ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜଣେ ଶ୍ରମିକଙ୍କୁ ହତ୍ୟା। ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଶ୍ରମିକଙ୍କୁ ତାଙ୍କ ସହଯୋଗୀ ପଥରରେ ଛେଚି ହତ୍ୟା କରିଥିବାବେଳେ ସମାନ ଢଙ୍ଗରେ ଶନିବାର ଆଉଏକ ଘଟଣା ଘଟିଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗର ନିକଟ ରାସ୍ତା ଉପରେ ଜଣେ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ସାଥୀ ଶ୍ରମିକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଖସିଯାଉଥିବା ଅଭିଯୁକ୍ତଙ୍କୁ କାବୁ କରିଛି।ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁରର ନାରାୟଣ ସାହୁ। ଅନ୍ୟପକ୍ଷରେ ମୃତକଙ୍କ ନାମ ତ୍ରିନାଥ ବୋଲି ଜଣାପଡ଼ିଛି। ମଜୁରି ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିସହ ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି। ତ୍ରିନାଥଙ୍କ ପୂରା ପରିଚୟ ଓ ଠିକଣା ପାଇବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ନାରାୟଣ ଓ ତ୍ରିନାଥ ଗତ ୭ ମାସ ଧରି ଭୁବନେଶ୍ୱରରେ ରହି କାମ କରୁଥିଲେ। ଅଧିକାଂଶ ଦିନ ଉଭୟ ସାଙ୍ଗ ହୋଇ ଦୈନିକ ମଜୁରିରେ କାମ କରିବାକୁ ଯାଉଥିଲେ। କିଛିଦିନ ତଳେ ଉଭୟ ଠିକାରେ ଏକ କାମନେଇ କରିଥିଲେ। ନାରାୟଣ ନିଜେ ଅଧିକ ଟଙ୍କା ମଜୁରି ରଖି ତ୍ରିନାଥଙ୍କୁ କମ୍ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା। ଶୁକ୍ରବାର ନାରାୟଣ ଆଉଏକ କାମ ବୁଝିଥିବାବେଳେ ତ୍ରିନାଥଙ୍କୁ ଡାକିଥିଲେ। ତ୍ରିନାଥ କାମକୁ ଯିବାକୁ ପ୍ରଥମେ ହଁ ମାରିଥିଲେ, ହେଲେ ପରବର୍ତ୍ତୀ ସମୟରେ ଯାଇ ନ ଥିଲେ। ଶନିବାର ଶିଶୁଭବନ-ରାଜମହଲ ରାସ୍ତା ବାପୁଜୀନଗର ନିକଟ ରାସ୍ତା କଡ଼ରେ ବସିଥିବାବେଳେ କାମକୁ କାହିଁକି ଗଲୁନାହିଁ ବୋଲି ତ୍ରିନାଥଙ୍କୁ ନାରାୟଣ ପଚାରିଥିଲେ। ହେଲେ ପୂର୍ବ ମଜୁରି କଥା ତ୍ରିନାଥ ଉଠାଇବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ହାତାହାତି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନାରାୟଣ ନିକଟରେ ପଡ଼ିଥିବା ଏକ ପଥରରେ ତ୍ରିନାଥଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ସେହିବାଟ ଦେଇ ଯାଉଥିବା ଦୁଇଜଣ ବ୍ୟକ୍ତି ଏହା ଦେଖି ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଗୁରୁତର ଅବସ୍ଥାରେ ତ୍ରିନାଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.