ଖଟିଆ କାନ୍ଧେଇ ପ୍ରତିବାଦ କଲେ ଗ୍ରାମବାସୀ

ସାରସକଣା,୧୮।୬(ଡି.ଏନ.ଏ.)- ପ୍ରଶାସନର କାର୍ଯ୍ୟଧାରା ଏବଂ ଅପାରଗତାକୁ ପଦାରେ ପକାଇବା ଲକ୍ଷ୍ୟନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଗଁାକୁ ଯିବାକୁ ଭଲ ରାସ୍ତା ଓ ପୋଲ ନ ଥିବାରୁ ସେମାନେ କେନାଲ ପାଣିରେ ପଶି ରୋଗୀ ଭଳି ଜଣେ ଲୋକଙ୍କୁ ଖଟିଆରେ ବୋହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ମୁରୁଣିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କଦହ ଗ୍ରାମରେ ବୁଧବାର ଏହି ଘଟଣା ଦେଖିବାକୁ ମିଳିଥିଲା।
ଏହି ଗ୍ରାମକୁ ଯିବା ପାଇଁ ସାରସକଣା ପଞ୍ଚାୟତ ମହୁଲବରେଇ ଗ୍ରାମ ବାଟେ କୋଚିଲା ନାଳ ପାରି ହୋଇ ଆସିବାକୁ ପଡ଼ିଥାଏ। ସାମାନ୍ୟ ବର୍ଷା ହେଲେ ଏହି ନାଳରେ ପାଣି ବଢ଼ି ଗ୍ରାମଟି ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଥାଏ । ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନାଳ ପାରି ହେବା ପାଇଁ ପ୍ରତିବର୍ଷ ଏକ ଅସ୍ଥାୟୀ ବାଉଁଶ ପୋଲ ତିଆରି କରିଥାନ୍ତି। ଗଁାକୁ ଭଲ ରାସ୍ତା ସହିତ ପୋଲ ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଆସିପାରେ ନାହିଁ। ଯାହାଫଳରେ ବର୍ଷାଦିନେ ନାଳରେ ପାଣି ହେଲେ ବାଧ୍ୟ ହୋଇ ଲୋକେ ରୋଗୀଙ୍କୁ ଖଟିଆରେ ବୋହି ନାଳ ପାରି କରିଥାନ୍ତି। ଦୀର୍ଘଦିନ ଧରି ଗ୍ରାମକୁ ଯାତାୟାତ ପାଇଁ ବାଧକ ସାଜିଥିବା କୋଚିଲା ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ୩/୪ ଦିନ ହେଲା ଲଗାଣ ବର୍ଷାରେ ଏହି ନାଳରେ ପାଣି ଆସିବାରୁ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ବାଉଁଶ ପୋଲଟି ବୁଧବାର ସକାଳେ ଭାସି ଯାଇଥିଲା। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନାକୁ ତାତ୍ସଲ୍ୟ କରି ନାଳରେ ପାଣି ଆସିବା ପରେ ଅଭିନବ ଉପାୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଖଟିଆରେ ବୋହି ନାଳ ପାରି କରାଯାଇ ତାର ଜୀବନ ବଞ୍ଚାଇବାକୁ କିପରି ସଂଘର୍ଷ କରାଯାଇଥାଏ ସେହି ସମୟର ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଲୋକେ ବାରମ୍ବାର ପ୍ରଶାସନଠାରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁନିି ବୋଲି ଗ୍ରାମର ବ୍ରହ୍ମାନନ୍ଦ ବିନ୍ଧାଣୀ, ରବି ବିନ୍ଧାଣୀ, ପୁଷ୍ପଲତା ସୋରେନ, ନରେନ୍ଦ୍ର ହଁାସଦା ପ୍ରମୁଖ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.