ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ। ନାୟକସାହି ଅଞ୍ଚଳର ଜଣେ ଯୁବକଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଠିକା କର୍ମଚାରୀ ଏବଂ ତାଙ୍କ ସହଯୋଗୀ ଏକ ରଶିରେ ବାନ୍ଧି ଘୋଷାରି ଘୋଷାରି ପିଟିଛନ୍ତି। ପ୍ରଥମେ ବଡ଼ବଜାର ପାଖରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ତାଙ୍କୁ ପିଟିଥିଲେ। ପରେ ଖୁଣ୍ଟରୁ ଖୋଲି ରାସ୍ତାରେ ପିଟି ପିଟି ତାଙ୍କୁ ଥାନା ଯାଏ ନେଇଥିଲେ। ଶତାଧିକ ଲୋକଙ୍କ ଆଖି ଆଗରେ ଏହି ଘଟଣା ଘଟିଥିଲେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ଉଗ୍ର ରୂପ ଦେଖି ଅଟକାଇବାକୁ କେହି ସାହସ କରି ନ ଥିଲେ।
ପ୍ରକାଶ ଯେ, ମାଡ଼ ଖାଇଥିବା ଯୁବକ ଜଣଙ୍କ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୌଶଳ କ୍ରମେ ଏଟିଏମ୍ କାର୍ଡରେ ଟଙ୍କା ଉଠାଇ ନେଇଛନ୍ତି। ଏ ସମ୍ପର୍କରେ ମହିଳା କର୍ମଚାରୀ ଥାନାରେ ଏତଲା ଦେବା ପରେ ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କୁ କୋର୍ଟ ଚାଲାଣ ପରେ ଏହି ଭିଡିଓ ଭାଇରାଲ ହେଉଛି। ଏ ନେଇ ଧାମନଗର ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ଯୁବକଙ୍କୁ ଟଙ୍କା ଚୋରି ଅଭିଯୋଗରେ ଗିରଫ କରାଯାଇଛି। ଥାନାରେ ମାମଲା (ନଂ. ୧୭୦/୨୧) ରୁଜୁ ହୋଇଛି। ହେଲେ ମାଡ଼ ମରାଯାଇଥିବା ନେଇ କୌଣସି ଅଭିଯୋଗ ଆସିନାହିଁ। ଭିଡିଓ ଭାଇରାଲ ଘଟଣାରେ ଆବଶ୍ୟକ ପଡ଼ିଲେ ମାମଲା ରୁଜୁ ହୋଇ ତଦନ୍ତ କରାଯିବ।
Posted inଆମ ଜିଲା ଖବର, ଭଦ୍ରକ, ରାଜ୍ୟ View All
ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ଉପରେ ୫% ସୁଧ ଛାଡ଼ ହେବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରୁ ରାଜ୍ୟ ସରକାର ଋଣ ଭାର କମ୍...
ବର୍ଷାରେ ଧୋଇଗଲା ଡାଇଭର୍ସନ
କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...
ପାରାଦୀପରୁ ଆସୁଛି ଅପମିଶ୍ରିତ ଏଫ୍ଓ
ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି...
ବଢୁଛି ବଜ୍ରପାତ ବିପତ୍ତ
ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ...
ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...
ନବରଙ୍ଗପୁର, କୋରାପୁଟରେ ୩ ଅକ୍ସିଜେନ ପ୍ଲାଣ୍ଟ୍
ଭୁବନେଶ୍ୱର(ବ୍ୟୁରୋ)/ନବରଙ୍ଗପୁର/ ଜୟପୁର, ୧ା୬ (ବି.ପ୍ର./ନି.ପ୍ର.): ରାଜ୍ୟର କୋଭିଡ୍ ମୁକାବିଲା କ୍ଷେତ୍ରରେ ନବରଙ୍ଗପୁର ଓ କୋରାପୁଟ ଜିଲା ପ୍ରମୁଖ ଭୂମିକା ନେବ। ଏଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...
ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ
ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...


