ଖମାର,୧୮ା୬
ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍ ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କରାଯାଉଛି। ସବ୍ସିଡି ବ୍ୟବସ୍ଥାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଉଛି। ଏପରି କି ଆବଶ୍ୟକ ବଜାର ସୁବିଧା ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦିଆଯାଉଛି। ଅଧିକରୁ ଅଧିକ ଚାଷୀ ଏହାର ଲାଭ ନେବାକୁ ସଚେତନ କରାଯାଉଛି। କିନ୍ତୁ ସରକାରଙ୍କ ଏହି ସୁବିଧାକୁ ନେଇ ସନ୍ତୁଷ୍ଟ ନୁହନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳର ଚାଷୀ। କାରଣ ପ୍ରାଣୀଧନଙ୍କ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଘୋର ଅବହେଳା ଏଠାକାର ଚାଷୀଙ୍କୁ କ୍ଷତିରେ ପକାଉଛି। ୭ ମାସ ହେଲା ଖମାର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ନ ଥିଲେ ମଧ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ପ୍ରାଣୀଧନ ପାଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଖମାର ଅଞ୍ଚଳର ସହସ୍ରାଧିକ ଚାଷୀ ଗୋ ପାଳନ କରିଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ଚାଷୀ କୁକୁଡ଼ା, ଛେଳି, ବତକ, ଘୁଷୁରି ଆଦି ପାଳନକୁ ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ଖମାର ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ନାହାନ୍ତି। ଖମାର ପ୍ରାଣୀ ଚିକିତ୍ସାଳୟ ସହ ଏହା ଅଧୀନରେ ଥିବା ଶଙ୍ଖମୁର, ସିଆରିମାଳିଆ, ଇଞ୍ଜିଡ଼ରେ ପୂର୍ବରୁ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାବେଳେ ଖମାର ପ୍ରାଣୀ ଚିକିତ୍ସକ ନୀରୋଦ ସାହୁ ଏବଂ ଏଲ.ଆଇ. ଡିଲେଶ୍ୱର ସାମଲଙ୍କ ଗତ ଜାନୁୟାରୀ ମାସରୁ ବଦଳି ହୋଇଯାଇଛି। ଫଳରେ ପ୍ରାଣୀଧନଙ୍କ ଚିକିତ୍ସା ନେଇ ଏଠାକାର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଚିକିତ୍ସା ଅଭାବରୁ ପ୍ରାଣୀଧନ ମୃତ୍ୟୁମୁଖରେ ପଡ଼ୁଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ସିଆରୀମାଳିଆ ଓ ଇଞ୍ଜିଡ଼ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କୁ ଖମାର ଅଞ୍ଚଳରେ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଠିକଣା ସମୟରେ ସେମାନେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଛି। ସେହିପରି ଖେମଳା ଓ ବଡ଼ସଡାଠାରେ ଉପ ଚିକିତ୍ସାଳୟ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ପ୍ରାଣୀଧନ ଚିକିତ୍ସକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଦୀର୍ଘ ୭ ମାସ ହେଲା ଏପରି ଅବହେଳା ଯୋଗୁ ବହୁ ପ୍ରାଣୀଧନଙ୍କ ଜୀବନ ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
କ୍ଷତି ସହୁଛନ୍ତି ଚାଷୀ
ପ୍ରାଣୀଧନ ଡାକ୍ତରଙ୍କ ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ଠିକ୍ ସମୟରେ ଚିକିତ୍ସା ନ ପାଇ ବହୁ ପ୍ରାଣୀଧନଙ୍କ ପ୍ରାଣହାନି ଘଟୁଛି। ଏହାଦ୍ୱାରା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ସରକାର ଦୃଷ୍ଟି ନ ହେଲେ ଖମାର ଅଞ୍ଚଳରୁ ପ୍ରାଣୀଧନଙ୍କ ସଂଖ୍ୟା ହ୍ରାସ ପାଇବ।
-ଚନ୍ଦ୍ରମଣି ସ୍ବାଇଁ, ଚାଷୀ, ଶଙ୍ଖମୁର
ମିଳୁନି ସରକାରୀ ସୁବିଧାର ଲାଭ
ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ପ୍ରାଣୀଧନଙ୍କ ଚିକିତ୍ସା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗୋରୁ, ଛେଳି, କୁକୁଡ଼ା ଆଦି ପାଳନ କରିଥିବା ଚାଷୀମାନଙ୍କୁ ସରକାରୀ ସୁବିଧାର ଲାଭ ମିଳିପାରୁ ନାହିଁ। ଅସୁବିଧା ଦୂର ପାଇଁ ପଦକ୍ଷେପ ନିଆଯାଉ।
-ରମାକାନ୍ତ ସାହୁ, ଚାଷୀ, ପାଣିହରା
ସରକାରଙ୍କୁ ଚିଠି ଲେଖିଛି
ସମସ୍ୟା ବିଷୟରେ ଅବଗତ ଅଛି। ଏ ନେଇ ସରକାରଙ୍କୁ ଚିଠି ଲେଖିଛି। କୋଭିଡ୍ କଟକଣା ପାଇଁ ଅଳ୍ପ ସଂଖ୍ୟକ କର୍ମଚାରୀ ଆସୁଥିବାରୁ ସମସ୍ୟା ସମାଧାନରେ ବିଳମ୍ବ ହେଉଛି। ଯେତେଶୀଘ୍ର ସମ୍ଭବ ଖମାର ପ୍ରାଣୀ ଚିକିତ୍ସାଳୟରେ ଆବ୍ୟଶ୍ୟକ କର୍ମଚାରୀ ନିଯୁକ୍ତି କରାଇବାକୁ ଚେଷ୍ଟା କରୁଛି।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା
ଶୀଘ୍ର ସମସ୍ୟାର ସମାଧାନ
ପ୍ରାଣୀଧନଙ୍କ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇ ସାରିଛୁ। ଆବଶ୍ୟକ କର୍ମଚାରୀ ନ ଥିବାରୁ ବିଭିନ୍ନ ଅଞ୍ଚଳରେ ଠିକଣା ସମୟରେ ସେବା ଯୋଗାଇ ହେଉନି। ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ସାରିଛି। ଯଥାଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।
-ରଞ୍ଜିତ କୁମାର ଦାସ, ଜିଲା ପ୍ରାଣୀଧନ ଅଧିକାରୀ, ଅନୁଗୋଳ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.