ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜ୍ୟରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜଧାନୀ ପାଟନାର ଆଇଜିଆଇଏମ୍ଏସ୍ ହସ୍ପିଟାଲରେ ଏବେ ଜଣେ ୮ ବର୍ଷ ବୟସ୍କ ଶିଶୁଙ୍କୁ ନେଇ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଶିଶୁଙ୍କଠାରେ କୌଣସି କରୋନା ସଂକ୍ରମଣ ପ୍ରକାଶ ପାଇ ନ ଥିଲେ ବି ତାଙ୍କର ଫୁସ୍ଫୁସ୍ର ୯୦ ପ୍ରତିଶତ ସଂକ୍ରମିତ ହୋଇ ସାରିଛି। ଏହା ଯୋଗୁ ତୃତୀୟ ଲହରର ଭୟାବହତା ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସମ୍ପୃକ୍ତ ଶିଶୁଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ଏବଂ ଆର୍ଟି-ପିସିଆର୍ ଟେଷ୍ଟ୍ ନେଗେଟିଭ୍ ଆସିଥିଲା। ମାତ୍ର ଶିଶୁଙ୍କର ଫୁସ୍ଫୁସ୍ ସହିତ ଲିଭର ଏବଂ କିଡ୍ନୀରେ କରୋନା ସଂକ୍ରମଣ ଦେଖାଯାଇଛି। ଶିଶୁଙ୍କର ପରିବାର ସଦସ୍ୟଙ୍କ ମଧ୍ୟରୁ କେହି କରୋନାରେ ଆକ୍ରାନ୍ତ ହୋଇ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଶିଶୁଙ୍କ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମେ‘ ୨୨ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍ ଥିଲେ ବି ଫୁସ୍ଫୁସ୍ର ୯୦ ପ୍ରତିଶତ ସଂକ୍ରମିତ…
Posted inକରୋନା ଭାଇରସ୍, ଜାତୀୟ View All
ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆ ଚାଲିଗଲେ
ଅଜୈଓ୍ବାଲ୍,୧୩।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚାନାଙ୍କର ୩୮ ସ୍ତ୍ରୀ...
କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...
ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…
ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...
ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...
ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା
ଜୁନ୍ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...
ପାଣି ଘେରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ
ପାଟନା,୨୬।୬: ମୌସୁମୀ ବର୍ଷାରେ ବେହାଲ ବିହାର। ଶୁକ୍ରବାର ରାତିରେ ବିହାରର ରାଜଧାନୀ ପାଟନାରେ ହୋଇଥିବା ବର୍ଷା ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଯାଇଛି। ବିଧାନସଭା ପରିସରରେ ପ୍ରାୟ...
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(ସିଏମ୍ଆର୍ଏଫ୍)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା...
ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା
ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...


