ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜ୍ୟରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜଧାନୀ ପାଟନାର ଆଇଜିଆଇଏମ୍ଏସ୍ ହସ୍ପିଟାଲରେ ଏବେ ଜଣେ ୮ ବର୍ଷ ବୟସ୍କ ଶିଶୁଙ୍କୁ ନେଇ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଶିଶୁଙ୍କଠାରେ କୌଣସି କରୋନା ସଂକ୍ରମଣ ପ୍ରକାଶ ପାଇ ନ ଥିଲେ ବି ତାଙ୍କର ଫୁସ୍ଫୁସ୍ର ୯୦ ପ୍ରତିଶତ ସଂକ୍ରମିତ ହୋଇ ସାରିଛି। ଏହା ଯୋଗୁ ତୃତୀୟ ଲହରର ଭୟାବହତା ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସମ୍ପୃକ୍ତ ଶିଶୁଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ଏବଂ ଆର୍ଟି-ପିସିଆର୍ ଟେଷ୍ଟ୍ ନେଗେଟିଭ୍ ଆସିଥିଲା। ମାତ୍ର ଶିଶୁଙ୍କର ଫୁସ୍ଫୁସ୍ ସହିତ ଲିଭର ଏବଂ କିଡ୍ନୀରେ କରୋନା ସଂକ୍ରମଣ ଦେଖାଯାଇଛି। ଶିଶୁଙ୍କର ପରିବାର ସଦସ୍ୟଙ୍କ ମଧ୍ୟରୁ କେହି କରୋନାରେ ଆକ୍ରାନ୍ତ ହୋଇ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଶିଶୁଙ୍କ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମେ‘ ୨୨ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.