E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଜୀବନର ସାତରଙ୍ଗ
8:33 amJune 25, 2021

ରଞ୍ଜନ କୁମାର ଦାସ

ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ ସିଲିଂ ଫ୍ୟାନ୍‌ ବା ଟେବୁଲ ଫ୍ୟାନ୍‌ ଥିଲା। ଝାଳ ମାରିବା ପାଇଁ ବିଞ୍ଚଣା ହିଁ ଏକମାତ୍ର ସାହାରା ଥିଲା। କେହି କେହି ବେଣାଚେରର ପରଦା ଝୁଲେଇ ଘରକୁ ଥଣ୍ଡା ରଖୁଥିଲେ। ଗାଁ ଗହଳରେ ଯାହାର ଚାଳଘର ଥିଲା ସିଏ ବରଂ ଟିକେ ଥଣ୍ଡାରେ ରହୁଥିଲା। ଅନ୍ୟଥା କୋଠାଘରେ ଯିଏ ରହୁଥିଲେ ଦିନସାରା ସେ ଘର ଭିତରେ ଗରମ ଓ ଗୁଳୁଗୁଳି ଭିତରେ ସିଝିବାକୁ ପଡୁଥିଲା। କେବେକେବେ ଲାଇନ୍‌ କଟିଗଲେ, ପାଖ କୋଉ ଗଛମୂଳ କି ତୋଟା ଭିତରେ ଯାଇ ସମୟ କଟେଇବାକୁ ପଡୁଥିଲା। ଉପରବେଳା କୂଅରୁ ପାଣି, ବୋହି ବୋହି ଛାତ ଉପରେ ଢାଳି ତାକୁ ଶୀତଳ କରାହେଉଥିଲା। ଟିକେ ଥଣ୍ଡା ହେଲାପରେ ରାତିରେ ଲୋକେ ଛାତ ଉପରେ ଶୀତଳ ଚନ୍ଦ୍ରକିରଣରେ ଓ ପାହାନ୍ତି ପ୍ରହରର ସୁଲୁସୁଲିଆ ପବନରେ ଟିକେ ଭଲରେ ଶୋଉଥିଲେ। ରାତିରେ ଖୋଲା ଆକାଶ ତଳେ ଶୋଇବାର ମଜା ଅଲଗା ପ୍ରକାରର। ସେ ନିଦ ଆଉ ଏବେର ଏସି ଘରର ନିଦ ଭିତରେ ବହୁତ ପାର୍ଥକ୍ୟ। ସେ ନିଦ ଥିଲା ନିଶ୍ଚିନ୍ତ ନିଦ। ଏବେକାର ନିଦ ଛାଇଛାଇକା।
ସେତେବେଳେ ଏତେ ବେଶି ସୁବିଧା ସୁଯୋଗ ନ ଥିଲା। ପ୍ରାଚୁର୍ଯ୍ୟ ନ ଥିଲା। ଆକାଂକ୍ଷା ହୁଏତ ଥିଲା, ମାତ୍ର ଏତେ ଆକାଶଛୁଆଁ ନ ଥିଲା। ଖୋଜିବାର ଓ ପାଇବାର ନିରନ୍ତର ପ୍ରଚେଷ୍ଟା ଥିଲା। ତା’ଭିତରେ ବିଫଳତା ବି ଥିଲା, ମାତ୍ର ତାହା ଆତ୍ମାକୁ ଅତୃପ୍ତ କରି ହା ହୁତାଶମୟ କରୁ ନ ଥିଲା। ବ୍ୟସ୍ତତା ବି ଥିଲା, ତଥାପି ତା’ଭିତରେ ସମୟ ବି ମିଳୁଥିଲା ବ୍ୟକ୍ତିଗତ ରାଗ ଅନୁରାଗ, ଇଚ୍ଛା ଅନିଚ୍ଛା ସବୁ କଥାକୁ ସମ୍ମାନ ଦେବାକୁ । ଡନ୍‌ଲପ ଗଦି କାହା ଘରେ ଥିଲା? ପ୍ରାୟତଃ କନ୍ଥା, ନ ହେଲେ କଦବା କାହାଘରେ ତୁଳାଗଦି। ସେଥିରେ ଯୋଉଁ ନିଦ ହଉଥିଲା ଏବେ ସେ ନିଦ ଆଉ ନାହିଁ। ଅହରହ ପ୍ରତିଯୋଗିତାରେ ଜୀବନ ଦୌଡୁଚି ଆଗକୁ ଆଗକୁ। ରାତିରେ ନିଦରେ ଶୋଇଲାବେଳେ ବି ମନେ ପଡ଼ିଯାଉଚି କାଲି କ’ଣ କରିବାକୁ ହେବ, କାହାକୁ ଭେଟିବାକୁ ହେବ, କ’ଣ ହାସଲ କରିବାକୁ ହେବ। ବାସ୍‌ ସେଇଠୁ ନିଦ ହଜି ଯାଉଚି। ଆଉ ଫେରିବାର ନାଆଁ ଧରୁନି!
ଯୋଗାଯୋଗର ମାଧ୍ୟମ ସବୁ ସେତେ ତ୍ୱରିତ୍‌ ନ ଥିଲା ସେତେବେଳେ। ବ୍ୟକ୍ତିଗତ ଯୋଗାଯୋଗ ପାଇଁ ଚିଠିପତ୍ର ହିଁ ଏକମାତ୍ର ମାଧ୍ୟମ ଥିଲା। ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଚିଠି ମାଧ୍ୟମରେ ମନୋଭାବ ପ୍ରେରଣ କଲେ, ପହଞ୍ଚତ୍ବାକୁ ଲାଗୁଥିଲା ପାଞ୍ଚ ସାତ ଦିନ। ଏବେ ତ ଫେସ୍‌ବୁକ୍‌, ହ୍ବାଟ୍‌ସଆପ, ଫୋନ କଲ୍‌ ମାଧ୍ୟମରେ ଅନ୍ୟ ଜଣକ ପାଖରେ ପାଞ୍ଚ ସେକେଣ୍ଡରୁ କମ୍‌ରେ ବି ପହଞ୍ଚତ୍ହଉଚି। ତଥାପି କ’ଣ ସମ୍ପର୍କ ସବୁ ପୂର୍ବାପେକ୍ଷା ଅଧିକ ନିବିଡ଼ ଓ ସାନ୍ଦ୍ର ହେଇଚି? ଗୋଟିଏ ଘରେ ଥିବା ଦୁଇଟି ଲୋକ ମଧ୍ୟ ପରସ୍ପର ପାଖରେ ଅଚିହ୍ନା! କାହା ମନ କଥା କେହି ଜାଣୁନାହାନ୍ତି। ଜାଣିଲେ ବି ତାକୁ ସୁଧାରିବାକୁ ଯତ୍ନବାନ ନୁହନ୍ତି। ମନର କଥା ମନ ଭିତରେ ରହିଯାଉଚି। କେହି କାହାର ମନକଥା ବୁଝିବାକୁ ଚେଷ୍ଟିତ ନୁହନ୍ତି। ପାରସ୍ପରିକ ସମ୍ପର୍କ ସବୁ କ୍ରମେ କ୍ରମେ ଶୀଥିଳ ହେଇଯାଉଚି। ଘର ସବୁ ଭାଙ୍ଗିଯାଉଚି ଅକାଳରେ।
ସ୍ତ୍ରୀ ଲୋକମାନେ ଆଗେ ଘରର ସବୁକାମ କରୁଥିଲେ। ପାହାନ୍ତାରୁ ଉଠି ଘରଦ୍ୱାର ଝାଡ଼ୁମାରି ଗୋବର ପାଣି ପକେଇ, ଚୁଲି ଲିପି, ଗୋରୁଙ୍କୁ କୁଣ୍ଡାଚୋକଡ଼ ଖୁଏଇ ଦିନ ଆରମ୍ଭ କରୁଥିଲେ। ଗଦାଗଦା ଲୁଗା ବୋହିକି ନଈ ବା ପୋଖରୀକୁ ନେଇ ଯାଉଥିଲେ ସଫା କରିବାକୁ। ରୋଷେଇ ପାଇଁ ପାଣି ଆଣିବାକୁ ଯିବାକୁ ପଡ଼ୁଥିଲା ମାଇଲ୍‌ ମାଇଲ୍‌। ଘରେ ୱାଶିଂ ମେଶିନ୍‌ ନ ଥିଲା କି ନ ଥିଲା ଗ୍ରାଇଣ୍ଡର ମିକ୍ସର, ମାଇକ୍ରୋୱେଭ, ଗ୍ୟାସ୍‌ ଚୁଲା। ସେମାନେ ଶିଳରେ ମସଲା ବାଟୁଥିଲେ, ଢିଙ୍କିରେ ଧାନ କୁଟୁଥିଲେ, ବଡ଼ବଡ଼ କାଠ ଚୁଲିରେ ଧାନ ସିଝଉଥିଲେ, ତାକୁ ଶୁଖଉଥିଲେ। ଯୌଥ ପରିବାରରେ ବହୁ ଲୋକଙ୍କ ପାଇଁ ଏକାବେଳେ ରୋଷେଇ କରୁଥିଲେ। ସମସ୍ତେ ଖାଇସାରିଲା ପରେ ଖାଉଥିଲେ। ଘର ଦୁଆର ସଫାକରି ବାସନକୁସନ ମାଜି ଶେଷରେ ଶୋଉଥିଲେ। ଦିନ ସାରା କାମ ହିଁ କାମ। ସେଥିରେ ପୁଣି ବାରିବଗିଚା କାମ, ଛୁଆଙ୍କ ଯତ୍ନ। ବ୍ୟକ୍ତିଗତ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ସମୟ କମ୍‌ ଥିଲା। ମାତ୍ର କ୍ଲାନ୍ତି ତାଙ୍କୁ ଅବସନ୍ନ କରୁ ନ ଥିଲା। ଏତେ ସବୁ ଭିତରେ ବି ସେମାନେ ଖୁସି ରହିପାରୁଥିଲେ। କଉଡ଼ି ଖେଳୁଥିଲେ, ଲୁଡୁ ଖେଳୁଥିଲେ, ରଜରେ ଦୋଳି ଖେଳୁଥିଲେ, ପାନ ଖାଉଥିଲେ, ଅଳତା ଲଗଉଥିଲେ। ଜଣେ ଅନ୍ୟ ଜଣଙ୍କର ମୁଣ୍ଡ କୁଣ୍ଡେଇ ଦଉଥିଲା, ତେଲ ଲଗେଇ ଦଉଥିଲା। ମାତ୍ର ଏବେର ନାରୀ ସବୁ ସୁଖସ୍ବାଚ୍ଛନ୍ଦ୍ୟର ସାମଗ୍ରୀ ହାତ ପାଆନ୍ତାରେ ପାଇବା ସତ୍ତ୍ୱେ, ଆର୍ଥିକ ସୁରକ୍ଷା, ଶିକ୍ଷାଗତ ସମସ୍ତ ଯୋଗ୍ୟତା ଓ ସାମର୍ଥ୍ୟ ସତ୍ତ୍ୱେ ଖୁସି ନୁହେଁ କାହିଁକି? କୋଉ ଅଭାବ ତାକୁ ଭିତରୁ କୋରି ଖାଇଯାଉଚି?
ଆଗେ ଗୋଟେ ଗୋଟେ ଘରେ ଚାରି ଛଅ ଛୁଆ ରହୁଥିଲେ। ବଡ଼ ବଡ଼ ପରିବାରରେ ଘରକଥା ବୁଝୁବୁଝୁ ମାଆମାନଙ୍କର ସମୟ ନ ଥିଲା ଛୁଆଙ୍କ କଥା ବୁଝିବାକୁ। ବାପାମାନେ ତାଙ୍କ ଚାଷବାସ କାମରେ ବ୍ୟସ୍ତ ରହି ଛୁଆଙ୍କ କଥା ବି ବୁଝିପାରୁ ନ ଥିଲେ। ଛୁଆ କିଏ ଯାଇ ନଈ ପୋଖରୀରେ ବୁଡ଼ି କଇଁଫୁଲ ତୋଳିଲାଣି ତ କିଏ ଯାଇ ବରଗଛ ଓହଳରେ ଝୁଲି ଡାଳମାଙ୍କୁଡ଼ି ଖେଳିଲାଣି ସେ କଥା ବୁଝିବାକୁ କାହାର ସମୟ ନ ଥିଲା। କିଏ ସ୍କୁଲ ଗଲା ନ ଗଲା ସେକଥା ବି କେହି ବୁଝିବାକୁ ବି ସମୟ ନ ଥିଲା। ପିଲାବେଳଟି ମୁଖ୍ୟତଃ ଅବହେଳିତ ଭାବେ କଟୁଥିଲା। ଛୁଆମାନଙ୍କର ନିଜ କଥା କହିବାର ଅଧିକାର ବି ନ ଥିଲା। ଏବେ ତ ଘରେ ଘରେ ଗୋଟିଏ କିମ୍ବା ଦୁଇଟି ଛୁଆ। ବାପା-ମାଆଙ୍କ ନୟନମଣି। ସିଏ କ’ଣ ଖାଇବ, କ’ଣ ପିନ୍ଧିବ, କୋଉଠି ଶୋଇବ, ସବୁ ତା’ ଇଚ୍ଛାରେ ହେଉଚିି। ଘରେ ରୋଷେଇ ବି ଛୁଆଙ୍କ ଇଚ୍ଛାରେ ହେଉଚି। ତାଙ୍କ ଡ୍ରେସ ପୋଷାକର ରଙ୍ଗ ଓ ଡିଜାଇନ୍‌ କ’ଣ ହେବ ସେକଥା ଛୁଆଏ ନିଜେ ସ୍ଥିର କରୁଛନ୍ତି। କୋଉ ଫଙ୍କ୍‌ସନ୍‌କୁ ଯିବେ ନ ଯିବେ ସେମାନେ ସ୍ଥିର କରୁଛନ୍ତି। ବାପା-ମାଆ ଅନେକ ସମୟରେ ନାଚାର। ଛୁଆ ଯାହା ଚାହୁଁଛନ୍ତି ବାପା-ମାଆ ଛୁଆର ମନ ନ ଭାଙ୍ଗି ସବୁ ଆଣି ତା’ ପାଦତଳେ ଗଦେଇ ଦଉଛନ୍ତି। ତଥାପି ଆଜିର ଛୁଆ ଟେନ୍‌ସନ୍‌ରେ। ପନ୍ଦର କୋଡ଼ିଏ ବର୍ଷର ପିଲାଙ୍କର ବି ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ବାହାରି ପଡ଼ୁଚି।
ବେଳେବେଳେ ଲାଗେ ସବୁ ପ୍ରାଚୁର୍ଯ୍ୟ ସତ୍ତ୍ୱେ ଆମେ ଆମ ପ୍ରାଣପ୍ରାଚୁର୍ଯ୍ୟକୁ ହଜେଇ ବସିଚେ। ବିଭୋରପଣକୁ ହରେଇ ସାରିଚେ। ସନ୍ତୁଷ୍ଟ ହେବାର ମାନସିକତା ଆମର କ୍ଷତବିକ୍ଷତ। ପ୍ରକୃତି ସହ ଆମେ ସଂଯୁକ୍ତ ହୋଇପାରୁନୁ। ସମ୍ପର୍କ ସବୁକୁ ଆମେ ଅନୁଭବ ଓ ଉପଭୋଗ କରିପାରୁନୁ। ସ୍ବାର୍ଥ ପଛରେ ଧାଉଁ ଧାଉଁ ସ୍ବ ସହ ସଂଯୁକ୍ତ ନ ହେଇ, ସ୍ବ ଠାରୁ ଦୂରେଇ ଯାଉଚୁ। ସ୍ବଭାବଟି ନଷ୍ଟ ହେଇଯାଉଚି। ନିଜକୁ କେବେ ଉପଲବ୍ଧତ୍ କରିବାର ସମୟ ଟିକକ ବାହାର କରିପାରୁନୁ। ଜହ୍ନରାତିକୁ, ଶୀତଳ ପବନକୁ, ଫୁଲର ପାଖୁଡ଼ାକୁ, ସୋରିଷ କ୍ଷେତକୁ, ଝରଣାର ଝର୍ଝରକୁ, ନଦୀର କୁଳୁକୁଳୁ ଗୀତକୁ, ମୟୂରର ନାଚକୁ, କୋଇଲିର ଗୀତକୁ ମନଭରି ଉପଭୋଗ କରିପାରୁନୁ। ସିମେଣ୍ଟ କଂକ୍ରିଟର ଦୁନିଆ ଭିତରେ ବନ୍ଦୀ ହେଇ ରହିଯାଇଛୁ। ପୃଥିବୀକୁ କେବେ ନିଜର ବୋଲି ଭାବିବାର ମହାର୍ଘ ଚେତନାକୁ ଅନ୍ତରଙ୍ଗ କରିପାରୁନୁ। ମଗ୍ନ ହେବାର ଲଗ୍ନ ଆମଠାରୁ ଯେତେ ଦୂରେଇ ଦୂରେଇ ଯାଉଚି, ଆମେ ନିଜକୁ ସେତେବେଳେ ଅପୂର୍ଣ୍ଣ, ଅସମ୍ପୂର୍ଣ୍ଣ ଅନୁଭବ କରୁଛୁ। ଉଛୁଳି ପଡିବାର ପୂର୍ବାବସ୍ଥା ହେଲା ଛଳ ଛଳ ହେବା। ତେଣୁ ଖୁସିରେ ଜୀବନ ଉଛୁଳି ପଡୁ ବୋଲି ଆଶା କରିବା ପୂର୍ବରୁ ଜୀବନକୁ ଛଳଛଳ, ଢଳଢଳ କରିବାର ଆବଶ୍ୟକତା ଅବଶ୍ୟମ୍ଭାବୀ। ନିସ୍ତରଙ୍ଗ ଜୀବନ ଅପେକ୍ଷା ଜୀବନରେ ଢେଉ ଟିକେଟିକେ ଆସିଲେ ଛୋଟ ଛୋଟ ହେଉ ପଛେ ତା’ର ଲହରିରେ ଜୀବନ ଅଧିକ ପ୍ରାଣବନ୍ତ ହେବ। ସେ ଢେଉ ଟିକକ ପାଇଁ କେବେ ସୂର୍ଯ୍ୟଟେ ଦରକାର ତ କେବେ ଚନ୍ଦ୍ର। କେବେ ପୂର୍ଣ୍ଣିମା ଦରକାର ତ କେବେ ଅମାବାସ୍ୟା। ଅନ୍ଧାରଠାରୁ ଆଲୁଅ ଯାଏ ଜୀବନର ସାତରଙ୍ଗ ସବୁ ଦରକାର। ତାହାଲେ ଯାଇ ଜୀବନ ଇନ୍ଦ୍ରଧନୁମୟ ହେବ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ସହଜ ରାସ୍ତା ନାହିଁ

ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍‌ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ...

ବାବା ଓ ବିଜ୍ଞାନ

ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...

ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌ ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...

ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ

ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...

ପେଟେଣ୍ଟମୁକ୍ତ ଟିକା

ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ମୀମାଂସା ଦର୍ଶନ

ଡା. ଗୋପାଳ ଚନ୍ଦ୍ର ଦାଶ ଷଟ୍‌ ଦର୍ଶନ ମଧ୍ୟରେ ମୀମାଂସା ଦର୍ଶନ ବୃହତ୍ତମ। ଏହାର ସ୍ବତ୍ରସଂଖ୍ୟା ୨୬୪୪। ଅନ୍ୟ ପାଞ୍ଚଗୋଟି ଦର୍ଶନରେ ଯେତିକି ସ୍ବତ୍ର ଅଛି,...

ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts