ଛେଣ୍ଡିପଦା,୨୧ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଶିମିଳିପାଳ ଗ୍ରାମର ପ୍ରଦୀପ ପଧାନ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ସୋମବାର ସକାଳ ୮ଟା ବେଳେ ଶିମିଳିପାଳ ଗ୍ରାମର ଶିବ ପ୍ରଧାନଙ୍କ ପୁଅ ଶିବୁ ପ୍ରଧାନ ଗାଁ ନିକଟରେ ଥିବା ପୁରିହାପାଟ ଠାକୁରାଣୀ ପୀଠ ନିକଟକୁ ସାଙ୍ଗମାନଙ୍କ ସହିତ ଖେଳିବାକୁ ଯାଇଥିଲା। ସାଙ୍ଗ ମାନଙ୍କ ସହିତ ଖେଳୁଥିବା ସମୟରେ ଅନ୍ୟମନସ୍କ ହୋଇ ସେଠାରେ ଥିବା କୂଅ ଭିତରେ ଖସି ପଡିଥିଲା। ଏହା ଦେଖି ସେହି ଗ୍ରାମର ପ୍ରଦୀପ ପ୍ରଧାନ ,ଶୁକ୍ରୁ ପ୍ରଧାନ, ଦୀପକ ଦେହୁରୀ ଶିଶୁକୁ ଉଦ୍ଦାର କରିବା ପାଇଁ କୂଅ ଭିତରକୁ ପଶିବା ସହିତ ସୁରକ୍ଷିତ ଭାବେ ୨୫ ଫୁଟ ଗଭୀର କୂଅ ମଧ୍ୟରୁ ଶିଶୁକୁ ଉଦ୍ଧାର କରିଥିଲେ। ତେବେ କୂଅ ଭିତରକୁ ଉଦ୍ଧାର କରିବା ପାଇଁ ପଶିଥିବା ୩ ଜଣଙ୍କ ମଧ୍ୟରୁ ଦୁଇଜଣ ସୁରକ୍ଷିତ ଭାବେ ବାହରି ଆସିଥିବା ବେଳେ ପ୍ରଦୀପ କୂଅ ଭିତରେ ବୁଡ଼ି ଯାଇଥିଲେ। ଏନେଇ ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ ।ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଭୀର କୂଅ ଭିତରୁ ପ୍ରଦୀପକୁ ଉଦ୍ଧାର କରିଥିଲେ। ତେବେ ସେତେବେଳେ ପ୍ରଦୀପଙ୍କ ମୃତ୍ୟୁ ହୋଇସାରିଥିବା କହି ଘଟଣାସ୍ଥଳ ଛାଡ଼ି ପଳାଇ ଆସିଥିଲେ। ଦମକଳ ବାହିନୀ ଉଦ୍ଧାର ପ୍ରଦୀପକୁ ମେଡିକାଲ ନ ଆଣି ଘଟଣାସ୍ଥଳରେ ଛାଡ଼ି ପଳାଇ ଆସିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଦମକଳ ବାହିନୀର ଏଭଳି କାର୍ଯ୍ୟକୁ ଅଞ୍ଚଳରେ ନିନ୍ଦା କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.