟି ପରେ ପରମେଶ୍ୱର ଆଉ କର୍ତ୍ତୃତ୍ୱ ଜାହିର କରୁନାହାନ୍ତି। ସବୁ ବିସ୍ପୋରଣର ନିୟମ ଅନୁଯାୟୀ ଚାଲିଛି। ପଦାର୍ଥବିଦ୍ୟାର ନିୟମ ଅନୁଯାୟୀ ଆଦି ବିସ୍ଫୋରଣ (ବିଗ୍‌ବ୍ୟାଙ୍ଗ୍‌) ବିଛୁଡି ହୋଇ ଏ ଜଗତ ତିଆରି କରିଛି। ଏବେ ଯାହା କିଛି ଘଟୁଛି ତା’ ବିଭିନ୍ନ ନିୟମ ଓ ରୀତିଦ୍ୱାରା ବୁଝାଇ ହେଉଛି। ବିଶ୍ୱର ବିଭିନ୍ନ ଘଟଣାବଳୀ ବିଷୟରେ ବୁଝିବା ଲାଗି ଯେଉଁ ପଦ୍ଧତି ଓ ପରୀକ୍ଷା କରାଯାଉଛି ତାକୁ ବିଜ୍ଞାନ କହନ୍ତି। ଯେଉଁ ପଦ୍ଧତି ବା ଘଟଣା ସହଜରେ ବୁଝାଇ ହୁଏ ନାହିଁ ତାକୁ ଧର୍ମ ଦ୍ୱାରା ବୁଝାଯାଏ, କିମ୍ବା ପୌରାଣିକ କାହାଣୀ ରୂପରେ ରଖି ନିଆଯାଏ। ମହାଜଗତରେ ପ୍ରତ୍ୟେକ ଜିନିଷ ଅନ୍ୟ ଜିନିଷ ଉପରେ ଏତେ ପରିମାଣରେ ନିର୍ଭରଶୀଳ ଯେ ଗୋଟିଏ ଗୋଟିଏ ଜିନିଷକୁ ଏକୁଟିଆ କରି ଦେଖି ହେବ ନାହିଁ। ପ୍ରତ୍ୟେକ ଜିନିଷର ସ୍ବଭାବ ଜାଣିବା ଲାଗି ଗୋଟିଗୋଟି କରି ଦେଖାଯାଏ। ନିଉଟନ୍‌ଙ୍କ ମାଧ୍ୟାକର୍ଷଣ ନିୟମ ଅନୁଯାୟୀ ଦୁଇଟି ବସ୍ତୁ ମଧ୍ୟରେ ପ୍ରତ୍ୟେକର ପିଣ୍ଡ ଉପରେ ନିର୍ଭର କରି ମାଧ୍ୟାକର୍ଷଣ ବଳ କାମ କରେ। ବସ୍ତୁଟି କେଉଁ ଜନିଷରେ ତିଆରି ତା’ ଉପରେ ନିର୍ଭର କରେ ନାହିଁ। ଅର୍ଥାତ୍‌ ସୂର୍ଯ୍ୟ ଓ ଗ୍ରହମାନଙ୍କର କକ୍ଷପଥ ଗଣନା କଲାବେଳେ ସେମାନଙ୍କ ଉପାଦାନ ଓ ଆକାର ବିଷୟରେ ଜାଣିବା ଦରକାର ନାହିଁ। କେତୋଟି ଶକ୍ତି ବା ବଳ ପରସ୍ପର ପ୍ରତିକ୍ର୍ରିୟା କରୁଥିବାରୁ ଜଗତର ବିଭିନ୍ନ ବସ୍ତୁ ନିଜ ନିଜ ସ୍ଥାନରେ ରହିପାରୁଛନ୍ତି, ସବୁ ବସ୍ତୁକୁ ଦୁଇ ଭାଗରେ – ଗୋଟିଏ ପରମାଣୁଠାରୁ ବଡ଼ ଏବଂ ଅନ୍ୟଟି ପରମାଣୁଠାରୁ ଛୋଟ ଦେଖି ବୈଜ୍ଞାନିକମାନେ କହୁଛନ୍ତି ଆମକୁ ନିୟନ୍ତ୍ରଣ କରୁଥିବା ନିୟମ ପରମାଣୁଠାରୁ କ୍ଷୁଦ୍ରତର କଣିକାଗୁଡିକ ପାଇଁ ପ୍ରଯୁଜ୍ୟ ନୁହେଁ। ତେଣୁ ମଣିଷ ପରମାଣୁଠାରୁ ସୂକ୍ଷ୍ମ ଦୁନିଆ ସମ୍ବନ୍ଧରେ କିଛି ଜାଣିପାରୁନାହିଁ।
ଜ୍ୟୋତିର୍ବିଦ ଏଡ୍‌ଓି୍ବନ୍‌ ହବ୍‌ବଲ ପ୍ରମାଣ କଲେ ଯେ, ଆମ ଆକାଶଗଙ୍ଗା ଛାୟାପଥ ବିଶ୍ୱର ଗୋଟିଏ ମାତ୍ର ତାରକାମଣ୍ଡଳ ନୁହେଁ; ଏମିତି ଅନେକ ମଣ୍ଡଳ ଅଛି ଏବଂ ସେମାନଙ୍କ ଭିତରେ ଖାଲିଥିବା ସ୍ଥାନ ଅନ୍ଧକାର ଦିଶିଲେ ହେଁ ଅଦୃଶ୍ୟ କଣିକାରେ ଭର୍ତ୍ତି। ହବ୍‌ବଲ ତାରକା ମଣ୍ଡଳମାନଙ୍କ ଭିତରେ ଦୂୂରତା ମାପିବାର ଗୋଟିଏ ଗୌଣ ଉପାୟ ବାହାର କଲେ। ତାରକାର ଔଜ୍ଜଲ୍ୟ ଦୁଇଟି ଘଟଣା ଉପରେ ନିର୍ଭର କରେ: (୧) କେତେ ଆଲୋକ ବିକିରଣ କରୁଛି ଏବଂ (୨) ଆମଠାରୁ କେତେ ଦୂରରେ ଅଛି। ନିକଟତମ ତାରକା ସହିତ ତୁଳନା କଲେ ଆମେ ତା’ର ଦୂରତା ମାପି ପାରିବା। ଆମେ ଯେଉଁ ନକ୍ଷତ୍ରମଣ୍ଡଳ (ଛାୟାପଥ)ରେ ଅଛୁ, ତା’ ଗୋଟିଏ ପଟରୁ ଅନ୍ୟ ପଟଯାଏ ଲକ୍ଷେ ଆଲୋକବର୍ଷ। ଆଲୋକ ସେକେଣ୍ଡକୁ ୩ ଲକ୍ଷ କିଲୋମିଟର ବେଗରେ ଯାଏ, ମିନିଟ୍‌କ ୬୦ ସେକେଣ୍ଡ, ଘଣ୍ଟାକ ୬୦ ମିନିଟ, ଦିନକ ୨୪ ଘଣ୍ଟା ଓ ବର୍ଷକ ତିନି ଶହ ପଞ୍ଚଷଠି ଦିନ, ଏମିତି ହିସାବ କଲେ ଆଲୋକବର୍ଷଟା କେତେ ବାଟ ଭାବିପାରୁଛନ୍ତି ତ! ପ୍ରତି ନକ୍ଷତ୍ରମଣ୍ଡଳ ନିଜର କେନ୍ଦ୍ର ଚାରିପଟେ ଘୂରୁଛି, ତା ଭିତରେ ଥିବା ପ୍ରତି ନକ୍ଷତ୍ର ନିଜ କେନ୍ଦ୍ର ଚାରିପଟେ ଏବଂ ପ୍ରତି ନକ୍ଷତ୍ରର ଗ୍ରହମାନେ ନକ୍ଷତ୍ର (ଯେଭଳି ସୂର୍ଯ୍ୟ) ଚାରିପଟେ ଏବେ ପ୍ରତି ଗ୍ରହ ନିଜ ଅକ୍ଷ ଚାରିପଟେ ଘୂରୁଛନ୍ତି। ଏହି ଘୂରନ୍ତା ପୃଥିବୀ ଉପରେ ଚଳାଚଳ କରୁଛୁ କାରଣ ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଗ୍ରହର ପୃଷ୍ଠ କେନ୍ଦ୍ର ଆଡ଼କୁ ଟାଣୁଛି, ଗଛଲତା, ଜୀବଜନ୍ତ୍‌ୁ ସମସ୍ତଙ୍କୁ ବି। ତେଣୁ ଆମେ ଭୂପୃଷ୍ଠରେ ଚଳପ୍ରଚଳ ହେଉଛୁ। ପ୍ରତି ନକ୍ଷତ୍ରମଣ୍ଡଳ ପରସ୍ପରଠାରୁ ଅପସରି ଯାଉଛି, ଅର୍ଥାତ୍‌ ମହାବିଶ୍ୱ ବଢ଼ିବାରେ ଲାଗିଛି।
ବିଗ୍‌ବ୍ୟାଙ୍ଗ୍‌ଠାରୁ ପ୍ରକୃତ ସମୟ ଆରମ୍ଭ ହେଲା। ଯେଭଳି ବେଲୁନ୍‌ ଫୁଙ୍କିଲେ ଗୋଟିଏ ଗୋଟିଏ ଜାଗାରେ ଆଲୁଅ ଦିଶିଲା ଭଳି ଖୁବ୍‌ ପତଳା ଦେଖାଯାଏ ତ ଆଉ ଗୋଟିଏ ଗୋଟିଏ ଜାଗାରେ ମୋଟା ଅସ୍ପଷ୍ଟ ଦିଶେ, ସେମିତି ବିଶ୍ୱରେ ନଭୋଚାରୀର ଘନତା ଉପରେ ନିର୍ଭର କରି ଗ୍ରହ ସୃଷ୍ଟି ହୋଇଛି, ଗ୍ରହର କେନ୍ଦ୍ର ଆଡ଼କୁ ସବୁ କଣିକା ଆକର୍ଷିତ ହେଉଥିବାରୁ ତାହାର ପ୍ରସାରଣ ନ ଘଟି ସଙ୍କୋଚନ ଘଟିଥିବ। ମହାଜଗତର ପ୍ରସାରଣ ସମୟରେ ହିଁ ଯେଉଁ ସଂକୋଚନ ଘଟିଛି, ତା’ ଜୀବନକୁ ଧାରଣ କରିବାର ପରିବେଶ ତିଆରି କରିଛି। ତେଣୁ ପ୍ରସାରଣ ଭିତରେ ସଂକୋଚନ, କ୍ୱାଣ୍ଟମ୍‌ ମେକାନିକ୍‌ସର ଅନିଶ୍ଚିତତା ଭିତରେ ଭୌତିକ ଜଗତର ନିଶ୍ଚିତତା ମିଶି ଆଜିର ବିଶ୍ୱକୁ ତିଆରି କରିଛି। ବିଶ୍ୱ ଜଟିଳ ମନେ ହେଉଥିଲେ ବି ଏହିପରି ନିୟମରେ ଚାଲିଛି। ନିୟମ କରିଦେଇଥିବା ଲୋକ ତ ସ୍ରଷ୍ଟା, ତାକୁ ଆମେ ଭଗବାନ କହୁଛୁ।
ନିୟମମାନ ତିଆରି କରି ଦେଇ ଭଗବାନ ଚୁପ୍‌ ହୋଇଯାଇଛନ୍ତି। ତୁମର ଜୀବନକାଳ ଏହି ନିୟମ ଦ୍ୱାରା ନିୟନ୍ତ୍ରିତ, ନିୟମ ନ ମାନିଲେ ତିଷ୍ଠି (ବଞ୍ଚତ୍) ରହିପାରିବ ନାହିଁ, ତା ମାନେ ମୃତ୍ୟୁ। ଯେମିତି ପ୍ରତ୍ୟେକ ବସ୍ତୁର ତିଷ୍ଠି ରହିବାର ସ୍ଥାନ ଓ କାଳ ଅଛି, ତା’ ଉପରେ ଆକ୍ରମଣ ହେଲେ ଅର୍ଥାତ୍‌ ତା’ ସ୍ଥାନକୁ ସେ ତିଷ୍ଠିଥିବା ସମୟରେ ଆମେ ମାଡ଼ିଗଲେ ସେ ତ ଆମକୁ ଆକ୍ରମଣ କରିବ, ଧ୍ୱଂସ ହେବାଯାଏ ସେ ଆକ୍ରମଣ କରୁଥିବ। କରୋନା ଭାଇରସ୍‌ ଯେଉଁ ଜନ୍ତୁ ଦେହରେ ତିଷ୍ଠି ରହୁଥିଲା ତାକୁ ଆମେ ଖାଇଲୁ ତ ସେ ଆମ ଦେହରେ ପଶିଲା, ଜାଗା ଖୋଜିଲା ବସା ବାନ୍ଧିବାକୁ, ଆମ ଫୁସ୍‌ଫୁସ୍‌ ତାକୁ ବେଶ୍‌ ସୁହାଇଲା। ଅଜଣା ବା ବଣଜନ୍ତୁଙ୍କ ମାଂସରେ ରହୁଥିଲା, ସେ ଜନ୍ତୁଗୁଡ଼ାକ ତାକୁ ସମ୍ଭାଳୁଥିଲେ, ଯେମିତି ଆମ ଅନ୍ତଃନଳୀ ବହୁତ ପ୍ରକାରର ବ୍ୟାକ୍ଟେରିଆ ରଖିଛି ଓ ସେମାନେ ଆମର ହଜମ ପ୍ରକ୍ରିୟା ଚଳାଇଛନ୍ତି। ଆମ ଦେହରେ ଲକ୍ଷ ଲକ୍ଷ କୋଟି ବ୍ୟାକ୍ଟେରିଆ ଅଛନ୍ତି ଏବଂ ସେମାନେ ଆମକୁ ମଣିଷ ଭଳି ବିବେକୀ (ରେସନାଲ୍‌) ପ୍ରାଣୀ ହେବାରେ ସାହାଯ୍ୟ କରୁଛନ୍ତି। ବାହାରର ବ୍ୟାକ୍ଟେରିଆ ବା ଭାଇରସ୍‌ ଆମ ଦେହକୁ ଆସିଲେ ସେମାନେ ଲଢ଼େଇ କରି ପରାସ୍ତ କରନ୍ତି, ଏପରିକି ଆମ ଦେହରେ ଗୋଟିଏ ଜାଗାରେ ଥିବା ବ୍ୟାକ୍ଟେରିଆ ତା’ ରହିବା ଜାଗାରୁ କୌଣସି ଉପାୟରେ ଆଉ ଗୋଟିଏ ଜାଗାକୁ ଗଲେ (ପ୍ରବାସୀ ପ୍ରବେଶ କଲେ) ଲଢ଼େଇ ଲାଗିଯାଏ। ମଳତ୍ୟାଗ ଜାଗାରେ ଥିବା ବ୍ୟାକ୍ଟେରିଆ ପରିସ୍ରା-ଛାଡୁଥିବା ଜାଗାକୁ ଆସିଗଲେ, ସମ୍ଭବତଃ ଆମେ ମଳ ଧୋଉଥିବା ହାତଟାକୁ ମୂତ୍ରଦ୍ୱାର ପର୍ଯ୍ୟନ୍ତ ନେଇଆସୁଥିବାରୁ, ମୂତ୍ରନଳୀର ରୋଗ (ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌, ୟୁଟିଆଇ) ହୁଏ। ମହିଳାମାନଙ୍କ କ୍ଷେତ୍ରରେ ୟୁଟିଆଇ ବେଶି ଏହି କାରଣରୁ, କାରଣ ମଳଦ୍ୱାର ଓ ମୂତ୍ରଦ୍ୱାର ଖୁବ୍‌ ପାଖାପାଖି। ସୃଷ୍ଟିର ନିୟମ ନ ମାନି ନିଜ ସ୍ଥାନ ଓ ସମୟ ଅତିକ୍ରମ କରି ଅନ୍ୟର ସ୍ଥାନ ଓ ସମୟ ଉପରେ ଅଧିକାର ଜାହିର କଲେ ତ ସ୍ରଷ୍ଟା (ଭଗବାନ)ଙ୍କ ନିୟମ ଆଗରେ ଆମେ ଅମାନିଆ। ଅମାନିଆଟିଏ ଯେତେ ଗୁହାରି କଲେ ଯଦି ପୋଲିସ ଛାଡୁନାହିଁ ଓ ଦଣ୍ଡ ଦେଉଛି ପ୍ରକୃତି କେମିତି ଛାଡ଼ିଦେବ ଆମେ ଯଦି ତା’ର ନିୟମ ନ ମାନିବା? ପ୍ରକୃତି ଦଣ୍ଡ ଦେବ, ରୋଗ ବା ମୃତ୍ୟୁ। ନିୟମ କରିଥିବା ସ୍ରଷ୍ଟାଙ୍କୁ ଡାକିଲେ ସେ କ’ଣ ନିୟମକୁ କୋହଳ କରିଦେବେ? ସେ ଯଦି ଭଲ କରିବେ ରୋଗ ତେବେ କାହିଁକି କ’ଣ ଲାଞ୍ଚ (ଭୋଗ) ଖାଇବା ପାଇଁ? ଭୂତାଣୁ ସୃଷ୍ଟିକରି ତାକୁ ମାରିଦେବାର ଉପାୟ କାଢ଼ିବାକୁ ତ ସ୍ରଷ୍ଟା ମଣିଷକୁ ବୁଦ୍ଧି ଦେଇଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା ଓ ସନ୍ଦିଗ୍ଧ ବା ଅଜଣା ଲୋକଠାରୁ ଦୂରରେ ରହିବା ତ ଏହି ଉପାୟ। ନିଜେ ଅମାନିଆ ହୋଇ ଭଗବାନଙ୍କ ନାଁରେ ମିଛ କହୁଛ।
sahadevas@yahoo.com

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.