ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍-୧୯ ନମୁନାରେ ଭାଇରାଲ ଲୋଡ୍ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷଣ ଅନୁଯାୟୀ ଇନ୍ଫେକ୍ସନ ଭାଇରାଲ ଲୋଡ୍ କମିଛି। ପୂର୍ବରୁ ହାରାହାରି ସିଟି ଭ୍ୟାଲୁ ୧୪ ରୁ ୧୫ ପ୍ରତିଶତ ରହୁଥିଲା। ଏବେ ଏହା ୨୮ ପାଖାପାଖି ରହୁଛି। ଜଣେ ବ୍ୟକ୍ତିର ଯଦି ସିଟି ଭାଲ୍ୟୁ ୩୫ କିମ୍ବା ତା’ଠାରୁ ଅଧିକ ରହିଲେ ତାହା କୋଭିଡ୍ ନେଗେଟିଭ୍। ଯଦି ସିଟି ଭାଲ୍ୟୁ ୩୫ରୁ କମ୍ ରହେ, ତେବେ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୁଅନ୍ତି। ସେପଟେ ତୃତୀୟ ଲହରକୁ ନେଇ ଡା. ପରିଡ଼ା କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ଼ ଲୋକଙ୍କୁ ନୁହେଁ, ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ। କିନ୍ତୁ ତୃତୀୟ ଲହର ଆସିବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କୋଭିଡ୍ କଟକଣା, ଟିକାକରଣ ଓ ଭୂତାଣୁର ପରିବର୍ତ୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରିବ ବୋଲି ସେ କହିଛନ୍ତି। ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି। ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏବେ ଭାରତର ୨୮ଟି ଲାବ୍ରେ ଜିନମ ସିକ୍ୱେନ୍ସିଂ କରାଯାଉଛି। ଏହାଦ୍ୱାରା ଭାଇରସର ମ୍ୟୁଟାଣ୍ଟରେ କିପରି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କ’ଣ ହେବ ସେ ବିଷୟରେ ଜାଣିପାରିବା ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଲକ୍ଡାଉନର ସୁଫଳ ମିଳିଛି। ଯଦି ସରକାର ଅନ୍ଲକ ପ୍ରକ୍ରିୟାକୁ ଯିବେ ତେବେ ଲୋକମାନେ କଟକଣାକୁ ମାନନ୍ତୁ। ନଚେତ ପୁଣି ଥରେ ସଂକ୍ରମଣ ବଢ଼ିପାରେ। ଅନ୍ୟ ରାଜ୍ୟରେ ପର୍ଯ୍ୟାୟକ୍ରମେ ଲକ୍ଡାଉନର କଟକଣା କୋହଳ କରାଯାଇଛି। ଲୋକମାନେ ଯଦି ସହଯୋଗ କରିବେ ତେବେ କଟକଣାର ଆବଶ୍ୟକ ନାହିଁ ବୋଲି ଡା. ପରିଡ଼ା କହିଛନ୍ତି।
ବାଡ଼ିରେ ଛେଳି ପଶିବାରୁ ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ
ଲଙ୍ଗଳେଶ୍ୱର,୨।୬: ଛେଳି ଚରାଇବାକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା। ବାଡ଼ିରେ ଛେଳି ପଶିବାରୁ ଚରାଳି ଏବଂ ତାଙ୍କର ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଗାଁ ଲୋକେ ମାଡ଼...
ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା
ଭୁବନେଶ୍ବର,୧୮।୬: ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...
ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା
ଝାରସୁଗୁଡା ଅଫିସ୍,୪।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର...
ପ୍ରେମରେ ଜିତିଲେ, ଓଡ଼ିଶା ବୋହୂ ହେଲେ ୟୁପି ଯୁବତୀ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ନିଜ ପ୍ରେମକୁ ପାଇବା ପାଇଁ ଉତ୍ତରପ୍ରଦେଶରୁ ଓଡ଼ିଶା ଚାଲି ଆସିଥିଲେ। ଏବେ ଭୁବନେଶ୍ୱର କୋର୍ଟରେ ଲଢି ଜିତିଲେ ୟୁପି ଗୋରଖପୁରର ଝିଅ ଆକାଂକ୍ଷା ସିଂ।...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ରାଇସମିଲ୍ ବର୍ଜ୍ୟବସ୍ତୁରେ ଲୋକେ ଅତିଷ୍ଠ
ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍ ଗେଟ୍ରେ ତାଲା ପକାଇ...
୩ ପରୀକ୍ଷାଫଳ ଆଧାରରେ ମୂଲ୍ୟାୟନ
ଭୁବନେଶ୍ୱର,୧୭ା୬ (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ପଦ୍ଧତି କ’ଣ ରହିବ ତାହାକୁ ନେଇ ଏବେ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...


