ଅକ୍ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍ ଗଦା କେଉଁଠି। ଏପରି କି ଗଦା ସହ ଫଟୋ ଉଠାଇବାକୁ ଅଟକି ରହିଥିଲେ ପୋଲିସ ଅଧିକାରୀ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଜିତି ଫେରିବା ପରେ ନ୍ୟୁଜିଲାଣ୍ଡରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିବା କହିଛନ୍ତି ପେସର ନେଲ ଓ୍ବାଗନର। ଦୀର୍ଘ ୨୧ ବର୍ଷ ପରେ ଆଇସିସି ଟ୍ରଫି ଜିତିଥିବା ନ୍ୟୁଜିଲାଣ୍ଡ ଖେଳାଳିଙ୍କ ସ୍ବାଗତ ପାଇଁ ବିମାନବନ୍ଦରରେ ଆୟୋଜନ ହୋଇଥିଲା ଭବ୍ୟ ସମ୍ବର୍ଦ୍ଧନା।
ଭାରତ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲରେ ୩ ଉଇକେଟ ନେଇଥିବା ଓ୍ବଗନର ଲୋକଙ୍କ ଖୁସି ଦେଖି କହିଛନ୍ତି, ପୂର୍ବରୁ କଷ୍ଟମ କର୍ମଚାରୀଙ୍କ ଠାରୁ ଏଭଳି ବ୍ୟବହାର ମିଳି ନ ଥିଲା। ବିମାନ ବନ୍ଦରରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଶୁଭେଚ୍ଛା ଜଣାଇଥିଲେ। ପ୍ରତ୍ୟେକଙ୍କ ମୁହଁରେ ହସ ଦେଖି ଭଲ ଲାଗିଲା। ଏହାକୁ ଶବ୍ଦରେ ପ୍ରକାଶ କରିବା ସହଜ ନୁହେଁ। ସାମାଜିକ ଦୂରତା ନିୟମ କାରଣରୁ ହାତ ମିଳାଇ ପାରି ନ ଥିଲୁ। ଆମ ପାଖରେ ଟେଷ୍ଟ ଚାମ୍ପିୟନଶିପ ଗଦା ଥିଲା। ସମସ୍ତେ ଫଟୋ ନେବାକୁ ଚାହୁଁଥିଲେ। ଏହା ଆମେ କରିପାରିଲୁ ନାହିଁ।
ଡବ୍ଲ୍ୟୁଟିସି ଫାଇନାଲରେ ଅନ୍ତର୍ଜାତୀୟ କ୍ୟାରିୟରରୁ ସନ୍ନ୍ୟାସ ନେଇଥିବା ବି ଜେ ଓ୍ବାଟଲିଂଙ୍କୁ ଦୁଇ ସପ୍ତାହ ଲାଗି ଟେଷ୍ଟ ଚାମ୍ପିୟନଶିପ୍ ଦିଆଯାଇଥିବା ଏହି ବାମ ହାତୀ ପେସର କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.