ରଥଯାତ୍ରା ପରିଚାଳନା ପାଇଁ ଏସ୍‌ଓପି ପ୍ରସ୍ତୁତ ହେବ

ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ ଗୁରୁବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସେବାୟତମାନେ ସ୍ବାଗତ କରିଥିବା ବେଳେ ଏ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ବିନା ଭକ୍ତରେ ହେବ। ପୁରୀ ଜିଲାରେ ଏବେ ବି ସଂକ୍ରମଣର ମାତ୍ରା ଅଧିକ ରହିଛି। ଏଣୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ରଥଯାତ୍ରା ଆୟୋଜନ ଲାଗି ପଦକ୍ଷେପ ନିଆଯିବ। ଏନେଇ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିବାବେଳେ ଠିକ ସମୟରେ ଶେଷ ହେବ ବୋଲି ଆଶା ରହିଛି। ଆପାତତଃ ସମସ୍ତ ସେବାୟତଙ୍କର ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଛି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ। ଯେଉଁ ସେବାୟତ ଓ କର୍ମଚାରୀମାନେ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କ ପାଇଁ ଆର୍‌ଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ଯେଉଁମାନେ କୋଭିଡ୍‌ ନେଗେଟିଭ୍‌ ହେବେ କେବଳ ସେମାନଙ୍କୁ ହିଁ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ମିଳିବ। ରଥଯାତ୍ରା ପରିଚାଳନା ଲାଗି ଜିଲା ପ୍ରଶାସନ ଏକ ଏସ୍‌ଓପି ପ୍ରସ୍ତୁତ କରିବ। ଏ ନେଇ ସମସ୍ତ ଅଂଶୀଦାରଙ୍କ ପରାମର୍ଶ ନିଆଯିବ। ପୁରୀ ସହରବାସୀ ବଡ଼ଦାଣ୍ଡକୁ ନ ଆସି ଯେଭଳି ଘରେ ରହି ସିଧା ପ୍ରସାରଣ ମାଧ୍ୟମରେ ରଥଯାତ୍ରା ଦେଖିପାରିବେ ତାହା ସୁନିଶ୍ଟିତ କରିବା ଜିଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ। ସେହିପରି ମେକାପ, ଖୁଣ୍ଟିଆ ଓ ପୂଜାପଣ୍ଡା ସେବାୟତଙ୍କ ସହ ସ୍ନାନଯାତ୍ରା ନେଇ ଆଲୋଚନା ହୋଇଛି। ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ଦେବସ୍ନାନ କରିବା ପାଇଁ ସେବାୟତମାନେ ମତ ରଖୁଛନ୍ତି। ଏନେଇ ଆଗାମୀ ଦିନରେ ବୈଠକ ହେବ। କେଉଁ ନିଯୋଗରୁ କେତେଜଣ ସେବାୟତଙ୍କ ଦ୍ୱାରା ସ୍ନାନଯାତ୍ରା କରାଯିବ, ସେ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ଲାଗି ରାଜ୍ୟ ସରକାରଙ୍କ ଘୋଷଣା ସ୍ବାଗତଯୋଗ୍ୟ। ମାତ୍ର ଏସ୍‌ଓପିରେ ଅନେକ ପ୍ରସଙ୍ଗକୁ ନେଇ ସମ୍ବେଦନଶୀଳ ଭାବେ ବିଚାର କରାଯିବା ଆବଶ୍ୟକ। ସ୍ନାନଯାତ୍ରା ଓ ରଥଯାତ୍ରା ବେଳକୁ ଅନେକ ସେବାୟତଙ୍କର ପ୍ରଥମ ଡୋଜ୍‌ ଟିକାକରଣକୁ ୪୨ ଦିନର ଅବଧି ପୂରଣ ହୋଇ ନ ଥିବ। ଏଣୁ ରାଜ୍ୟ ସରକାର ନିୟମ କୋହଳ କଲେ ସମ୍ପୃକ୍ତ ସେବାୟତମାନେ କୋଭିଡ୍‌ ଟିକାର ୨ୟ ଡୋଜ୍‌ ନେଇପାରନ୍ତେ। ସେହିପରି ଶ୍ରୀମନ୍ଦିର ଏବଂ ପୁରୀ ଜିଲା ପ୍ରଶାସନ ମିଳିତ ଭାବେ ବିଭିନ୍ନ ନିଯୋଗର କେତେ ସଂଖ୍ୟକ ସେବକ ସ୍ନାନଯାତ୍ରା ଓ ରଥଯାତ୍ରାରେ ନିୟୋଜିତ ହେବେ, ତାହା ନିର୍ଦ୍ଧାରଣ କରିବା ଉଚିତ। ଦଇତାପତି ସେବାୟତମାନେ ବର୍ଷକରେ ଗୋଟିଏ ମାସ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଆନ୍ତି। ଏହାବ୍ୟତୀତ ଦଇତାପତିଙ୍କ ସେବା ହେଉଛି ଗୋଷ୍ଠୀସେବା। ତେଣୁ ଦଇତାପତିଙ୍କ ସଂଖ୍ୟାରେ କାଟଛାଣ୍ଟକୁ ଗ୍ରହଣ କରାଯିବ ନାହିଁ। ପୂର୍ବରୁ ଯେତିକି ଦଇତାପତି ସେବାରେ ଲାଗୁଥିଲେ ଏବେ ମଧ୍ୟ ସେତିକି ସେବାୟତଙ୍କୁ ଅନୁମତି ମିଳିବା ଦରକାର। ଅନ୍ୟପକ୍ଷରେ ଦଇତାପତି ସେବାୟତମାନେ ମାସେ ରୋଜଗାର ଆଣିଲେ ବର୍ଷେ ଚଳନ୍ତି। ଏବେ କରୋନା ଯୋଗୁ ଦାନ ଦକ୍ଷିଣା ମିଳୁ ନାହିଁ। ଏଣୁ ପ୍ରଶାସନ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଉ ବୋଲି ଦାସମହାପାତ୍ର କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.