ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ନଜରକୁ ଆସିଛି। ଏକ ଅକ୍ସିଜେନ ବୋଝେଇ ଟ୍ରକ୍ରେ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପଞ୍ଜାବ ଲୁଧିଆନାର ଯୋଶ ପାଲ (୪୩) ଏବଂ ଲଖବିନ୍ଦର ସିଂ (୪୩) ବୋଲି ଏସ୍ଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କୋରାପୁଟ-ଜୟପୁର ଦେଇ ଯାଉଥିବା ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍ (ପିବି-୧୦ ଇଏସ୍-୪୬୬୧)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ସଦର ପୋଲିସ ନିକଟରେ ପହଞ୍ଚତ୍ଥିଲା। ଜୟପୁର ଘାଟିରେ ଥାନା ଅଧିକାରୀ ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ଚଢ଼ାଉ କରିଥିଲା। ପୋଲିସ ଟ୍ରକ୍ରୁ ୧୨୭୭ କେଜି ଗଞ୍ଜେଇ ଜବତ କରିଥିଲା। ଏହାର ବଜାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ଭିଏତ୍ନାମ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ଏହି ଅକ୍ସିଜେନ ଯୋଗାଣ ହେଉଥିଲା। ବିଶାଖାପାଟଣା ପୋର୍ଟରୁ ୧୫୦ଟି ଅକ୍ସିଜେନ ସିଲିଣ୍ଡର ବୋଝେଇ କରି ଟ୍ରକ୍ଟି ଦିଲ୍ଲୀ ରେଡ୍କ୍ରସ୍ ସୋସାଇଟିକୁ ଯାଉଥିଲା। ତେବେ ରାସ୍ତାରେ ଗଞ୍ଜେଇ ମାଫିଆମାନେ ଟ୍ରକ୍ ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରି ଗଞ୍ଜେଇ ପଞ୍ଜାବ ନେଉଥିଲେ। ପୋଲିସ ଗଞ୍ଜେଇ ସହ ୨ଟି ମୋବାଇଲ ଫୋନ ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ୧୦୪/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.