ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍ଡାଉନ୍ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ ରଜ ମଉଜ ଜମି ନ ଥିଲା। ଏବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସମସ୍ତେ। ହେଲେ ଏଥର ବି ସମାନ ସ୍ଥିତି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବର୍ଷା ଆରମ୍ଭ ହୋଇଛି। ଫଳରେ ରଜ ମଉଜ ଆରମ୍ଭରୁ ଫିକା ହୋଇଛି। ଝିଅ, ବୋହୂଙ୍କ ମନରେ ଆଉ ଉତ୍କଣ୍ଠା ନାହିଁ କି ଘରେ ବାହାରେ ରଜପାନ, ପିଠାର ବାସ୍ନା ପାଇଁ ସେପରି ପ୍ରସ୍ତୁତି ନାହିଁ। ରବିବାର ସଜବାଜ। ଦିନକ ପରେ ପହିଲି ରଜ। କିନ୍ତୁ କଟକଣା ଯୋଗୁ ନା ଜମିବ ଦୋଳିର ଆସର, ନା ସାଙ୍ଗସାଥୀଙ୍କ ସହ ବୁଲିବାର ମିଳିବ ସୁଯୋଗ। ପ୍ରତିବର୍ଷ ରଜରେ ନୂଆ ଚଳଚ୍ଚିତ୍ର ରିଲିଜ୍ ହୋଇଥାଏ। ମାତ୍ର ଏଥର ବି ତାହା ହେବ ନାହିଁ। ତାଲା ବନ୍ଦ କାରଣରୁ ସମସ୍ତ ପାର୍କ, ରେଷ୍ଟୁରାଣ୍ଟ, ଶପିଂ ମଲ୍, ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି। ଏପରିକି ମାର୍କେଟ ବନ୍ଦ ରହିଥିବାରୁ ନୂଆ ଲୁଗାପଟା ମଧ୍ୟ କିଣିପାରି ନାହାନ୍ତି ଲୋକେ। ରଜ ପାଇଁ ସ୍ପେଶାଲ ଆୟୋଜନ କରୁଥିବା ହୋଟେଲ ଓ ଅନ୍ୟ ଆୟୋଜକମାନେ ମଧ୍ୟ ନିରାଶ ହୋଇଛନ୍ତି। ତେବେ ଏସବୁ ଭିତରେ ବି ରଜ ପାଳନ କରିବା ପାଇଁ ଅନ୍ଲାଇନ୍ ଏକମାତ୍ର ମାଧ୍ୟମ ପାଲଟିଛି। କେତେକ ଅନୁଷ୍ଠାନ ପକ୍ଷରୁ ଭର୍ଚୁଆଲରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ନୃତ୍ୟ, ସଙ୍ଗୀତ, ଡ୍ରାମା ସହିତ ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ରହିଛି।
୨ ନାବାଳିକାଙ୍କୁ ବଳାତ୍କାର
ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...
ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ
ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ମନୁଶୁ ପଞ୍ଚାୟତର...
ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୨୬।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ହାଇକୋର୍ଟରୁ...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...
ରସୁଲଗଡ଼ ଓଭରବ୍ରିଜ୍ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ୨...
ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା
ପୁରୀ ଅଫିସ, ୮।୬: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବିରୋଧରେ ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା...
ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ତପୁ ମିଶ୍ରଙ୍କ ଶେଷକୃତ୍ୟ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ତପୁ ମିଶ୍ର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଆଖି ବୁଜିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ...


