ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍ଡାଉନ୍ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ ରଜ ମଉଜ ଜମି ନ ଥିଲା। ଏବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସମସ୍ତେ। ହେଲେ ଏଥର ବି ସମାନ ସ୍ଥିତି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବର୍ଷା ଆରମ୍ଭ ହୋଇଛି। ଫଳରେ ରଜ ମଉଜ ଆରମ୍ଭରୁ ଫିକା ହୋଇଛି। ଝିଅ, ବୋହୂଙ୍କ ମନରେ ଆଉ ଉତ୍କଣ୍ଠା ନାହିଁ କି ଘରେ ବାହାରେ ରଜପାନ, ପିଠାର ବାସ୍ନା ପାଇଁ ସେପରି ପ୍ରସ୍ତୁତି ନାହିଁ। ରବିବାର ସଜବାଜ। ଦିନକ ପରେ ପହିଲି ରଜ। କିନ୍ତୁ କଟକଣା ଯୋଗୁ ନା ଜମିବ ଦୋଳିର ଆସର, ନା ସାଙ୍ଗସାଥୀଙ୍କ ସହ ବୁଲିବାର ମିଳିବ ସୁଯୋଗ। ପ୍ରତିବର୍ଷ ରଜରେ ନୂଆ ଚଳଚ୍ଚିତ୍ର ରିଲିଜ୍ ହୋଇଥାଏ। ମାତ୍ର ଏଥର ବି ତାହା ହେବ ନାହିଁ। ତାଲା ବନ୍ଦ କାରଣରୁ ସମସ୍ତ ପାର୍କ, ରେଷ୍ଟୁରାଣ୍ଟ, ଶପିଂ ମଲ୍, ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି। ଏପରିକି ମାର୍କେଟ ବନ୍ଦ ରହିଥିବାରୁ ନୂଆ ଲୁଗାପଟା ମଧ୍ୟ କିଣିପାରି ନାହାନ୍ତି ଲୋକେ। ରଜ ପାଇଁ ସ୍ପେଶାଲ ଆୟୋଜନ କରୁଥିବା ହୋଟେଲ ଓ ଅନ୍ୟ ଆୟୋଜକମାନେ ମଧ୍ୟ ନିରାଶ ହୋଇଛନ୍ତି। ତେବେ ଏସବୁ ଭିତରେ ବି ରଜ ପାଳନ କରିବା ପାଇଁ ଅନ୍ଲାଇନ୍ ଏକମାତ୍ର ମାଧ୍ୟମ ପାଲଟିଛି। କେତେକ ଅନୁଷ୍ଠାନ ପକ୍ଷରୁ ଭର୍ଚୁଆଲରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ନୃତ୍ୟ, ସଙ୍ଗୀତ, ଡ୍ରାମା ସହିତ ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.