Categories: ଜାତୀୟ

ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ

ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ ସେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)ର ବୈଜ୍ଞାନିକ ହୋଇପାରିଛନ୍ତି।

କ୍ଷେତରେ କାମ କରୁଥିବା ମାତାପିତାଙ୍କ ଏକମାତ୍ର ପୁଅ ଇସ୍ରୋ ବୈଜ୍ଞାନିକ ହେବା କଳ୍ପନା ବାହାରେ। ପନ୍ଦରପୁରର ସୋମନାଥ ମାଳି ମହାରାଷ୍ଟ୍ରର ଏକମାତ୍ର ଛାତ୍ର ଯିଏକି ଇସ୍ରୋରେ ମନୋନୀତ ହୋଇଛନ୍ତି। ସୋମନାଥ ନନ୍ଦୁ ମାଳି ପନ୍ଦରପୁର ତହସିଲ ସାର୍କୋଲିର ବାସିନ୍ଦା ଅଟନ୍ତି। ଗ୍ରାମାଞ୍ଚଳର ଏକ ବିଦ୍ୟାଳୟରେ ସୋମନାଥ ତାଙ୍କର ଶିକ୍ଷା ସମାପ୍ତ କରିଛନ୍ତି। ସରକାରୀ ବିଦ୍ୟାଳୟରୁ ଇସ୍ରୋ ପର୍ଯ୍ୟନ୍ତ ଯାତ୍ରା ବହୁ ସଂଘର୍ଷମୟ ପରିସ୍ଥିତିରେ ସ୍ଥିର ହୋଇଛି। ପୁଅ ସୋମନାଥଙ୍କୁ ପଢ଼ାଇବା ପାଇଁ ତାଙ୍କ ମାତାପିତା କ୍ଷେତରେ କାମ କରୁଥିଲେ। ସୋମନାଥ ନିକଟରେ କେରଳର ଥିରୁଭନନ୍ତପୁରମ୍‌ରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ ସେଣ୍ଟରରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ ମନୋନୀତ ହୋଇଛନ୍ତି। ମହାରାଷ୍ଟ୍ରର ସେ ଏକମାତ୍ର ପ୍ରତିଯୋଗୀ। ଯିଏକି ଏହି ଅନ୍ତରୀକ୍ଷ ସେଣ୍ଟର ପାଇଁ ମନୋନୀତ ହୋଇଛନ୍ତି।

ସୋମନାଥଙ୍କ ଶିକ୍ଷା ବିଷୟରେ ଯଦି କହିବା ତେବେ ସେ ପ୍ରାଥମିକ ବିଦ୍ୟାଳୟରୁ ୭ମ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଶେଷ କରିବା ପରେ ଯୁକ୍ତ ୨ ପଢ଼ିବା ପାଇଁ ପନ୍ଦରପୁର ଯାଇଥିଲେ। ସେଠାରେ କେବିପି କଲେଜରେ ନାମ ଲେଖାଇଥିଲେ। ୨୦୧୧ରେ ୮୧ ପ୍ରତିଶତ ନମ୍ବର ରଖି ସେ ଦ୍ୱାଦଶ ଶ୍ରେଣୀ ପାସ କରିଥିଲେ। ପରେ ବି.ଟେକ୍‌ କରିବା ପାଇଁ ମୁମ୍ବାଇ ଯାଇଥିଲେ।

ପରେ ଆଇଆଇଟି ଦିଲ୍ଲୀର ମେକାନିକାଲ ଡିଜାଇନର ଭାବରେ ମନୋନୀତ ହୋଇଥିଲେ। ସମଗ୍ର ଭାରତରେ ଗେଟ୍‌(GATE) ପରୀକ୍ଷାରେ ୯୧୬ ତମ ସ୍ଥାନ ହାସଲ କରିଥିଲେ। ଏଠାରେ ସେ ବିମାନ ଇଞ୍ଜିନ ଡିଜାଇନ୍‌ରେ କାମ କରିବାର ସୁଯୋଗ ପାଇଲେ। ଶେଷରେ ସୋମନାଥ ଜୁନ୍‌ ୨ରେ ଇସ୍ରୋର ଜଣେ ବୈଜ୍ଞାନିକ ଭାବରେ ମନୋନୀତ ହୋଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.