ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଏହି ତେଲ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଥଣ୍ଡା, କାଶ ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।
ତେବେ ଜାଣନ୍ତୁ ନଡ଼ିଆ ତେଲ କେଉଁଭଳି ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।
* ଓଜନ କମ୍ କରେ
ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ନଡିଆ ତେଲ ଶରୀରର ମେଟାବୋଲିକ ହାରକୁ କମ୍ କରିଥାଏ, ଯାହା ସହଜରେ ଓଜନ କମ୍ କରେ ।
*ପାଚନତନ୍ତ୍ର ଶକ୍ତ
ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଫଳରେ ପାଚନତନ୍ତ୍ର ଶକ୍ତ ହୋଇଥାଏ। ଏହା ସହ ପେଟରେ ସଂକ୍ରମଣ ସୃଷ୍ଟି କରି ନଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
* କ୍ୟାନ୍ସର ଆଶଙ୍କା କମ୍
ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା କମାଇଥାଏ। ଏହି ତେଲରୁ ଉତ୍ପାଦିତ କେଟୋନ ଶରୀରର ସୁସ୍ଥ କୋଷଗୁଡ଼ିକୁ ଶକ୍ତି ଯୋଗାଇଥାଏ। କେଟୋନ କର୍କଟ କୋଷ ବ୍ୟତୀତ ଶରୀରର ଅନ୍ୟ କୋଷକୁ ଶକ୍ତି ପ୍ରଦାନ କରିଥାଏ।
*ହୃଦ୍ରୋଗର ଆଶଙ୍କା କମ୍
ହୃଦ୍ରୋଗର ଆଶଙ୍କା କମ୍ କରିବା ସହ ହାର୍ଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ଥିବା ଲେରିକ୍ ଏସିଡ କୋଲେଷ୍ଟରଲ ଦୂର କରେ। ଏହା ସହ ନଡ଼ିଆ ତେଲ ଦାନ୍ତ ଏବଂ ହାଡ଼କୁ ମଜଭୁତ କରିଥାଏ ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.