ପାଲଲହଡା,୨୫ା୬(ଡି.ଏନ.ଏ.)
ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ ବଳବତ୍ତର ରହିଛି। ଏପରି କି ବିବାହ ଉତ୍ସବରେ ମଧ୍ୟ ୨୫ରୁ ଅଧିକ ଲୋକଙ୍କୁ ସାମିଲ ପାଇଁ ଅନୁମତି ନାହିଁ। ହେଲେ ପାଲଲହଡ଼ା ଉପଖଣ୍ଡ ସଦରମହକୁମାସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଭୋଟ ଗଣତି କେନ୍ଦ୍ରର ଗୋଟିଏ କୋଠରିରେ ଗୁରୁବାର ୧୫୦ରୁ ଊର୍ଦ୍ଧ୍ୱ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିନା ସାମାଜିକ ଦୂରତ୍ୱରେ ବସାଯାଇଛି। ସଚେତନତା ଉଦ୍ଦେଶ୍ୟରେ ଡକାଯାଇଥିଲେ ମଧ୍ୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକଙ୍କ ଦ୍ୱାରା ବ୍ଲକର ସମସ୍ତ ଅଙ୍ଗନଓ୍ବାଡି ଏବଂ ଆଶାକର୍ମୀଙ୍କୁ ଛତା, ମାସ୍କ ଏବଂ ସାନିଟାଇଜର ବଣ୍ଟନ ନିମନ୍ତେ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିପାଇଁ ପ୍ରଶାସନଠାରୁ ଅନୁମତି ଅଣାଯିବା ସହ ମୁଖ୍ୟଅତିଥି ଭାବେ ବିଧାୟକ ମୁକେଶ କୁମାର ପାଲଙ୍କୁ ଡକାଯାଇଥିଲା। ନିଜେ ଅଧ୍ୟକ୍ଷ, ବିଧାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲେ ବି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ କର୍ମଚାରୀଙ୍କୁ ଗୋଟିଏ କୋଠରିରେ ବସାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତ୍ୱ ରଖାଯାଇପାରିବ ସେ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଏଥିସହ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିଜୁ ଜନତା ଦଳ ଲେଖାଥିବା ଏବଂ ଶଙ୍ଖ ଚିହ୍ନ ଥିବା ଛତା ଓ ମାସ୍କ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏପରି ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷ ନାୟକ ଖଣ୍ଡନ କରିଛନ୍ତି। ବିଧାୟକଙ୍କ ଫୋନ ଲାଗୁ ନ ଥିବାବେଳେ ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଯେହେତୁ କୋଭିଡ ଯୋଦ୍ଧାଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରାଯିବ ବୋଲି କୁହାଯାଇଥିଲା, ତେଣୁ ମାନବିକତା ଦୃଷ୍ଟିକୋଣରୁ ଅନୁମତି ଦିଆଯାଇଥିଲା। କଟକଣା ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.