ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁ ସ୍ନାନ କରିବେ। ପୁରୀ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ନାନଯାତ୍ରାରେ କରୋନା ସଂକ୍ରମିତ ହୋଇ ନ ଥିବା ପାଳିଆ ସେବକମାନେ ସାମିଲ ହେବେ।

ସ୍ନାନଯାତ୍ରାର ନୀତିକାନ୍ତି ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇ ଭୋର୍‌ ୪ ଟାରେ ଶେଷ ହେବ । ସକାଳସୁଦ୍ଧା ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ । ସକାଳ ୯ ଟାରୁ ୧୦ଟା ମଧ୍ୟରେ ଶୀଜିଉଙ୍କ ସ୍ନାନନୀତି ଅନୁଷ୍ଠିତ ହେବ। ସେଠାରେ ୧୦୮ ଗଡୁ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯିବ। ପରେ ସ୍ନାନବେଦୀ ଉପରକୁ ଯାଇ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଛେରାପହଁରା କରିବେ। ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କ ହାତୀବେଶ କରାଯିବାକୁ ସ୍ଥିର ହୋଇଛି । ଅପରାହ୍ନ ୫ ଟାରେ ମହାପ୍ରଭୁ ବାହୁଡ଼ା ପହଣ୍ଡି କରିବେ । ରାତି ୭ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ଅଣସର ପିଣ୍ଡିରେ ଅଣସର ବିଧି ଆରମ୍ଭ ହେବ।

ସେବାୟତଙ୍କ ହେବ ଆରଟିପିସିଆର ପରୀକ୍ଷା ଚଳିତବର୍ଷ ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛି ପ୍ରଶାସନ ।

କରୋନା କଟକଣା କଡାକଡ଼ି ପାଳନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ସ୍ନାନପୂର୍ଣ୍ଣିମାର ୪୮ ଘଣ୍ଟା ପୂର୍ବରୁ ପାଳିଆ ସେବାୟତଙ୍କ ଆରଟିପିସିଆର୍‌ ପରୀକ୍ଷା କରାଯିବ। ସ୍ନାନଯାତ୍ରା ଦିନ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.