ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍-୧୯ ନମୁନାରେ ଭାଇରାଲ ଲୋଡ୍ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷଣ ଅନୁଯାୟୀ ଇନ୍ଫେକ୍ସନ ଭାଇରାଲ ଲୋଡ୍ କମିଛି। ପୂର୍ବରୁ ହାରାହାରି ସିଟି ଭ୍ୟାଲୁ ୧୪ ରୁ ୧୫ ପ୍ରତିଶତ ରହୁଥିଲା। ଏବେ ଏହା ୨୮ ପାଖାପାଖି ରହୁଛି। ଜଣେ ବ୍ୟକ୍ତିର ଯଦି ସିଟି ଭାଲ୍ୟୁ ୩୫ କିମ୍ବା ତା’ଠାରୁ ଅଧିକ ରହିଲେ ତାହା କୋଭିଡ୍ ନେଗେଟିଭ୍। ଯଦି ସିଟି ଭାଲ୍ୟୁ ୩୫ରୁ କମ୍ ରହେ, ତେବେ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୁଅନ୍ତି। ସେପଟେ ତୃତୀୟ ଲହରକୁ ନେଇ ଡା. ପରିଡ଼ା କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ଼ ଲୋକଙ୍କୁ ନୁହେଁ, ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ। କିନ୍ତୁ ତୃତୀୟ ଲହର ଆସିବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କୋଭିଡ୍ କଟକଣା, ଟିକାକରଣ ଓ ଭୂତାଣୁର ପରିବର୍ତ୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରିବ ବୋଲି ସେ କହିଛନ୍ତି। ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି। ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏବେ ଭାରତର ୨୮ଟି ଲାବ୍ରେ ଜିନମ ସିକ୍ୱେନ୍ସିଂ କରାଯାଉଛି। ଏହାଦ୍ୱାରା ଭାଇରସର ମ୍ୟୁଟାଣ୍ଟରେ କିପରି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କ’ଣ ହେବ ସେ ବିଷୟରେ ଜାଣିପାରିବା ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଲକ୍ଡାଉନର ସୁଫଳ ମିଳିଛି। ଯଦି ସରକାର ଅନ୍ଲକ ପ୍ରକ୍ରିୟାକୁ ଯିବେ ତେବେ ଲୋକମାନେ କଟକଣାକୁ ମାନନ୍ତୁ। ନଚେତ ପୁଣି ଥରେ ସଂକ୍ରମଣ ବଢ଼ିପାରେ। ଅନ୍ୟ ରାଜ୍ୟରେ ପର୍ଯ୍ୟାୟକ୍ରମେ ଲକ୍ଡାଉନର କଟକଣା କୋହଳ କରାଯାଇଛି। ଲୋକମାନେ ଯଦି ସହଯୋଗ କରିବେ ତେବେ କଟକଣାର ଆବଶ୍ୟକ ନାହିଁ ବୋଲି ଡା. ପରିଡ଼ା କହିଛନ୍ତି।
ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ
ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...
ନିଉତା ବାଣ୍ଟିଲେ ହନୁମାନ
ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର,୨୩।୬(ବ୍ୟୁରୋ)କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଦ୍ୱାଦଶ...
ୟୁଟ୍ୟୁବ୍ରେ ପ୍ରଥମରୁ ଦଶମ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ...
୨୨ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଆସନ୍ତା ୨୨ ତାରିଖରୁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲାକୁ...
ସବ୍ୟସାଚୀଙ୍କ ପାଇଁ ବଞ୍ଚିଲା ୨ ଜୀବନ
ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସମୟରେ ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଆଦର୍ଶ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ଦେବଦୂତ ସାଜି ପୁଣି ଆଉ ୨ ଜୀବନ...
୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...
ପୁରୀରେ ପହଞ୍ଚିଲା ରଥ ଦଉଡ଼ି
ପୁରୀ ଅଫିସ,୨ା୬: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ। ଏଥିପାଇଁ ରଥଖଳା ଓ ନରେନ୍ଦ୍ର...


