ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା

ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏହି ଟ୍ରିବ୍ୟୁନାଲ ଗଠନ କରିଥିଲେ। ୩ ବର୍ଷ ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାରେ ଟ୍ରିବ୍ୟୁନାଲ ବିଫଳ ହୋଇଛି। ଫଳରେ ଟ୍ରିବ୍ୟୁନାଲର ଅବଧିକୁ ଆଉ ୨ବର୍ଷକୁ ବୃଦ୍ଧି କରିବା ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅବଧିକୁ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ କିମ୍ବା ପୁଣି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ର ଧାରା-୫ର ଉପଧାରା-୨ ଅନୁସାରେ ପୁନଃ ରିପୋର୍ଟ ଦାଖଲ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇଟି ମଧ୍ୟରୁ ଯେଉଁଟା ଟ୍ରିବ୍ୟୁନାଲର ଅବଧି ସମାପ୍ତ ହେବ। ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ଧାର୍ଯ୍ୟ ୩ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ତାଙ୍କ ନିଷ୍ପତ୍ତି ଶୁଣାଇବା ଓ ରିପୋର୍ଟ ଦାଖଲ କରି ନ ଥିବାରୁ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହାକୁ ବିଚାରକୁ ନେଇ ଟ୍ରିବ୍ୟୁନାଲର ଅବଧିକୁ ବୃଦ୍ଧି କରାଯାଇଛି।
ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ୨୦୧୬ ରୁ ଲଢ଼େଇ କରୁଥିଲେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ସ୍ବାର୍ଥରକ୍ଷା ପାଇଁ ଟ୍ରିବ୍ୟୁନାଲରୁ ଅନ୍ତରୀଣ ରିହାତି ଆଣିବାରେ ସକ୍ଷମ ହୋଇପାରି ନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଟ୍ରିବ୍ୟୁନାଲର ଅବଧି ଏକକାଳୀନ ୨ବର୍ଷ ବୃଦ୍ଧି ହେବା ଓ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ପ୍ରତି କରାଯାଉଥିବା ଅଣଦେଖାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମହାନଦୀ ଉପରେ ଛତିଶଗଡ଼ ୧୨ଟି ବୃହତ୍‌ ବ୍ୟାରେଜ ନିର୍ମାଣ କରି ଜଳ ପ୍ରବାହକୁ ରୋକିବା ନେଇ ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବିବାଦ ତୁଟାଇବା ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ବ୍ୟାରେଜ ନିର୍ମାଣ ଉପରେ ଅନ୍ତରୀଣ ରୋକ୍‌ ଲଗାଯାଇ ପାରି ନ ଥିଲା। ଅନ୍ୟ ଉପାୟ ନ ପାଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ହେଲେ ଟ୍ରିବ୍ୟୁନାଲ ୩ ବର୍ଷ ମଧ୍ୟରେ କୌଣସି ନିଷ୍କର୍ଷରେ ପହଞ୍ଚିପାରି ନାହିଁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.