ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ ସଜବାଜ ହୋଇ ଗୀତ ଗାଇ ରଜ ପାଳିବା ଏବଂ ପୁଚି ଖେଳିବା ପରମ୍ପରା ରହିଛି । କିନ୍ତୁ, କରୋନା ମହାମାରୀ କାରଣରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ପର୍ବ ପର୍ବାଣି ପାଳନ ଉପରେ କଟକଣା ଲାଗିଛି । ସୋମବାର ଅଞ୍ଚଳରେ ପହିଲି ରଜ ଅବସରରେ ଘରେ ଘରେ କୁଆଁରୀମାନେ ଦୋଳିବାନ୍ଧି ଖେଳୁଥିବା ଦେଖିବାକୁ ମିଳିଥିଲା । ସାମୂହିକ ରଜ ପାଳିବା ସମ୍ଭବ ହେଉ ନ ଥିବାରୁ ନିଜ ଘରେ ଝିଅମାନେ ବିଭିନ୍ନ ପ୍ରକାର ସଜବାଜ ହୋଇ ନୂତନ ବସ୍ତ୍ର ପରିଧାନ କରି ରଜ ଦୋଳି ଖେଳୁଥିବା ଦେଖିବାକୁ ମିଳିଥିଲା। ଘରେ ଘରେ ପିଠାପଣା ହୋଇଥିଲେ ସୁଦ୍ଧା ବୁଗୁଡ଼ା ସହରରେ ମିଠା ପାନର ବେପାର ଜମିଥିଲା। ସହରାଞ୍ଚଳରେ ମଙ୍ଗଳବାର ଦିନ ସଂକ୍ରାନ୍ତି ରଜକୁ ମଧ୍ୟ ଅନରୂପ ଭାବେ ନିରାଡ଼ମ୍ବରରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ବେଳେ ଗ୍ରାମାଞ୍ଚଳରେ କାଁ ଭାଁ କେତେକ ସ୍ଥାନରେ ବାଳିକାମାନେ ମେଳି ହୋଇ ଦୋଳି ଖେଳର ମଜା ନେଉଥିବା ଦେଖା ଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.