ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧ ମ୍ୟାଚ ବିଶିଷ୍ଟ। ମାତ୍ର ଏପରି ହେବା ଉଚିତ ନୁହେଁ ବୋଲି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତ ଗୁରୁବାର ବିଳମ୍ବିତ ରାତିରେ ୟୁନାଇଟେଡ କିଙ୍ଗ୍ଡମ୍ ଅଭିମୁଖେ ଯାତ୍ରା କରିବ। ସାଉଥାମ୍ପଟନଠାରେ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଜୁନ୍ ୧୮ରୁ ଆରମ୍ଭ ହେବ। ଏହାପରେ ଭାରତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍କୁ ଯଦି ଦୀର୍ଘକାଳୀନଭିତ୍ତିରେ କରାଯାଏ ତେବେ ବେଷ୍ଟ ଅଫ୍ ଥ୍ରୀ ଫାଇନାଲ ଉପଯୁକ୍ତ ହେବ। ଏହା ହେଲେ ଦୁଇ ଦଳ ପରାକାଷ୍ଠା ଦେଖାଇବାର ସୁଯୋଗ ପାଇବେ ବୋଲି ଶାସ୍ତ୍ରୀ ବୁଧବାର ଇଂଲଣ୍ଡ ଗସ୍ତ ପୂର୍ବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିପାଇଁ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ (ଏଫ୍ଟିପି) ପ୍ରସ୍ତୁତ ହେବା ଆବଶ୍ୟକ। ଗୋଟିଏ ମ୍ୟାଚରେ ଏକ ଦଳର ଦକ୍ଷତା ମପାଯାଇ ପାରିବ ନାହିଁ। ଦେଶରେ କ୍ୱାରାଣ୍ଟାଇନ୍ ଅବଧି ଶେଷ କରିବା ପରେ ଭାରତୀୟ ଦଳ ୟୁକେ ଯିବାକୁ ପ୍ରସ୍ତୁତ। ସେଠାରେ ପହଞ୍ଚତ୍ବା ପରେ ୟୁକେ ସରକାରଙ୍କ ନିୟମ ଅନୁସାରେ କ୍ୱାରାଣ୍ଟାଇନ୍ରେ ଖେଳାଳିମାନେ ରହିବେ। ମାତ୍ର ନ୍ୟୁଜିଲାଣ୍ଡ ବହୁ ପୂର୍ବରୁ ୟୁକେରେ ପହଞ୍ଚତ୍ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିଛି। ଫଳରେ ଏହି ଦଳକୁ ଭଲ ମ୍ୟାଚ ଅଭ୍ୟାସ ମିଳିଛି। ଶାସ୍ତ୍ରୀ କହିଛନ୍ତି ଯେ ପ୍ରଥମଥର ପାଇଁ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ହେଉଛି। ଏହା ନିଶ୍ଚିତ ବଡ଼ ଗେମ୍। ଏହା ଏପରି ଏକ ଫର୍ମାଟ ଯେଉଁଥିରେ କି ଦଳ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ଏହା ୩ ଦିନ କିମ୍ବା ୩ ମାସରେ ହୋଇ ନ ଥାଏ। ୨ ବର୍ଷରୁ ଊର୍ଦ୍ଧ୍ୱ ଖେଳିବା ପରେ ଏପରି ଏକ ସମୟ ଆସିଥାଏ। ଏହି ସମୟ ମଧ୍ୟରେ ପୂରା ବିଶ୍ୱରେ ଦଳଗୁଡ଼ିକ ପରସ୍ପର ବିପକ୍ଷରେ ଖେଳିଥାନ୍ତି। ସର୍ବାଧିକ ପଏଣ୍ଟପ୍ରାପ୍ତ ଦଳ ହିଁ ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.