ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ରାଜ୍ୟ ସରକାର ବୁଝି ବିଚାରି ଅନ୍ଲକ୍ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ବହୁ ରାଜ୍ୟରେ ଲୋକେ କରୋନା ମାର୍ଗଦର୍ଶିକାକୁ ପାଳନ କରୁ ନ ଥିବାରୁ ତୃତୀୟ ଲହରରେ ସଂକ୍ରମଣ ଅଧିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ସଚେତନ କରାଇବା ସହିତ ସାବଧାନ ସହିତ ଅନ୍ଲକ୍ କରିବାକୁ କେନ୍ଦ୍ର କହିଛି। କରୋନା ଲଢ଼େଇରେ ୫ ସ୍ତରୀୟ ରଣନୀତି ଆପଣେଇବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି। ଏହି ରଣନୀତି ଅପରିହାର୍ଯ୍ୟ ଥିବା କେନ୍ଦ୍ର ସରକାର କହିଛନ୍ତି। ଦେଶରେ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆଶଙ୍କା ଥିବା ନେଇ ଏମ୍ସ୍ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆଙ୍କ ସତର୍କ ସୂଚନା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍ଲକ୍ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…
Posted inକରୋନା ଭାଇରସ୍, ଜାତୀୟ View All
ଅଙ୍କୁର ଭାଟିଆଙ୍କ ପରଲୋକ
ନୂଆଦିଲ୍ଲୀ,୪।୬: ଇଣ୍ଡିଗୋ ମାଲିକ ତଥା ବାର୍ଡ ଗ୍ରୁପ (ଆଇବିସ୍)ର କାର୍ଯ୍ୟକାରୀ ମୁଖ୍ୟ ଅଙ୍କୁର ଭାଟିଆଙ୍କ ଶୁକ୍ରବାର ହୃଦଘାତ୍ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮...
ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…
ଲକ୍ଷ୍ନୌ,୯ା୬: ବିଭିନ୍ନ କାରଣରୁ ବରଙ୍କୁ କନ୍ୟା ବାହା ହେବାକୁ ମନା କରିଦେଇଥିବା ଘଟଣା ପୂର୍ବରୁ ଅନେକ ଥର ଶୁଣିଥିବେ। ମାତ୍ର ଏଥରକ କନ୍ୟା ବରକୁ ବାହା...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ
କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ତେବେ ୬ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା...
ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା
ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର...
ସିବିଏସ୍ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା
ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...


