ପ୍ରତିବାଦର ସ୍ବର

ଆକାର ପଟେଲ

କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼ ନେବ ଓ ଏହା ୨୦୨୪ ନିର୍ବାଚନ ଉପରେ ହିଁ କେନ୍ଦ୍ରୀତ ହେବ। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର କିଛି ସାମ୍ପ୍ରତିକ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳିଛି। ଦେଖିତ୍ବାକୁ ଗଲେ ଭାରତରେ ସରକାର ଯାହା କରନ୍ତି ବିଶେଷକରି ମଧ୍ୟବିତ୍ତ ଶ୍ରେଣୀ ତାହାକୁ ରାଜନୈତିକ ଦଳ ଉପରେ ଛାଡିଦିଅନ୍ତି। ସେମାନେ ଥରେ ଭୋଟ ଦେବା ପରେ ଏଥିରେ ଜଡ଼ିତ ହୁଅନ୍ତି ନାହିଁ। କିନ୍ତୁ ସିଭିଲ୍‌ ସୋସାଇଟିଗୁଡ଼ିକ ସରକାରଙ୍କ କାର୍ଯ୍ୟକଳାପ ସହ ଜଡ଼ିତ ହୁଅନ୍ତି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଅନୁଯାୟୀ ସିଭିଲ୍‌ ସୋସାଇଟି ଶବ୍ଦଟି ସଂଗଠନଗୁଡ଼ିକର ଏକ ବିସ୍ତୃତ ଶ୍ରେଣୀ ସମୂହକୁ ସୂଚାଇଥାଏ। କିନ୍ତୁ ଭାରତରେ ଆମେ ସିଭିଲ୍‌ ସୋସାଇଟି ଶବ୍ଦକୁ ଏନ୍‌ଜିଓ ଓ ସାମାଜିକ କର୍ମକର୍ତ୍ତାଙ୍କ ପାଇଁ ନିଆରା ଢଙ୍ଗରେ ବ୍ୟବହାରକ କରୁ। ଏନ୍‌ଜିଓ, ସାମାଜିକ କର୍ମକର୍ତ୍ତା ଓ ଇଣ୍ଡିଜିନିୟସ ଗ୍ରୁପ୍‌ ବା ସ୍ବଦେଶୀ ଗ୍ରୁପ୍‌ଗୁଡ଼ିକ ରାଜନୈତିକ ଢାଞ୍ଚାର ବାହାରେ ରହି ଲୋକମାନଙ୍କ ମଙ୍ଗଳ ପାଇଁ ପ୍ରତିନିଧତ୍ୱ କରିଥାଆନ୍ତି। ଭାରତରେ ଇଣ୍ଡିଜିନିୟସ ଗ୍ରୁପ୍‌ କଥା କହିଲେ ଆମେ ଆଦିବାସୀଙ୍କୁ ବୁଝୁ। ଆମେ ଭାରତର ଯେଉଁ ବିକାଶ ଢାଞ୍ଚା ଗ୍ରହଣ କରିଛୁ ସେଥିରେ ଆଦିବାସୀଙ୍କ ଜମି ଓ ସଂସାଧନକୁ ଆଣି ଦେଶର ଅନ୍ୟମାନଙ୍କ ପାଇଁ ଉପଯୋଗ କରାଯାଉଛି। ଆଦିବାସୀମାନେ ହଜାର ହଜାର ବର୍ଷର ପୂର୍ବପୁରୁଷଙ୍କ ଭିଟାମାଟିରୁ ବିସ୍ଥାପିତ ହେଉଛନ୍ତି। ଏଥିପାଇଁ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ଧରି ଆଦିବାସୀମାନେ ଭାରତ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ବିସ୍ରା ମୁଣ୍ଡାଙ୍କ ବିଦ୍ରୋହ ଏଠାରେ ଉଲ୍ଲେଖନୀୟ। ବିସ୍ରା ମୁଣ୍ଡା ଛୋଟ୍‌ନାଗପୁର ଟେନାନ୍‌ସୀ ଆକ୍ଟ ପ୍ରଚଳନ କରିବାକୁ ଇଂରେଜ ସରକାରଙ୍କ ଉପରେ ଚାପ ପକାଇଥିଲେ। ଏହି ଆକ୍ଟ ବା ଆଇନରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। କିନ୍ତୁ ଭାଜପା ୨୦୧୬ରେ ଛୋଟନାଗପୁର ଟେନାନସୀ ଆକ୍ଟକୁ ହଟାଇ ଦେବା ଲାଗି ଏକ ଆଇନ ପାସ୍‌ କରିଥିଲା। ଏହାଦ୍ୱାରା ଆଦିବାସୀମାନେ ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଯେ,ଭାଜପା ଶେଷରେ ଏଥିରୁ ପଛକୁ ହଟିଗଲା। କେବଳ ଏତିକି ନୁହେଁ,ପରବର୍ତ୍ତୀ ରାଜ୍ୟ ନିର୍ବାଚନରେ ମଧ୍ୟ ପରାସ୍ତ ହେଲା। ଏହି କାରଣରୁ ୨୦୨୦ରେ ଅମିତ ଶାହା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଫୁଲହାର ପିନ୍ଧାଇବାକୁ ଚାହିଁଥିଲେ (କିନ୍ତୁ ଭୁଲ୍‌ରେ ଅନ୍ୟ ଜଣଙ୍କୁ ପିନ୍ଧାଇ ଦେଇଥିଲେ)।
ଭାରତ ସରକାରଙ୍କୁ ଆଦିବାସୀମାନେ ଯେଉଁ ବିରୋଧ କରୁଛନ୍ତି ତାହାକୁ ଠିକ୍‌ ଭାବେ ହୃଦୟଙ୍ଗମ କରାଯାଇନାହିଁ କି ଏହାକୁ ଗଣମାଧ୍ୟମ ବ୍ୟାପକ ଭାବେ ପ୍ରଚାର କରି ନାହିଁ। ଚଳିତ ମାସରେ ଦେଶର ଦୁଇଟି ସ୍ଥାନରେ ଆଦିବାସୀଙ୍କ ପ୍ରତିବାଦର ସ୍ବର ଶୁଣିବାକୁ ମିଳିଛି। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ପ୍ରସ୍ତାବିତ ପାର୍କିଂସ୍ଥଳକୁ ବିରୋଧ କରି ୧୧ ଜଣ ଆଦିବାସୀ ଗିରଫ ହୋଇଥିଲେ। ଆଦିବାସୀମାନେ କହିଲେ ଯେ, ଏହି ପ୍ରୋଜେକ୍ଟ ପାଇଁ ସର୍ଦ୍ଦାର ସରୋବର ନର୍ମଦା ନିଗମ ଦ୍ୱାରା ଅଧିଗୃହୀତ ଜମି ସେମାନଙ୍କ ଅଧୀନରେ ଥିଲା ଏବଂ ତାହାକୁ ବେଆଇନ ଭାବେ ନିଆଯାଇଛି। ଏହି ପ୍ରତିବାଦରେ ସାମିଲ ଆଦିବାସୀ ମହିଳାମାନେ ସର୍ବସାଧାରଣରେ ସେମାନଙ୍କ ବସ୍ତ୍ର ଖୋଲିି ଦେଇଥିଲେ, ଯେଉଁଥିରୁ ସେମାନଙ୍କ ଭାବାବେଗର ଶକ୍ତିକୁ ଉପଲବ୍ଧି କରାଯାଇପାରେ। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ବିରୋଧରେ ଧାରା ୧୪୩ (ବେଆଇନ ସମାବେଶ) ଏବଂ ୨୯୪(ସାଧାରଣ ସ୍ଥାନରେ ଅଶ୍ଳୀଳ ଗୀତ ଗାଇବା, ଶବ୍ଦ ଉଚ୍ଚାରଣ କରିବା)ରେ ଏଫ୍‌ଆଇଆର୍‌ ଦାଏର କରାଗଲା। କଂଗ୍ରେସ ଶାସନାଧୀନ ଛତିଶଗଡ଼ରେ ବିନା ଅନୁମତିରେ ସେମାନଙ୍କ ଜମିରେ କରାଯାଇଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଏକ କ୍ୟାମ୍ପ ବିରୋଧରେ ଆଦିବାସୀମାନେ ଆନ୍ଦୋଳନ କରିଥିଲେ। ସରକାର ସେମାନଙ୍କ ଉପରକୁ ଗୁଳି ଚଳାଇଲେ ଓ ୩ ଜଣଙ୍କ ମୃତ୍ୟୁ ଘଟିଲା। ତଥାପି ଆଦିବାସୀମାନେ ବସ୍ତର୍‌ରେ ଖୋଲାରେ ବସି ପ୍ରତିବାଦ ଜାରି ରଖିତ୍ ସେମାନଙ୍କ ଅଧିକାର ଦାବି କରୁଛନ୍ତି ଓ କ୍ୟାମ୍ପ୍‌ ଉଠାଇ ନେବା ଲାଗି ଅଡିବସିଛନ୍ତି।
ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। ଯେଉଁ ଆଇନ ବିରୋଧରେ ସେମାନେ ପ୍ରତିବାଦ କରୁଛନ୍ତି ତାହାକୁ ରାଜ୍ୟ ସଭାରେ ବିନା ଭୋଟ୍‌ରେ ପାସ୍‌ କରାଗଲା। ସୁପ୍ରିମକୋର୍ଟ ଏହି ଆଇନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଏବଂ ମୋଦି ସରକାର ମଧ୍ୟ ଏହାକୁ ୧୮ ମାସ ପାଇଁ ସ୍ଥଗିତ ରଖିବାକୁ ଜଣାଇଛନ୍ତି। ଉତ୍ତରପ୍ରଦେଶରେ ଭାଜପାକୁ ସମର୍ଥନ କରୁଥିବା ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ଏହି ଆଇନ୍‌କୁ ନେଇ ତୀବ୍ର ଅସନ୍ତୋଷ ରହିଛି ଏବଂ ଏହି ଆଇନ କେବେ ବି ଲାଗୁ କରାଯିବାର ସମ୍ଭାବନା ନ ଥିବା ଜଣାପଡ଼ୁଛି। ଆଇନ ପ୍ରତି ମୋଦି ସରକାରଙ୍କର ଆଉ ଆଗ୍ରହ ନାହିଁ ଏବଂ ଏହାକୁ ଲାଗୁ କରିବା ସମ୍ପର୍କରେ କିଛି ବି କହୁନାହାନ୍ତି। କିନ୍ତୁ ସରକାର କୃଷକ ଆନ୍ଦୋଳନ ଚଳାଇବାକୁ ଅନୁମତି ଦେଇଛନ୍ତି, କାରଣ ଏହା ନିଷ୍ବତ୍ତି ବଦଳାଇବାକୁ କିମ୍ବା ପଛକୁ ହଟିଯିବା ଲାଗି ଚାହଁୁନାହିଁ। ଯଦିଓ ଏହା ପଛକୁ ହଟିଗଲାଣି ବୋଲି ଜଣାପଡିଲାଣି। ସେହିପରି ଦେଢ଼ବର୍ଷ ପୂର୍ବେ ସଂସଦରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପାସ୍‌ କରାଯାଇଥିଲେ ମଧ୍ୟ ଏହାକୁ ଏଯାବତ୍‌ ଲାଗୁ କରାଯାଇ ନାହିଁ। ଏହାର ଗୋଟିଏ କାରଣ ହେଉଛି ଏହାକୁ ଭାରତରେ କିରୋଧ କରାଯାଉଛି ଓ ଦ୍ୱିତୀୟରେ ବିଶ୍ୱସ୍ତରରେ ଏପରିକି ୟୁରୋପିୟାନ ପାର୍ଲାମେଣ୍ଟରେ ଏହାକୁ ବ୍ୟାପକ ନିନ୍ଦା କରାଯାଇଛି।
ସିଭିଲ୍‌ ସୋସାଇଟିଗୁଡ଼ିକର ସକ୍ରିୟତା ଯୋଗୁ ଗୁଜରାଟରେ ଦଳିତ ଏବଂ ଆଦିବାସୀଙ୍କ ବିରୋଧରେ ଆଟ୍ରୋସିଟିଗୁଡ଼ିକର ଶୁଣାଣି ପାଇଁ ଏକ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଇଛି। କେନ୍ଦ୍ରରେ ଏକ ଦୁର୍ବଳ ଅର୍ଥାତ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ସରକାର କିମ୍ବା ସରକାର ପରିବର୍ତ୍ତନ ଭଳି ପରିସ୍ଥିତି ସିଭିଲ୍‌ ସୋସାଇଟିକୁ ଅଧିକ ଲାଭ ଦେବ। ଯେଉଁ ଆଇନଗୁଡ଼ିକ ସିଭିଲ ସୋସାଇଟି ଗ୍ରୁପଗୁଡ଼ିକ ଦ୍ୱାରା ଗ୍ରହଣୀୟ ହେବ ନାହିଁ ସେଗୁଡ଼ିକୁ ସହଜରେ ପାସ୍‌ କରିହେବନି କି ଲାଗୁ କରିହେବ ନାହିଁ। ଅନ୍ତଃରାଷ୍ଟ୍ରୀୟ ମାନବ ଅଧିକାର ମାନକର ସ୍ପଷ୍ଟ ଉଲ୍ଲଂଘନ କରୁଥିତ୍ବା ଆଇନଗୁଡ଼ିକୁ ରଦ୍ଦ କରିବା ଲାଗି ଚାପ ସୃଷ୍ଟି ହେବ। ସିଭିଲ ସୋସାଇଟି ପାଇଁ ୨୦୨୪ ଯାଏ ସବୁୁଠୁ ଭଲ ସମୟ ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.