ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର କିଛିମାସ ତଳେ ଆଇଏସ୍ଓ ମାନ୍ୟତା ସହ କାୟାକଳ୍ପ ପୁରସ୍କାର ପାଇଥିଲା। ମାତ୍ର ସମ୍ପ୍ରତି ଏହି ସ୍ବାସ୍ଥ୍ୟକେନ୍ଦ୍ର ନାନା ସମସ୍ୟା ଏବଂ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ଅଭାବ ଥିବାବେଳେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଛି। ଏଠାରେ ମୋଟ ୧୦ଟି ଡାକ୍ତର ପଦବୀ ମଧ୍ୟରୁ ମେଡିସିନ୍, ସର୍ଜରି, ପେଡିଆଟ୍ରିକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ସେହିପରି ୧୧ ଷ୍ଟାଫନର୍ସ ପଦବୀ ମଧ୍ୟରୁ ୩ଟି ଏବଂ ୪ ସହାୟକ (ଆଟେଣ୍ଡାଣ୍ଟ) ସମେତ ଗୋଟିଏ ଫାର୍ମାସିଷ୍ଟ ପଦବୀ ଖାଲିପଡ଼ିଛି। ଫଳରେ ଉପଯୁକ୍ତ ସେବା ମିଳିପାରୁନାହିଁ। ରୋଗୀ ନିରାଶ ହୋଇ ଚିକିତ୍ସା ଲାଗି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।
ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ପଦବୀଗୁଡ଼ିକ ପୂରଣ ହୋଇପାରିଲା ନାହିଁ। ଏଥିଯୋଗୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସିବାକୁ ଅରାଜି ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାର୍ଶ୍ୱରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହିଛି। ତାହାକୁ ସଫେଇ କରାଯାଉନାହିଁ। ବଜାର ମୁଖ୍ୟ ପାଚେରିକୁ ଲାଗି ଲେବର ରୁମ୍ କାନ୍ଥଠାରୁ ମୁଖ୍ୟ ଗେଟ ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ଅନାବନା ଗୁଳ୍ମରେ ପରିପୂର୍ଣ୍ଣ ହୋଇଛି। ପାନୀୟଜଳ ଯନ୍ତ୍ର ପାଖରେ ପାନଛେପ, ଗୁଟ୍ଖା ଜରି ପଡ଼ିରହି ଅପରିଷ୍କାର ହୋଇଛି। ୧୦ ଜଣ ସିକ୍ୟୁରିଟି ଗାର୍ଡ ୨୪ ଘଣ୍ଟା ଧରି ଡ୍ୟୁଟି କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଖାଲି ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି।
ମେଡିକାଲ ଅଫିସର ପୋଷ୍ଟ କ୍ଲାସ୍-୧ ର଼୍ୟାଙ୍କର ହୋଇଥିବାବେଳେ ଏହା କେଉଁ ଆଧାରରେ ବର୍ତ୍ତମାନର ମେଡିକାଲ ଅଫିସରଙ୍କୁ ଦିଆଯାଇଛି ତାହା ବୁଝାପଡୁନାହିଁ। ଅନେକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏହାର ତଦନ୍ତ କରାଯାଉ।
-ଦେବେନ୍ଦ୍ର ମହାପାତ୍ର,
ପୂର୍ବତନ ସରପଞ୍ଚ
ପରିଚାଳନା ପ୍ରତି ଧ୍ୟାନ ଦିଆଗଲେ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ପୁଣି ସମସ୍ତଙ୍କ ଭରସା ପାଲଟିବ।
– ଅଞ୍ଜନ କୁମାର ହୋତା,
ଆଇନଜୀବୀ
ସମସ୍ତ ବିଭାଗରେ ବିଶେଷଜ୍ଞ ରହିବା ନିହାତି ଆବଶ୍ୟକ। ରୋଗୀ କଲ୍ୟାଣ ସମିତିର ବୈଠକ ନିୟମିତ ବସିବା ଉଚିତ।
– ଦୀପକ ଶତପଥୀ, ସାମାଜିକ କର୍ମୀ
ସ୍ବାସ୍ଥ୍ୟକେନ୍ଦ୍ର ସୁପରିଚାଳନା ପାଇଁ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସହ ସମସ୍ତ ପଦବୀ ପୂରଣ ଏବଂ ଉପକରଣ କାର୍ଯ୍ୟକ୍ଷମ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବୁ।
-ରାମଚନ୍ଦ୍ର ମହାନ୍ତି,
ରୋଗୀ କଲ୍ୟାଣ ସମିତି ସଦସ୍ୟ
ଆଗାମୀ ଦିନରେ ବିଭାଗୀୟ ମୁଖ୍ୟଙ୍କ ସହ ଆଲେଚନା କରି ଏହି ସବୁ ସମସ୍ୟର ସମାଧାନ ପାଇଁ ପଦକ୍ଷେପ ନିଆଯିବ।
– ଡା. ସୁଜାତା ମିଶ୍ର,
ଜିଲା ମୁଖ୍ୟ ଚିକିତ୍ସାଧିକାରୀ
ଏଠାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବ୍ୟତୀତ ଅନ୍ୟ କୌଣସି ବିଭାଗର ବିଶେଷଜ୍ଞ ନାହାନ୍ତି। ଡାକ୍ତରଖାନାକୁ କୌଣସି ରୋଗୀ ଯାଉନାହାନ୍ତି କି ହସ୍ପିଟାଲରେ ରୋଗୀ ରହୁ ନାହାନ୍ତି। ଅନ୍ୟପକ୍ଷେ ମେଡିକାଲକୁ ଆସୁଥିବା ପରିଚାଳନାଗତ ଅର୍ଥକୁ ବାଟମାରଣା କରାଯାଉଛି। ଏହାର ତଦନ୍ତ କରାଯିବା ଆବଶ୍ୟକ।
-ସୁଶାନ୍ତ କୁମାର ରଥ, ଆଇନଜୀବୀ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.